Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ମହିଳାମାନେ ଏହି ୩ ଦିନ କେଶ ଧୋଇବା ଅନୁଚିତ, ହେଇପାରେ ଅଶୁଭ

Rashmita Mishra
Browse all articles by Rashmita Mishra
·1 year ago·2 min read
ମହିଳାମାନେ ଏହି ୩ ଦିନ କେଶ ଧୋଇବା ଅନୁଚିତ, ହେଇପାରେ ଅଶୁଭ

ଅର୍ଗସ ବ୍ୟୁରୋ: ସନାତନ ଧର୍ମରେ ପ୍ରତ୍ୟେକ କାମ ପାଇଁ କିଛି କିଛି ନିୟମ ରହିଥାଏ । ଏହି ନିୟମକୁ ପାଳନ କରିବା ଦ୍ବାରା ଘରେ ସକରାତ୍ମକ ଶକ୍ତି ରହିବା ସହ ସୁଖ ସମୃଦ୍ଧିରେ ଘର ପୂରି ଉଠେ। ଆଉ ସେହି ନିୟମକୁ ଅବମାନନା କରିବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।ସେଥିପାଇଁ ଅର୍ଥ ସମସ୍ୟା ରହିବା ସହ ଦୁର୍ଭାଗ୍ୟ ମାଡ଼ି ଆସିଥାଏ । ତେବେ କେଶ ଧୋଇବାକୁ ନେଇ ମଧ୍ୟ କିଛି ନିୟମ ରହିଛି । କେଶ ଧୋଇବା ପାଇଁ କେଉଁ ଦିନ ଶୁଭ ଓ କେଉଁ ଦିନ ଅଶୁଭ ଆସନ୍ତୁ ଜାଣିବା ।


ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଏବଂ ମାନ୍ୟତା ରହିଛି । ଯାହାକୁ ଆଜି ମଧ୍ୟ ଅନେକ ଲୋକ ପାଳନ କରୁଛନ୍ତି । ଏହି ମାନ୍ୟତା ଧର୍ମ ସହିତ ଜଡିତ, ମାତ୍ର ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ଅଛି । ଅନେକ ସମୟରେ ଘରର ଗୁରୁଜନମାନେ କୌଣସି ନିର୍ଦ୍ଦିଷ୍ଟ ଦିନରେ କେଶ ଧୋଇବା ପାଇଁ ବାରଣ କରିଥାନ୍ତି । ଏହା ପଛରେ ଧାର୍ମିକ ବିଶ୍ବାସ ଯୋଡି ହୋଇ ରହିଛି । ତେବେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ କେଶ ଧୋଇବା ଉଚିତ୍ ନୁହେଁ ବୋଲି ବିଶ୍ୱାସ କରାଯାଏ ।


ଗୁରୁବାର:- ଭାରତର ଅନେକ ସ୍ଥାନରେ ମହିଳାମାନେ ଏହି ପ୍ରଥାକୁ ବହୁତ କଠୋରତାର ସହ ପାଳନ କରନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଗୁରୁବାର ଦିନ କେଶ ଧୋଇବା ଦ୍ୱାରା ଆପଣଙ୍କ ଘରୁ ଭଗବାନ ବୃହସ୍ପତି ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଦୂର ହୋଇଯାଏ ଏବଂ ଏହା ବ୍ୟକ୍ତିକୁ ଗରିବ କରିପାରେ । ତେବେ ଅନେକ ବର୍ଷ ଧରି ଏପରି ପ୍ରଥା ରହିଆସୁଛି । ଜଣେ ମହିଳା ଗୁରୁବାର ଦିନ କେଶ ଧୋଇବା ଦ୍ବାରା ଧୀରେ ଧୀରେ ତାଙ୍କର ସମସ୍ତ ସମ୍ପତ୍ତି କ୍ଷୟ ହୋଇଥାଏ । ସେହିପରି ଗୁରୁବାର ଦିନ ପୋଷାକ ଧୋଇବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମଙ୍ଗଳବାର:- ବିଶ୍ୱାସ କରାଯାଏ ଯେ, ମଙ୍ଗଳବାର କେଶ ଧୋଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ହ୍ରାସ ପାଏ ଏବଂ ଘରେ ଧନର ଅଭାବ ଦେଖାଦିଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ବିବାହିତ ଏବଂ ଅବିବାହିତ ମହିଳାମାନେ ମଙ୍ଗଳବାର ଦିନ କେଶ ଧୋଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ । ଏହା ସହିତ, ଯଦି କୁମାରୀ ଝିଅମାନେ ମଙ୍ଗଳବାର ଦିନ ସେମାନଙ୍କ କେଶ ଧୁଅନ୍ତି, ତେବେ ଏହା ସେମାନଙ୍କ ଭାଇ ଉପରେ ଅଶୁଭ ପ୍ରଭାବ ପକାଇଥାଏ । ତେଣୁ, ଏହି ଦିନରେ କେଶ ଧୋଇବାର ଭୁଲ କରିବା ଉଚିତ୍ ନୁହେଁ ।


ଶନିବାର:- ବିଶ୍ୱାସ କରାଯାଏ ଯେ, ଶନିବାର ଦିନ କେଶ ଧୋଇବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ । ଏହି ଦିନ କେଶ ଧୋଇବା ଦ୍ୱାରା ଘରେ ଦୁଃଖ ଏବଂ ଦୁର୍ଭାଗ୍ୟ ଆସିଥାଏ ବୋଲି ବିଶ୍ୱାସ କରାଯାଏ । ଶନିବାର ଦିନ କେଶ ଧୋଇବା ବିଷୟରେ ହିନ୍ଦୁ ପୌରାଣିକ କଥା ରହିଛି । ସେହିପରି ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଶନିବାର ଦିନ କେଶ ଧୋଇବା ଦ୍ୱାରା ଶନିଦେବ କ୍ରୋଧିତ ହୋଇପାରନ୍ତି ।


Sponsored
women-should-not-wash-their-hair-on-these-3-days-it-may-be-unlucky | Argus News