Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope Today / ଏହି ରାଶିର ବ୍ୟକ୍ତି କର୍ମରେ ସଫଳତା ଓ ସମସ୍ତ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ

Ritu Das
Browse all articles by Ritu Das
·4 months ago·3 min read
ଏହି ରାଶିର ବ୍ୟକ୍ତି କର୍ମରେ ସଫଳତା ଓ ସମସ୍ତ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ
India

Key Points

ମେଷ-
ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ପରିବାରରେ ଥିବା ମତାନ୍ତର- ମନାନ୍ତରରେ ପରିଣତ ହୋଇପାରେ ।
ମେଷ-
ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ପରିବାରରେ ଥିବା ମତାନ୍ତର- ମନାନ୍ତରରେ ପରିଣତ ହୋଇପାରେ । ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକୁ ପରିବର୍ତ୍ତନ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ପେଡା ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

ବୃଷ-
ଗୁରୁଙ୍କ କୃପାରୁ ଆନୁଷ୍ଠାନିକ କାମରେ ବନ୍ଧୁମିଳନ ଜନିତ ଆନନ୍ଦ ଅନୁଭବ କରିବେ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା' କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ପୁରା ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ । କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିବ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ । ଅଫିସ୍‌ରେ ଆଜି ନିଜ କାମକୁ ନେଇ ବ୍ୟସ୍ତ ରହିବେ । କର୍ତ୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଗୋଟାମୁଗ କୌଣସି ଗ୍ରହ ବିପ୍ରଙ୍କୁ ଦାନ କରନ୍ତୁ

କର୍କଟ-
ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖା ଦେଇପାରେ। ପ୍ରଶାସନ, ଆଇନ ଅଦାଲତ, ସଭା ସମିତି ଓ ରପ୍ତାନି ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉପକୃତ ହେବେ। ଜନକଲ୍ୟାଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରି ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା' ଭୁବନେଶ୍ବରୀଙ୍କର ମହାକବଚ ଧାରଣ କରନ୍ତୁ

ସିଂହ-
ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ । ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚ୍ଚିତ୍ର ଦେଖୀପାରନ୍ତି। କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ। ରାଜନୈତିକ ବ୍ୟକ୍ତିଙ୍କ ଅକ୍ରୋଶର ଶିକାର ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ବିଷ୍ଣୁଙ୍କର ପୂଜା କରନ୍ତୁ

କନ୍ୟା-
ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହି ନ ପାରେ।କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇଲେ ମଧ୍ୟ ତାହାକୁ ଅସ୍ବୀକାର କରିଦେଇପାରନ୍ତି। ସଭାସମିତି, ଜମିଜମା, ଚୁକ୍ତିପତ୍ର, ଆଇନ ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ
ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ। ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କୌଣସି ଅସାହାୟ ବା ଗରିବ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ

ବିଛା-
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ସାହାଯ୍ୟ କରିପାରେ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁଧନୁ-
ଦାମ୍ପତ୍ୟ ଜୀବନରେ ପତୀପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ପାଇବ । ଆପଣଙ୍କ ପିଲା ବ୍ୟବସାୟ କାମରେ ଆପଣଙ୍କୁ ସହଯୋଗ କରିବେ । ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ। ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ଲଡୁ ଧର୍ମସ୍ଥାନରେ ଭୋଗ ଲଗାନ୍ତୁ

ମକର-
ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଗୁଡିକ ବାସ୍ତବତାରେ ପରିଣତ ହେବ। ବନ୍ଧୁ ମେଳରେ ଆଜିର ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରୀତିପ୍ରଦ ରହିବ। କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅଫିସ୍ କାମର କେତେକ ଘଟଣାର ବିବରଣୀ ଜାଣି ସୁଦ୍ଧା ଚୁପ୍ ରହିବାକୁ ବାଧ୍ୟ ହୋଇପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା' ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ବ୍ୟକ୍ତି ଗତ ଜୀବନରେ ଅନ୍ୟ ବ୍ୟକ୍ତି ହସ୍ତକ୍ଷେପ ଦ୍ୱାରା ଆପଣ ବିରକ୍ତ ହୋଇପାରନ୍ତି । ଆଲୋଚନା ଅନୁଯାୟୀ କାମ ସବୁ ଠିକ୍‌ରେ ହୋଇଯିବ । ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ-
ପଡୋଶୀଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମିତ ହେବେ। ଦୀର୍ଘଦିନରୁ ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ କ୍ଷେତ୍ରରୁ ଉପକୃତ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଯିବା ଫଳରେ ଟେନସନ୍ କିଛି ମାତ୍ରାରେ କମି ଯାଇପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Zodiac Sign to Achieve Career Success and Excellence in Every Task | Argus News