Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୂଆବର୍ଷରେ ଏହି ରାଶି ରୁହନ୍ତୁ ସତର୍କ: ପଢ଼ନ୍ତୁ ଆଜିର ରାଶିଫଳ

Horoscope

ନୂଆବର୍ଷରେ ଏହି ରାଶି ରୁହନ୍ତୁ ସତର୍କ: ପଢ଼ନ୍ତୁ ଆଜିର ରାଶିଫଳ

Ritu Das
Browse all articles by Ritu Das
·1 year ago·3 min read
ନୂଆବର୍ଷରେ ଏହି ରାଶି ରୁହନ୍ତୁ ସତର୍କ: ପଢ଼ନ୍ତୁ ଆଜିର ରାଶିଫଳ

ନୂଆବର୍ଷରେ ସମସ୍ତେ ନିଜ ନିଜ ରାଶିକୁ ନେଇ ଚିନ୍ତିତ ଥାନ୍ତି। ଆଜି ଜାଣିରଖନ୍ତୁ କଣ କହୁଛି ଆପଣଙ୍କ ରାଶି।
ମେଷ-
କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବା କାରଣରୁ ସାମାନ୍ୟ ମନ ହାଲୁକା ହୋଇଯିବ। ସଭାସମିତିରେ ପରିହାସ ଯୁକ୍ତ କଥା ସମସ୍ୟା ସୃଷ୍ଟି କରିପାରେ। ନିଜର ସମୟୋପଯୋଗୀ ପଦକ୍ଷେପ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କର ବିଶେଷ କିଛି କ୍ଷତି ହେବ ନାହିଁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ-
କେତେକ କ୍ଷେତ୍ରରେ ସମସ୍ୟାର ସମାଧାନ ଜନିତ ଟେନସନ ଲାଗି ରହିବ। ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ। ଭୁଲ୍ ବୁଝାମଣା କାରଣରୁ ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମନ ଭିତରେ ଥିବା କେତେକ ଅକୁହା କଥା କଳ୍ପନା ମାଧ୍ୟମରେ ସୁଖାନୁଭୂତି ଆଣିବ।ସନ୍ଦେହଜନିତ ବନ୍ଧୁ ଆପଣଙ୍କ ନିକଟରୁ ଦୂରେଇ ରହିପାରନ୍ତି। ନିଜ ଚତୁଃପାର୍ଶ୍ୱସ୍ଥ ବ୍ୟକ୍ତିବିଶେଷ ଆପଣଙ୍କ ସାହାଯ୍ୟ ଓ ଅନୁକମ୍ପା ପ୍ରାର୍ଥୀ ହେବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ
କର୍କଟ-
ବନ୍ଧୁଙ୍କ ଆଗରେ ମନଖୋଲା କଥା ପ୍ରକାଶ କରି ପାରିଲେ ହିଁ ଭଲ ହେବ। ପୁରାତନ ରୋଗର ପୀଡ଼ା ସାମାନ୍ୟ ଅନୁଭବ କଲେ ମଧ୍ୟ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ
ସିଂହ-
ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ଅଫିସରେ କରିଥିବା କାମର ଶ୍ରେୟ ସମସ୍ତଙ୍କୁ ଦେଇ ପ୍ରଶଂସିତ ହେବେ । ଘର, ପରିବାର, ଯାନବାହନ, ଆନୁଷ୍ଠାନିକ କାମରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ପରୋକ୍ଷ ଶତ୍ରୁତା କାରଣରୁ ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ପ୍ରତ୍ୟୁଷ ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
ପ୍ରତିବନ୍ଧକ ମଧ୍ୟରେ କେତେକ ସ୍ଥଗିତ କାମ ସକାଶେ ଚିନ୍ତିତ ରହିପାରନ୍ତି । ଅଫିସରେ ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି। ଜମିଜମା କାରବାର, ନିର୍ମାଣ ବାଣିଜ୍ୟ, ବ୍ୟବସାୟରେ ଆଶାନୁଯାୟୀ ସୁଫଳ ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇପାରନ୍ତି । ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଅବହେଳା କାରଣରୁ ଅଟକି ରହିଥିବା କାମ ସକାଶେ କୈଫିୟତ ଦେବାକୁ ପଡ଼ିପାରେ। ଭ୍ରମଣ, ରାଜନୀତି, ପ୍ରଶାସନ, ଲେଖାପଢ଼ା ଓ ପ୍ରେମପ୍ରଣୟ ପାଇଁ ଦିନଟି ବହୁତ ଭଲ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟୋକୁ ପୂଜା କରନ୍ତୁ
ବିଛା-
ପାରିବାରିକ ଅସ୍ଥିରତାଜନିତ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗରେ କାମ ହାସଲ କରିବେ। ସାମାଜିକ ସ୍ତରରେ ଆଜି ଯାହାକୁ ଯାହା କହିବ ସେହି ବ୍ୟକ୍ତି କଦାପି ମନାକରିବ ନାହିଁ । ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
ଧନୁ-
ଅର୍ଥହାନି ଓ ବନ୍ଧୁଙ୍କ ସହ ଭୁଲ୍ ବୁଝାମଣାଜନିତ ମନ ଅଶାନ୍ତ ରହିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ପଡ଼ୋଶୀଙ୍କୁ ନେହୁରା ହେବାକୁ ପଡ଼ିବ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ପ୍ରାଥମିକ ସ୍ତରରେ ହଡ଼ବଡ଼େଇ ଗଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ପାଇବେ।ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁ ସହ ଆନୁଷ୍ଠାନିକ କାମ ପାଇଁ ଆଲୋଚନା କରିବେ। ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କ୍ରୟ କିମ୍ବା ବିକିବା ଦିଗରେ କ୍ଷତିରେ ପଡ଼ିପାରନ୍ତି ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ନିର୍ବିଘ୍ନରେ ସମାପନ ହୋଇଯିବ। ପଦସ୍ଥ ବ୍ୟକ୍ତିଙ୍କ ଆଗମନରେ ତତ୍ପରତା ବୃଦ୍ଧି ପାଇପାରେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରକାଶନ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ-
କଠିନ ପରିଶ୍ରମ ପାଇଁ ଦେହଟା ଟିକିଏ ଭଲ ଲାଗି ନପାରେ। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବାରୁ ବ୍ୟସ୍ତତା ପ୍ରକାଶ କରିବେ। ଅବଶ୍ୟ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବାଣିଜ୍ୟ, ଜମିଜମା କାରବାର, ନିର୍ମାଣ, ପରିବହନରୁ ଭଲ ଲାଭ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
watch-out-for-this-horoscope-in-the-new-year-read-todays-horoscope | Argus News