Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହୀରା ପର୍ସ, ଦାମ୍ ଶୁଣିଲେ ହୋସ୍ ଉଡିଯିବ

International

ହୀରା ପର୍ସ, ଦାମ୍ ଶୁଣିଲେ ହୋସ୍ ଉଡିଯିବ

Smruti Parija
Browse all articles by Smruti Parija
·2 years ago·2 min read
ହୀରା ପର୍ସ, ଦାମ୍ ଶୁଣିଲେ ହୋସ୍ ଉଡିଯିବ

ଅର୍ଗସ ବ୍ୟୁରୋ: ହ୍ୟାଣ୍ଡ ବ୍ୟାଗ୍ ଧରିବାକୁ ପ୍ରାୟ ମହିଳାଙ୍କୁ ଭଲ ଲାଗେ । ଆଜିକାଲି ନୂଆ ନୂଆ ବ୍ରାଣ୍ଡ୍ ର ବିଭିନ୍ନ ଡିଜାଇନ୍ ର  ପର୍ସ ବଜାରରେ ମିଳୁଛି । ଫ୍ୟାସନ ପାଇଁ ଦିନକୁ ଦିନ ପର୍ସ ଆଦିର ମୂଲ୍ୟ ବଢିବାରେ ଲାଗିଛି । ଗୋଟିଏ ଗୋଟିଏ ପର୍ସର ମୂଲ୍ୟ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଲକ୍ଷେ, ଦୁଇ ଲକ୍ଷ, 10 ଲକ୍ଷ କିମ୍ବା କୋଟିଏ ଟଙ୍କାର ପର୍ସ ଦାମ୍ ଆପଣ ଶୁଣିଥିବେ । ହେଲେ ହୀରାର ଏକ ପର୍ସର ଦାମ୍ 31 କୋଟି । 

ପୃଥିବୀରେ ଏମିତି ବିଭିନ୍ନ ପର୍ସ ରହିଛି ଯାହା ଆଖିକୁ ସୁନ୍ଦର ଦିଶିବା ସହ ଦାମ ମଧ୍ୟ ବେଶି ହୋଇଥାଏ । ହାର୍ଟ ସେଫ୍ ର ଏହି ମାଉୱାଦ ୧୦୦୧ ଡାଇମଣ୍ଡ ପର୍ସର ଦାମ୍ ୩.୮ ମିଲିୟନ ଡଲାର । ଯାହା ଭାରତୀୟ ମୁଦ୍ରାରେ ୩୧ କୋଟି ଟଙ୍କା । ଏହି ପର୍ସରେ ମୋଟ ୫, ୪୧୭ ଖଣ୍ଡ ହୀରା ଲାଗିଥିବା ବେଳେ ଏହା ପୃଥିବୀର ସବୁଠାରୁ ବ୍ୟୟବହୁଳ ପର୍ସ । 

୨ୟ ସ୍ଥାନରେ ରହିଛି କେଲି ରୋଜ୍ ଗୋଲଡ ହ୍ୟାଣ୍ଡବ୍ୟାଗ । ମୂଲ୍ୟ ୧୬ କୋଟି ଟଙ୍କା ହୋଇଥିବା ବେଳେ ଏଥିରେ ୧୧୬୦ ଖଣ୍ଡ ସୁନା ଲାଗିଛି । ୩ୟରେ ରହିଛି , ବିର୍କିନ୍ ବ୍ୟାଗ ବାୟ ଗଞ୍ଜା ତାନାକା । ଏହାର ମୂଲ୍ୟ ୧୧ କୋଟି ଥିବା ବେଳେ ୨୦୦୦ ହୀରା ଜଡିତ । ୪ର୍ଥରେ ରହିଛି ହର୍ମସ ଚେନ୍ ଡି ଆନକ୍ରେ ବ୍ୟାଗ । ଏଥିରେ ୧୧୬୦ ହୀରା ଖଞ୍ଜା ହୋଇଛି । ସେହିପରି ୫ମ ରେ ଅଛି କ୍ଲିଓପାଟ୍ରାା କ୍ଲଚ୍ । ଯାହାର ମୂଲ୍ୟ ୩.୩ କୋଟି ଥିବାବେଳେ ୧୬୦୦ ହୀରା ଏଥିରେ ଖଚିତ ହୋଇଛି । ଏହି ସବୁ  ହ୍ୟାଣ୍ଡବ୍ୟାଗ୍ ଦେଖିବାକୁ ସୁନ୍ଦର ହେବା ସହ ଏହାର ଗଠନ ପ୍ରଣାଳୀ ମଧ୍ୟ ବେଶ ଆର୍କଷଣୀୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ବିଦେଶ ଖବର...
 

Raja Festival
Sponsored
world-records-diamond-purse. | Argus News