Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜାପାନ ଭୂମିକମ୍ପ, ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜାପାନ ଭୂମିକମ୍ପ, ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଅର୍ଗସ ବ୍ୟୁରୋ:  ଜାପାନରେ ଶକ୍ତିଶାଳୀ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ । ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଗତକାଲି ୨୧ ଥର ଭୂକମ୍ପ ଝଟକା ପରେ ଓ୍ବାଜିମା ଓ କାନାଓ୍ବାଜା ସହରରେ ୧.୨ ମିଟର ଉଚ୍ଚର ଢେଉ ଆସିଥିଲା । ଏଥିପାଇଁ ସୁନାମୀ ୱାର୍ଣ୍ଣିଂ ଜାରି ହୋଇଥିଲା । ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଆଲର୍ଟ କରାଯାଇଥିଲା । ୨୦୧୧ ମାର୍ଚ୍ଚ ୧୧ରେ ଆସିଥିବା ସୁନାମୀରେ ଜାପାରେ ପ୍ରାୟ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା ।

ଯାହାକୁ ଦୃଷ୍ଟିରେ ରଖି ସତର୍କ ଅଛନ୍ତି ଜାପାନ ସରକାର । ଭୂକମ୍ପରେ ୨୧ଟି ଝଟକା ପରେ ପ୍ରାୟ ୩୪ ହଜାର ଘରରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି । ସଡ଼କରେ ବଡ଼ ବଡ଼ ଫାଟ ହୋଇଥିବାରୁ ଅନେକ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି । ଜାପାନରେ ଥିବା ଭାରତୀୟ ଏମ୍ବାସି ପକ୍ଷରୁ ଭାରତୀୟଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ଏଥିସହ ସହାୟତା ପାଇଁ ଟୋଲ୍‌ ଫ୍ରି ନମ୍ବର ଏବଂ ଇ-ମେଲ୍‌ ଆଇଡି ଜାରି କରାଯାଇଛି । ଅନେକ କୋଠା ଭୁଶୁଡି ପଡିଥିବାରୁ ଏହା ତଳେ ଲୋକମାନେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored