Today Horoscope / ସବୁ ସମସ୍ୟାରୁ ମୁକ୍ତି ପାଇବେ ଏହି ରାଶିର ବ୍ୟକ୍ତି

Key Points
ଆଜି ବଦଳିଯିବ ଏହି ରାଶିର ଭାଗ୍ୟ । ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଛି ଧନ ରୋଜଗାର କରିବାର ସୁଯୋଗ ।
ମେଷ
ଜୀବନ ସାଥିଙ୍କ ସହ ଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । ପରିବାରରେ ଥିବା ମତାନ୍ତର ମନାନ୍ତରରେ ପରିଣତ ହୋଇପାରେ । ସମ୍ପତି ଲାଭ ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନା ରହିପାରେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ-ଲାଲ୍
ଶୁଭ ସଂଖ୍ୟା-୯
ପ୍ରତିକାର- ରୁଟି ଓ ଗୁଡ ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ
ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇପାରେ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । କୌଣସି ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମନୋବଳକୁ ବଢେଇ ଦେବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ମା' କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ଚାକିରୀ କ୍ଷେତ୍ରରେ ଶ୍ରମ ବୃଦ୍ଧି ହେବ । ଭୂ-ସମ୍ପତିରେ ଅଧିକ ପଇସା ନିବେଶ କରନ୍ତୁ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା-୫
ପ୍ରତିକାର- ତ୍ରିପୁରା ସୁନ୍ଦରିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ
ପରୋକ୍ଷ ଶତ୍ରୁତା ଦୈନିକ ଜୀବନ ଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ଭଲ ସଫଳତା ଆଣିବେ । କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ । ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ ।
ଶୁଭ ରଙ୍ଗ - ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ
ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ଭୂ-ସମ୍ପତି କିଣିବାର ଯୋଗ ରହିଛି । କୌଣସି ଅଜଣା ବ୍ୟକ୍ତି ସାହାଯ୍ୟର ହାତ ବଢାଇବେ । ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଆସିବ ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ରାମଙ୍କ ଫଟୋକୁ ପୂଜା କରନ୍ତୁ
କନ୍ୟା
ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ
ତୁଳା
ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ । ପ୍ରେମିକା ସହିତ ବାହାରକୁ ବୁଲି ଯାଇ ପାରନ୍ତି । ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ବାଦ ବିବାଦଠାରୁ ଦୂରେଇ ରହିବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା-୬
ପ୍ରତିକାର- ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା
ବ୍ୟବସାୟରେ କୌଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଚେଷ୍ଟା କରିଲେ ଅନ୍ୟକୁ ଦେଇଥିବା ଧନ ମିଳିପାରିବ । ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।
ଶୁଭ ରଙ୍ଗ - ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ
ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତି ପାଇବେ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ବ୍ୟବସାୟରେ ଅଚାନକ ଧନ ଲାଭ ହୋଇପାରେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନୀତିରେ ଆର୍ଥିକ ଲାଭ ମିଳିବ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା-୩
ପ୍ରତିକାର- ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ଅଧିକ ପଢ଼ନ୍ତୁ: ଆଜି ବସିବ ବିଜେପିର କୋର୍ କମିଟି ବୈଠକ, ନୂଆପଡା ଉପନିର୍ବାଚନ ନେଇ ହେବ ଆଲୋଚନା
ମକର
ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ । ରାଜନୀତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ
ମାନସିକ ସୁସ୍ଥତା ରହି ନପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଆଜି ବ୍ୟବସାୟରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଲେଖାପଢାରେ ସୁଫଳ ପାଇବେ । ରାଜନୀତିରେ ମନ ଚାହୁଁଥିବା ପଦବୀ ମିଳିପାରେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା-୮
ପ୍ରତିକାର- ହନୁମାନ ଚାଳିସା ପାଠ କରନ୍ତୁ
ମୀନ
କଅଁଳ କଥା କହି କାମ ହାସଲ କରିବେ । ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନ ଉନ୍ନତିକରଣ କରିପାରିବେ । କର୍ମ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ପଡୋଶୀଙ୍କ ସହିତ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହେବ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
📱 Get Argus News App
✨Related Topics
Explore more stories