Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope today / ପ୍ରେମୀଯୁଗଳମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ନା ନାହିଁ

Rashmita Mishra
Browse all articles by Rashmita Mishra
·5 months ago·3 min read
ପ୍ରେମୀଯୁଗଳମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ନା ନାହିଁ
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

ମେଷ-
ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟ ହାନିର କାରନ ଅଛି । କାରବାରରେ ଆପଣଙ୍କର ବହୁତ ଲାଭ ହେବ । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ଧାର୍ମିକ କାର୍ଯ୍ୟକ୍ରମରେ ସାମିଲି ହେବାର ସୁଯୋଗ ପାଇବେ । ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବ ।
ଶୁଭ ରଙ୍ଗ- - ଲାଲ୍ ଏବଂ ଶୁଭ ସଂଖ୍ୟା ୯
ପ୍ରତିକାର – ମହାଦେବଙ୍କୁ କ୍ଷୀରାଭିଷେକ କରନ୍ତୁ

ବୃଷ-
ବ୍ୟବସାୟରୁ ପ୍ରଚୁର ଲାଭ ହେବା ସହ ଧନାଗମ ହେବାର ସମ୍ଭାବନା ରହିଛି । ଦୂର ଭ୍ରମଣ ବ୍ୟର୍ଥ ହୋଇପାରେ । ରାଜନୀତିରେ ବ୍ୟସ୍ତତା ଦୂର ହୋଇଯିବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି ।ନିଷ୍କପଟ ମନୋଭାବ ନେଇ ସେବକ ଶ୍ରେଷ୍ଠ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ପ୍ରେମ ସମ୍ପର୍କ ଭଲ ରହିବ । ନୂଆ କଳା କୌଶଳ ଶିଖିବାକୁ ସୁଯୋଗ ମିଳିବ । ମନ ଭଲ ରହିବ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଆକସ୍ମିକ ବିପଦ ଦେଖାଦେଇପାରେ । ସତର୍କତା ଅବଲମ୍ବନ ନ କଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ପୂଜା ସହିତ ସହସ୍ର ନାମ ପାଠ କରନ୍ତୁ

କର୍କଟ-
ରୋଗ ପୀଡା ହେତୁ ଶରୀର କ୍ଷୀଣ ହୋଇପାରେ । ଭ୍ରାତୃ ସହାୟତା ସମୟ ଉପଯୋଗୀ ହେବ । ଦାମ୍ପତ୍ୟ ସୁଖ ମିଳିପାରେ । ସ୍ୱାଧୀନଭାବେ ନିଜ ଗୋଡରେ ଛିଡା ହେବା ପୂର୍ବରୁ ନିର୍ଭରଶୀଳ ହୋଇପାରନ୍ତି । ଭୋଗ ବିଳାସ ପ୍ରିୟ ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ପଢ଼ନ୍ତୁ ଏହି ଖବର: ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

ସିଂହ-
ସାମୟିକ ଶାରିରୀକ ପିଡା ଭୋଗିବାକୁ ପଡିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । କୋର୍ଟରେ ଅପବ୍ୟବହାର ଦେଖାଇବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା-
ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲା ଓ ସଭାସମିତିରେ ସୁଫଳ ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ

ତୁଳା-
ବ୍ୟବସାୟରେ ଭାଇଙ୍କ ଠାରୁ ସାହାଯ୍ୟ ସହେଯାଗ ପାଇ ଚିନ୍ତା ମୁକ୍ତ ରହିବେ । ରାଜନୀତିରେ ପଛ କଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କରିପାରନ୍ତି । ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି । ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟସୂଚୀ ଅନୁଯାୟୀ ଆଜିର କାମ କରିବାରେ ସଫଳତା ପାଇବେ। ପ୍ରଶାସନିକ ସ୍ତରରେ ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ। ଆଗାମୀ ସମୟକୁ ଆଖିଆଗରେ ରଖି କାମ କରନ୍ତୁ, ସବୁକିଛି ଠିକ୍ ହୋଇଯିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ-
କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାର୍ଯ୍ୟ ପାଇବେ । ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି ପାସୋରି ଯିବେ । କୈାଣସି ଗୋଟେ ବଡ ପଦବୀ ଯାଇପାରେ । ସବୁ ସମସ୍ୟାକୁ ଦୃଢ ଭାବରେ ମୁକାବିଲା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ପୂଜା ପାଠ କରନ୍ତୁ

ମକର-
ନୂତନ ବନ୍ଧୁ ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ସାକାର କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବହୁ ଦିନରୁ ଅଟକି ରହିଥିବା କାର‌୍ୟ୍ୟଟି ଆକସ୍ମିକ ଭାବରେ ସମାଧାନ ହୋଇଯିବ । ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ-
ପାରିବାରିକ ମାଙ୍ଗଳିକ କାର‌୍ୟ୍ୟର ସୂଚନା ମିଳିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ରାଜନିତିରେ ସହଯୋଗ ମିଳିବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ-
ପାରିବାରିକ ସ୍ତରରେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ। ପରିବହନରେ ଆଗାମୀ କ୍ଷେତ୍ର ସକାଶେ ନିଜକୁ ପ୍ରସ୍ତୁତ କରିପାରନ୍ତି ।ପୂର୍ବ ସମସ୍ୟାର ସମାଧାନ, ଆର୍ଥିକ ଉନ୍ନତି, ପାରିବାରିକ ସୌଖ୍ୟ ଲାଭ ଯୋଗ ରହିଛି। ସମ୍ପର୍କୀୟ ଜଣେ ବନ୍ଧୁ ଘରୋଇ ସମସ୍ୟା ସମାଧାନରେ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Will Couples Succeed in Love? Today’s Love Horoscope Prediction | Argus News