Videos
|
Horoscope

Today Horoscope / ଏହି ରାଶିମାନେ ରୁହନ୍ତୁ ସର୍ତକ

Rashmita Mishra
Browse all articles by Rashmita Mishra
·11 months ago·4 min read
ଏହି ରାଶିମାନେ  ରୁହନ୍ତୁ ସର୍ତକ

Key Points

ଜାଣନ୍ତୁ ଆଜିର ରାଶିଫଳ 

ଦୁଇଟି ରାଶି ପାଇଁ  ଆଜି ଭାରି ଭଲ 

ଏହି ରାଶିରେ ଉପରେ ବର୍ଷିବ ମା'ଙ୍କ ଆଶ୍ରିବାଦ

ମେଷ-
ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ । କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ । ରାଜନୀତି କାର୍ଯ୍ୟରେ ସଫଳତା ମିଳିବ । ନୂତନ ବନ୍ଧୁଙ୍କୁ ପାଇ ଖୁସି ହେବେ । ଦୂର ଯାତ୍ରାରେ ସଫଳ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ


ବୃଷ-
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭଲ ହେବେ ନାହିଁ । ଛାତ୍ର ଛାତୀମାନେ ସୁନାମ ଅର୍ଜନ କରିବେ । ଯାନ୍ତ୍ରିକ ଜିନିଷ ସଜାଡିବା ପରିପ୍ରେକ୍ଷୀରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ଦୂର ଯାତ୍ରା ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି । ସହକର୍ମୀ ଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ


ମିଥୁନ-
ପରିବାରରେ ଆପଣଙ୍କର ଗୁଣର ପ୍ରଶଂସା ହୋଇପାରେ । ଜୀବନ ସାଥୀଙ୍କ ସହିତ ରାତ୍ରୀ ଭୋଜନ ପାଇଁ ଯୋଜନା କରିବେ । ପ୍ରଶାସନ ସହିତ ଜଡିତ ଲୋକମାନେ ଉଚ୍ଚ ପଦପଦବୀ ପାଇପାରିବେ । ନୂତନ ଆୟର ଉତ୍ସ ବିକାଶ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ


କର୍କଟ-
କର୍ମ କ୍ଷେତ୍ରରେ ବୁଦ୍ଧି ଖଟାଇ ଉଚ୍ଚ ପଦ ପାଇବାର ସମ୍ଭାବନା ଅଛି । ପତି ପତ୍ନିଙ୍କ ମଧ୍ୟରେ ଭଲ ବୁଝାମଣା ହେବା ସହିତ ଦାମ୍ପତ୍ୟ ଜୀବନ ଖୁସିରେ ବିତାଇବେ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଏକାଧିକ ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅଶାନ୍ତି ଲାଗି ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର –ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସିଂହ-
ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ । ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବା ପାଇଁ ଚେଷ୍ଟା କରିପାରନ୍ତି । ରାଜନୀତିରେ ସାମାଜିକ ପରିସର ବୃଦ୍ଧି ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ


କନ୍ୟା-
ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ୍ ଅସୁବିଧା ଦେଖାଦେଇପାରେ । ସମାସ୍ୟା ଆସିଲେ ମଧ୍ୟ କୌଶଳରେ କାର୍ଯ୍ୟ ସାଧନ କରିପାରିବେ । ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ବିଫଳ ହେବେ । ଅଫିସ କାମରେ ବ୍ୟସ୍ତ ରହିବାରୁ ପରିବାରରେ ଅଶାନ୍ତି ଦେଖା ଦେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଗୋମାତାଙ୍କୁ ଗୋଖାଦ୍ୟ ଖାଇବାକୁ ଦିଅନ୍ତୁ


ତୁଳା-
ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢିବ । ବନ୍ଧୁ ଓ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ବିତାଇବେ ।ଆପଣଙ୍କର ବିଚାର ସକରାତ୍ମକ ରହିବ । ରାଜନେତାଙ୍କ ଲାଗି ଭଲ ଦିନଟିଏ । ନୂତନ ପ୍ରକଳ୍ପ ପାଇଁ ଯୋଜନା କରିପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ


ବିଛା-
ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହୋଇପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା ଘର କାମଟି ହୋଇଯିବାର ସମ୍ଭାବନା ରହିଛି ।ବନ୍ଧୁମାନଙ୍କ ସହ ଦୂର ଯାତ୍ରା କରିପାରନ୍ତି । ପାଖ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି । ଆଲୋଚନା କ୍ଷେତ୍ରରେ ମନ ଅସ୍ଥିର ରହିବା ଯୋଗୁ ଅପମାନିତ ହେବାର ସମ୍ଭାବନା ଅଛି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ


ଧନୁ-
କୌଣସି ନୂତନ ବନ୍ଧୁ ବ୍ୟକ୍ତି ସହିତ ଭେଟ ହେବେ । ଅସହାୟତା କାରଣରୁ ନିଜ ବୈବାହିକ ଜୀବନରେ ଛନ୍ଦି ହେବେ । ଆଜି ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ । ନବ ବିବାହିତା କୌଣସି ଧର୍ମାନୁଷ୍ଠାନ ଯିବେ ।ପିଲାମାନଙ୍କ ଆଚରଣରେ ଅତିଷ୍ଟ ହେବାର ସମ୍ଭାବନା ଅଛି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ


ମକର-
ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ । କର୍ମକ୍ଷେତ୍ରରେ ସତ୍ୟ କହି ବିବାଦର ଶିକାର ହୋଇପାରନ୍ତି । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ


କୁମ୍ଭ-
ଦୀର୍ଘ ଦିନରୁ ଅଟକିଥିବା କାମ ସଂମ୍ପୂର୍ଣ୍ଣ ହେବ । ଆୟ ଅନୁଯାୟୀ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିପାରିବେ । ସାମାଜିକ ସ୍ତରରେ ଖ୍ୟାତି ହେବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବାଯୋଗେ ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ


ମୀନ-
କର୍ମ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଆପଣ ବହୁତ୍ ଲାଭବାନ୍ ହେବ । ଆଜି ଭ୍ରମଣ ହେତୁ କ୍ଳାନ୍ତି ଅନୁଭବ କରିବେ । ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ଭ୍ରମଣର ସଯୋଗ ପାଇବେ । କୋର୍ଟ କଚେରୀ ମାମଲାରେ ଅଶୁଭ ଖବର ମିଳିପାରେ । ରାଜନିତି କ୍ଷେତ୍ରରେ ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ଭଲ ସଂମ୍ପର୍କ ବୃଦ୍ଧି ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ


ଅଧିକ ପଢ଼ନ୍ତୁ ରାଶିଫଳ ଖବର...