Horoscope / ଏହି ରାଶିର ବ୍ୟକ୍ତି ଆଜି ଘରୁ ବାହାରନ୍ତୁ ନାହିଁ ନଚେତ୍...

Key Points
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...
ମେଷ-
ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ । ନିଜ କାର୍ୟ୍ୟ ପାଇଁ ପ୍ରଂଶସିତ ହେବେ । ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ । ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ
ଶୁଭ ରଙ୍ଗ- - ଲାଲ୍ ଏବଂ ଶୁଭ ସଂଖ୍ୟା ୯
ପ୍ରତିକାର – ମହାଦେବଙ୍କୁ କ୍ଷୀରାଭିଷେକ କରନ୍ତୁ
ବୃଷ-
ବିଶେଷ ଅସୁବିଧା ନ ଥିଲେ ମଧ୍ୟ ନିଜ ଲୋକଙ୍କ ଆଚରଣ ଓ ବ୍ୟବହାରର ବିଷମତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଯଥା ଅପବ୍ୟୟଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ପରୋକ୍ଷ ଶତ୍ରୁତାଜନିତ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବ୍ୟପାର ବୃର୍ତିରେ ପ୍ରଗତି ହେବ । ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ । ସୁନ୍ଦର କଳ୍ପନାରେ ବିଭୋର ରହିବେ । କର୍ତୁପକ୍ଷ ଆପଣଙ୍କୁ କୈାଣସି ବଡ ଦାୟିତ୍ୱ ଦେବେ । ମହିଳାଙ୍କ ଭାଗ୍ୟ ଉଜ୍ଜଳ ହେବ । ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ପୂଜା ସହିତ ସହସ୍ର ନାମ ପାଠ କରନ୍ତୁ
କର୍କଟ-
କଠୋର ପରିଶ୍ରମଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।ପ୍ରତ୍ୟେକ କାମରେ ସମସ୍ୟା ଓ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ। ଜଣେ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କରିପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ମା ଭୂବନେଶୂରୀ ଯନ୍ତ୍ରିକ ମହାକବଚ ଧାରଣ କରନ୍ତୁ
ସିଂହ-
ନିସ୍ପଳତା ଓ ନିରାଶ ଭାବ ଦେଖାଦେବ । ବ୍ୟବସାୟରେ ସୈଜନ୍ୟ ହାନି ଘଟିବ । ଯେଉଁ କାର୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ । କୌଣସି କାର୍ୟ୍ୟକୁ ନେଇ ଚିନ୍ତିତ ରହିବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ।ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ପ୍ରବୃତ୍ତି ତ୍ୟାଗ କଲେ କେତେକାଂଶରେ ଉପକୃତ ହେବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ । ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ । ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ବହୁଦିନରୁ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିପାରିବେ । ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ଭଲ ସମ୍ପର୍କ ନ ଥିବା ନିକଟସ୍ଥ ବ୍ୟକ୍ତିବିଶେଷଙ୍କ କଟାକ୍ଷ ମନକୁ ବେଶି ବାଧିବ। ପିଲାଙ୍କ ଅସୁସ୍ଥତା ଆପଣଙ୍କ କାର୍ୟ୍ୟଶୈଳୀକୁ ପ୍ରଭାବିତ କରିବ।ଧର୍ମକାର୍ୟ୍ୟ ପ୍ରତି ମନ ବଳିପାରେ। ନାଚ, ଗୀତ, ସିନେମା ଓ ମନୋରଞ୍ଜନ କାର୍ୟ୍ୟକ୍ରମରେ ମର୍ୟ୍ୟାଦା ବୃଦ୍ଧି ପାଇବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ବଗଳା ମୁଖିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଧନୁ-
ନିଜର ଶକ୍ତି ଓ ସାମର୍ଥ ପାଇଁ ସୁନାମ ଅର୍ଜନ କରିବେ । କୈାଣସି ବଡ ଧରଣର ଯୋଜନା କାର୍ୟ୍ୟକାରୀ ହୋଇପାରେ । ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ପୂଜା ପାଠ କରନ୍ତୁ
ମକର-
ବନ୍ଧୁଙ୍କ ନିକଟରେ ଅଟକି ରହିଥିବା ଅର୍ଥପ୍ରାପ୍ତିରେ ବିବାଦ ଦେଖାଦେବ। ସଭାସମିତିରେ ଆଦର ଅଭ୍ୟର୍ଥନା ମିଳିବ, ମାତ୍ର ମନ ଭଲ ନ ଥିବାରୁ ବିଶେଷ ଉପଭୋଗ୍ୟ ନ ହୋଇପାରେ । ଅଫିସରେ ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡିପାରେ। ଅନ୍ୟମାନଙ୍କ ଦାୟିତ୍ୱହୀନ କାମ ଲାଗି ନିଜକୁ ଦାୟୀ ହେବାକୁ ପଡିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
କର୍ମକ୍ଷେତ୍ରରେ ଓ କୃଷି କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି । ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ସମୟର ପ୍ରତିକୂଳତା ସାଙ୍ଗକୁ ବାରମ୍ବାର ସ୍ବାସ୍ଥ୍ୟହାନି ମନୋବଳକୁ କ୍ଷୁଣ୍ଣ କରିପାରେ। ଯାହା ଖୋଜୁଥିଲେ ତାହା ନିର୍ଦ୍ଦିଷ୍ଟ ସମୟରେ ନ ପାଇଲେ ମଧ୍ୟ ବିଳମ୍ବରେ ପାଇବେ। ବନ୍ଧୁଙ୍କୁ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଆର୍ଥିକ ଉନ୍ନତି, ପରିବହନରେ ଲାଭ, ଯାତ୍ରାରେ ସଫଳତା ମିଳିବା ଯୋଗୁ ଖୁସି ରହିପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର-ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
📱 Get Argus News App
✨Related Topics
Explore more stories