Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Today Horoscope / ଆଜି ଏହି ରାଶିର ବ୍ୟକ୍ତିଙ୍କୁ କର୍ମରେ ସଫଳତା ଓ ସମ୍ମାନ ମିଳିବ

Ritu Das
Browse all articles by Ritu Das
·4 months ago·4 min read
ଆଜି ଏହି ରାଶିର ବ୍ୟକ୍ତିଙ୍କୁ କର୍ମରେ ସଫଳତା ଓ ସମ୍ମାନ ମିଳିବ
India

Key Points

ମେଷ
କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ନୂତନ କାର୍ଯ୍ୟ ଆରମ୍ଭ କରିବେ । ବନ୍ଧୁ ମିତ୍ରଙ୍କ ଠାରୁ ଉପହାର ପ୍ରାପ୍ତି ହେବ ।
ମେଷ
କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ନୂତନ କାର୍ଯ୍ୟ ଆରମ୍ଭ କରିବେ । ବନ୍ଧୁ ମିତ୍ରଙ୍କ ଠାରୁ ଉପହାର ପ୍ରାପ୍ତି ହେବ । ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ । ଶିକ୍ଷାର୍ଥୀମାନେ ଭଲ ନମ୍ବରରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ନୂତନ ଯାନବାହନ କିଣିବା ପାଇଁ ଚିନ୍ତା କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା’ ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ-
ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସୋମାନେ ଏଥିରେ ସଫଳ ହେବେ । ବିଦ୍ୟାର୍ଥୀ ମାନେ ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା’ କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ

ମିଥୁନ-
କର୍ମକ୍ଷେତ୍ରରେ ବ୍ୟବସ୍ତତା ହେତୁ ପରିବାରରେ ଅଶାନ୍ତି ଉପୁଜବ। ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ରାଜନୈତିକ ସ୍ଥିତି ସଂଘର୍ଷମୟ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ସାମାଜିକ ପ୍ରତିଷ୍ଠା, ମାନସମ୍ମାନ, ବୃଦ୍ଧି ପାଇବ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ । ଆଲୋଚନା ଅନୁଯାୟୀ କାମ ସବୁ ଠିକ୍‌ରେ ହୋଇଯିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ସିଂହ-
ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିବାର ସମ୍ଭାବନା ରହିଛି। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ। ଆର୍ଥିକ ପରିସ୍ଥିତି ଠିକ୍ ନ ଥିଲେ ମଧ୍ୟ ପିଲାଙ୍କ ପଢାରେ କିଛି ଅସୁବିଧା ହେବ ନାହିଁ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

ଅଧିକ ପଢ଼ନ୍ତୁ: ଆଜି ଏହି ରାଶିର ବ୍ୟକ୍ତିଙ୍କ ହେବ ବ୍ୟବସାୟରେ ଲାଭ

କନ୍ୟା-
ନିଜ କାମ ଉପରେ ଧ୍ୟାନ ଦେଲେ କଠିନ ପରିଶ୍ରମର ଫଳାଫଳ ପାଇବେ। ଆୟର ନୂତନ ଉତ୍ସଗୁଡିକ ବିକାଶ କରିପାରିବେ । କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ। ଓକିଲାତି ଓ ପରିଚାଳନା ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ। କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ପରିବାରର ସଦସ୍ୟ ମାନେ ଆପଣଙ୍କ ମତାମତକୁ ସମର୍ଥନ କରିବେ । ସିଭିଲ ଇଞ୍ଜିନିୟରଙ୍କ ଲାଗି ଦିନଟି ଆରାମଦାୟକ ରହିବ । ଅଫିସର କାମ ଠିକ୍ ସମୟରେ ପୂରା ହୋଇଯିବ । ପିଲାମାନେ ଖେଳ କୁଦରେ ମାତିବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦକ୍ଷେପ ନେବା ପାଇଁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ବିଛା-
ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ ।ପ୍ରତିଯୋଗିତାରେ ଉର୍ତିର୍ଣ୍ଣ ହୋଇ ନୂତନ କାର‌୍ୟ୍ୟ ପାଇଁ ଆଶାୟୀ ହେବେ । ଶତୃ ଓ ବିରୋଧି ଅପଦସ୍ଥ ହେବେ। ପତି ପତ୍ନୀଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ

ଧନୁ-
ବ୍ୟବସାୟରେ ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚର ବୃଦ୍ଧି ଆପଣଙ୍କୁ ସଞ୍ଚୟ କରିବା କଷ୍ଟକର କରିବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ଜମି କିଣିବା ପାଇଁ ଚିନ୍ତା କରିପାରନ୍ତି । ବିଦେଶୀ ବାଣିଜ୍ୟ ସହିତ ଆପଣଙ୍କର ସଂଯୋଗ ରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା’ ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ । ପରିବାରରେ କୌଣସି ବ୍ୟକ୍ତିଙ୍କର ନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିପାରେ। ରାଜନୈତିକ କ୍ଷେତ୍ରରେ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । କଳା, ଚଳଚ୍ଚିତ୍ର କ୍ଷେତ୍ରରେ ଆଗେଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
କର୍ମ କ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ । ଆୟର ପନ୍ଥା ସହଜ ହେବ । ପାରିବାରିକ ସମସ୍ୟାର ଅନ୍ତ ଘଟିବ । ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଯାନବାହନକୁ ନେଇ ଭାଇ ଭାଇ ମଧ୍ୟରେ ମତାନ୍ତର ଦେଖା ଦେଇପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ-
ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଅବିବାହିତ ଯୁବକ,ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ନିଜର ବ୍ୟବହାର ସଂଯମତା ରଖନ୍ତୁ ନଚେତ୍ ଗ୍ରାହକଙ୍କ ସହ ତର୍କବିତର୍କ ହେବା ଫଳରେ ବାଣିଜ୍ୟ କ୍ଷେତ୍ରରେ ବିଶେଷ କ୍ଷତି ହୋଇପାରେ । ପିଲାଙ୍କ ପଢାକୁ ନେଇ ଚିନ୍ତିତ ରହିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: These Zodiac Signs Will Get Success and Recognition at Work | Argus News