Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Astrology Prediction / ଏହି ରାଶିର ବ୍ୟକ୍ତିଙ୍କୁ କର୍ମରେ ସଫଳତା ଓ ସମ୍ମାନ ମିଳିବ

Ritu Das
Browse all articles by Ritu Das
·4 months ago·3 min read
ଏହି ରାଶିର ବ୍ୟକ୍ତିଙ୍କୁ କର୍ମରେ ସଫଳତା ଓ ସମ୍ମାନ ମିଳିବ
zodiac

Key Points

ମେଷ-
ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ମେଷ-
ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଆର୍ଥିକ ମାମଲାକୁ ନେଇ ସତର୍କ ରୁହନ୍ତୁ । ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ । ମଉଜ ମସ୍ତିରେ ସମୟ କଟିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ-
ପ୍ରେମିକା,ପ୍ରେମିକ ମାନେ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯିବେ । ବ୍ୟବସାୟରେ ବୁଝିବିଚାରି ଭାଗିଦାରୀ କରନ୍ତୁ । ଅଫିସ କାର୍ଯ୍ୟରେ ଆପଣ ପ୍ରଶଂସା ପାଇବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା’ କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ଦୈନଦିନ କାର୍ଯ୍ୟ ସୂଚୀରେ ପରିବର୍ତନ କରିବାକୁ ଚେଷ୍ଟା କରିବେ । ଜୀବନ ସାଥୀଙ୍କ ସହ ଘରକିଣିବା ପାଇଁ ଯୋଜନା କରିବେ । କାହାରିକୁ ଅଧିକ ସମାଲୋଚନା କରନ୍ତୁ ନାହିଁ । ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ । ବାପାମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ-
ଶରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ବ୍ୟବସାୟରେ କୌଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ରାଜନୀତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ

ସିଂହ-
ପରିବାରରେ ସମସ୍ୟା ଭିତରେ ଗତିକରି ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟାବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ବ୍ୟବସାୟରେ ଦୂରଯାତ୍ରା କରିବାର ସୁଯୋଗ ରହିଛି । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ରାଜନୀତିରେ ବିରୋଧୀ ଦଳ ବଢିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ମହିଳା ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା-
ଦେହ ଓ ମନ ଭଲ ରହିବ । କାର୍ଯ୍ୟରେ ସଫଳତା ମିଳିବାରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆୟରେ ଉନ୍ନତି ଘଟିବ । ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ମଉଜ ମଜଲିସରେ ଦିନ ବିତାଇ ପାରନ୍ତି। ଧାର୍ମିକ ହେବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ

ବିଛା-
ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଉପଯୁକ୍ତ ଯୋନଜା ଦ୍ୱାରା କ୍ୟାରିୟରରେ ପରିବର୍ତନ ଭବିଷ୍ୟତ ଲାଗି ଲାଭଦାୟକ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
ଲୋକମାନେ ଆପଣଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିପାରନ୍ତି । ହୋଟେଲ୍ ବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପଢାପଢି ଖେଳ କୁଦରେ ପ୍ରଶଂସା ମିଳିପାରେ । ଶତ୍ରୁମାନଙ୍କ କାର୍ଯ୍ୟରୁ ଲାଭ ମିଳିବ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟିହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର-
ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ

କୁମ୍ଭ-
ସମ୍ପର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ସମ୍ମାନ ହାନି ଘଟିପାରେ । ଚାକିରିରେ ସେବାକୁ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ । ଭୂମି ଲାଭର ସୂଚନା ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ମୀନ-
ଜୀବନ ସାଥୀଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । ନିତିଦିନିଆ କାମ ସହଜରେ ପୂରା ହୋଇଯିବ । ଶରୀରିକ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଧନଲାଭର ନୂଆ ଉତ୍ସ ତଲାସ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା’ ତାରାଙ୍କର ମନ୍ତ୍ର ପାଠ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
These Zodiac Signs Will Achieve Career Success and Gain Respect | Argus News