|
logo
Live

Argus News - କ'ଣ କହୁଛି ଆପଣଙ୍କ ରାଶିଫଳ ? କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ଜାଣନ୍ତୁ...

Odisha

କ'ଣ କହୁଛି ଆପଣଙ୍କ ରାଶିଫଳ ? କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·4 min read
କ'ଣ କହୁଛି ଆପଣଙ୍କ ରାଶିଫଳ ? କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ଜାଣନ୍ତୁ...

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ପଢନ୍ତୁ...


ମେଷ- ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ । ବ୍ୟବସାୟ ପଥ ସୁଗମ ହେବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ କରିବେ । ପରିବହନରେ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ଠାରୁ ସହାୟତା ନେବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ


ବୃଷ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । ଅନେକ ଦିନରୁ ଧାର୍ଯ୍ୟ କରିଥିବା ଲକ୍ଷ ପୂରଣ କରିବେ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ସାଙ୍ଗଠନିକ କାର‌୍ୟ୍ୟରେ ଯୋଗଦାନ କରି ପାରନ୍ତି ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର- ଗୋସାଳାରେ ଗୋଖାଦ୍ୟ ଦାନ କରନ୍ତୁ


ମିଥୁନ- ପରିବାରରେ ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ଖେଳାଳୀ ମାନେଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ମାଲିମକଦ୍ଦମାର ଶୁଣାଣି ଆପଣଙ୍କ ସପକ୍ଷରେ ଯିବ । ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ


କର୍କଟ- ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆସ୍ୱସ୍ତି ଅନୁବବ କରିବେ । ରାଜନୀତିରେ ପଦ ମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ଜମିବାଡି ବିବାଦ ଜଟିଳ ହୋଇପାରେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି ।


ସିଂହ- ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବନରେ ସୁଧାର ଆଣିବେ । ଜୀବନରେ ନୂଆ ସଙ୍କେତ ମିଳିପାରେ । ବିଦ୍ୟାର୍ଥୀ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ସମ୍ପର୍କୀୟ ବନ୍ଧୁଙ୍କ ସାହାର୍ଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।


କନ୍ୟା- କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ । ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ । ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ ସହିତ ମିଶି ଏକତ୍ର ଭୋଜନ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ନିଜର ସାଧ୍ୟ ମତେ କିଛି ସାହାର୍ଯ୍ୟ , ସହଯୋଗ କରନ୍ତୁ ।


ତୁଳା- କୌଣସି ନୂତନ ଯୋଜନା ଅର୍ଥ ଅଭାବ ଯୋଗୁ ଆରମ୍ଭ ହୋଇ ପାରିବ ନାହିଁ । ଆଧ୍ୟାତ୍ମିକ , ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହୋଇ ପାରନ୍ତି । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ରାଜନୀତିରେ କ୍ଷେତ୍ରରେ ବହୁତ୍ ଉପରକୁ ଯାଇ ପାରନ୍ତି ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ ।


ବିଛା- ସନ୍ତାନ ମଧ୍ୟରେ ବ୍ୟକ୍ତିକ୍ରମ ଘଟିବାର ଆଶଙ୍କା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାମ ହାସଲ କରିବେ । ରାଜନୀତିରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବା ସହ ଅସ୍ଥିରତା ସୃଷ୍ଟି କରିବ । କ୍ୟାରିୟର ଓ ଶିକ୍ଷା କ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟକୁ ବଡ ମାନଙ୍କ ଠାରୁ ବୁଝିବିଚାରି କଲେ ଠିକ୍ ହେବ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ


ଧନୁ- ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ପଦକ୍ଷେପ ନେବେ । ଚାକିରୀ କ୍ଷେତ୍ରରେ ଆପଣଙ୍କ କାମକୁ ନେଇ ସହକର୍ମୀ ମାନେ ବିରୋଧ କରିପାରନ୍ତି । ଜୀବନ ସାଥୀଙ୍କ ମଙ୍ଗଳ ଓ ତାଙ୍କର ଭାବନାକୁ ବିଚାର କରି କାର୍ଯ୍ୟ କରିବେ । ରାଜନୀତି କ୍ଷେତ୍ରରେ ଆଗକୁ ଯିବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ


ମକର- ପରିବାରରେ ଅବହେଳା ପଦର୍ଶନ କରି ସମାଲୋଚିତ ହୋଇପାରନ୍ତି କ୍ଷ ସାମାଜିକ ସ୍ତରରେ ମନ ବୁଝାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଅଫିସରେ ଅଧିକ କାମ କରଣରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ । ଅଧିକ ଅତ୍ମବିଶ୍ୱାସ ହାନିକାରକ ହୋଇପାରରେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର- ପ୍ରତିଦିନ ସକାଳୁ କିଛି ଖାଦ୍ୟ କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ ।


କୁମ୍ଭ- ସ୍ୱାସ୍ଥ୍ୟକୁ ନେଇ ନାନା ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । ଗଣ ମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଚାକିରିରେ ଅପଦସ୍ତ ହୋଇପାରନ୍ତି ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।


ମୀନ- ସାମୟିକ ମୁଣ୍ଡ ଓ ପେଟରେ କଷ୍ଟ ପାଇପାରନ୍ତି । ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଭୂ-ସମ୍ପତି ଭାଗ ହୋଇପାରେ । ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର- କେଶର, ବୁଟ , ହଳଦୀ ଆଦିକୁ ଖାଦ୍ୟ ପହାର୍ଥରେ ସାମିଲ୍ କରନ୍ତୁ ।

Sponsored
କ'ଣ କହୁଛି ଆପଣଙ୍କ ରାଶିଫଳ ? କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ଜାଣନ୍ତୁ... | Argus News