Today Horoscope / ଜାଣନ୍ତୁ ବ୍ୟବସାୟରେ ମିଳିବକି ଆପଣଙ୍କୁ ଲାଭ ?

Key Points
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...
ମେଷ-
ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ପ୍ରଶାସନିକ ସ୍ତରରେ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।ର ଯାତ୍ରା ପାଇଁ ପୂର୍ବପ୍ରସ୍ତୁତି କିମ୍ବା ମନୋରଞ୍ଜନ କାର୍ୟ୍ୟକ୍ରମ ସକାଶେ ବ୍ୟସ୍ତ ରହିପାରନ୍ତି। ସୁନ୍ଦର ସ୍ବାସ୍ଥ୍ୟ, ଆଦର୍ଶ ପାରିବାରିକ ଜୀବନକୁ ଅଙ୍ଗେ ନିଭାଇ ଖୁସି ରହିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ-
ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ପାରିବାରିକ ଦୃଷ୍ଟିକୋଣରୁ ପର କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ଆନୁଷ୍ଠାନିକ କାମରେ ସୁଯୋଗ ପାଇ ଆନନ୍ଦିତ ହୋଇପାରନ୍ତି । ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ଆଜି ଆର୍ଥତ୍କ ଅଭିବୃଦ୍ଧି ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। କାର୍ୟ୍ୟସିଦ୍ଧି ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ଘର ଲୋକଙ୍କୁ କୈଫିୟତ ଦେବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର ନ କରି ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ-
କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଘର ପାଇଁ ହେଉ କିମ୍ବା ବନ୍ଧୁ ପାଇଁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ସକାଳୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ଛୋଟ କଥାକୁ କେନ୍ଦ୍ରକରି ନିଜ ଲୋକଙ୍କ ସହ ଯୁକ୍ତିତର୍କ ଠିକ୍ ହେବନାହିଁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ଆଜି ପ୍ରତ୍ୟେକ କାମ ସୁରୁଖୁରୁରେ ସମାପନ ହୋଇପାରିବା ସହ ଅର୍ଥ ଓ ସମ୍ମାନ ପାଇବେ। ପରିବହନ କ୍ଷେତ୍ରରେ, କ୍ରୀଡା ଓ ଚଳଚ୍ଚିତ୍ରରେ, ନିର୍ମାଣ କ୍ଷେତ୍ରରେ, ସଭାସମିତିରେ ସଫଳତା ହାସଲ କରିପାରିବେ। ପରିବାରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ସରକାରୀ ସ୍ତରରେ ଅଟକି ରହିଥିବା କାମ ପାଇଁ ଟେନ୍ସନ ଦୂରୀଭୂତ ହେବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ପରିବାରର ସାଧାରଣ ଘଟଣାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ଲାଗି ରହିବା କାରଣରୁ ଧାର, କରଜ କରିବାକୁ ପଡ଼ିପାରେ । ଅନ୍ୟମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ମାଲିମକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟରେ ଅଟକି ରହୁଥିବାରୁ ଚିନ୍ତା କ୍ରମଶଃ ବୃଦ୍ଧି ପାଇବ। ଆଜି ଆପଣଙ୍କର ଘର କାମ ସାଙ୍ଗକୁ ଅଫିସ୍ କାମ ବଳିଯିବ। ପ୍ରବାସୀ ବ୍ୟକ୍ତିମାନଙ୍କର ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି । ଶତ୍ରୁତା କରୁଥିବା ଲୋକମାନଙ୍କ ନିକଟରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ହେବ। କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ବ୍ୟବସାୟରେ ବାକି ରହିଥିବା ଅର୍ଥ କୌଶଳର ସହ ଆଦାୟରେ ସକ୍ଷମ ହେବେ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହୋଇପାରନ୍ତି। ଅଫିସ୍ କାମରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍ସନ ବଢିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର-
ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନନ୍ଦିତା କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇପାରେ । କର୍ମ କ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡିପାରେ । ଘରୋଇ ବିତର୍କରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି । ଅନ୍ୟମନସ୍କ ହେତୁ ଧନହାନି ଓ ଶାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ପରିବାରର ଆବଶ୍ୟକ ଅର୍ଥ ସକାଶେ କରଜ କରି କାମ ତୁଲାଇ ନେବେ। ନିକଟତମ ବନ୍ଧୁଙ୍କୁ କିଛି ସାହାଯ୍ୟ ମାଗିବେ ଏହି ଭାବନାରେ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। କଚେରି ମାମଲା ଅମିମାଂସିତ ରହିବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇବା ଆଶଙ୍କା ରହିଛି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମୀନ-
ସଚେତନତା ଅବଲମ୍ବନ କରିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। ପୂର୍ବର କେତେକ ବିବାଦୀୟ କଥାକୁ ମନେପକାଇ ଆମତ୍ୀୟସ୍ବଜନ ଦୂରେଇ ଯାଇପାରନ୍ତି। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ
📱 Get Argus News App
✨Related Topics
Explore more stories