ଆମେରିକାର ହ୍ୱାଇଟ ହାଉସରେ…ଏକ ଅପୂର୍ବ ଦୃଶ୍ୟ!

Key Points
ଭଲ ପୋଷାକ ପିନ୍ଧିବାର ମହତ୍ବ କଣ, ଏହା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପଚାରନ୍ତୁ!
କେଉଁ ସ୍ଥାନରେ କେମିତି ପୋଷାକ ପିନ୍ଧିବା କଥା ଏହା ଜେଲେନସ୍କିଙ୍କ ଛଡ଼ା ଆଉ କିଏ ବା ଜାଣିଥିବ!
କାରଣ ରୁଷ-ୟୁକ୍ରେନ ଯୁଦ୍ଧର କେବେ ଶେଷ ହେବ, ଏହି ଆଲୋଚନାରୁ ଅଧିକ ଚର୍ଚ୍ଚା ତାଙ୍କ ପୋଷାକ ପରିଧାନକୁ ନେଇ ହେଉଛି।
ଭଲ ପୋଷାକ ପିନ୍ଧିବାର ମହତ୍ବ କଣ, ଏହା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପଚାରନ୍ତୁ! କେଉଁ ସ୍ଥାନରେ କେମିତି ପୋଷାକ ପିନ୍ଧିବା କଥା ଏହା ଜେଲେନସ୍କିଙ୍କ ଛଡ଼ା ଆଉ କିଏ ବା ଜାଣିଥିବ!କାରଣ ରୁଷ-ୟୁକ୍ରେନ ଯୁଦ୍ଧର କେବେ ଶେଷ ହେବ, ଏହି ଆଲୋଚନାରୁ ଅଧିକ ଚର୍ଚ୍ଚା ତାଙ୍କ ପୋଷାକ ପରିଧାନକୁ ନେଇ ହେଉଛି।
ଆମେରିକାର ହ୍ୱାଇଟ ହାଉସରେ…ଏକ ଅପୂର୍ବ ଦୃଶ୍ୟ! ହ୍ୱାଇଟ୍ହାଉସର ଓଭାଲ ଅଫିସ…! ଏକ ଗୁରୁତ୍ବପୂର୍ଣ ବୈଠକ, ଯେଉଁଠାରେ ଯୁଦ୍ଧ,ଶାନ୍ତିକୁ ନେଇ କଥାବାର୍ତ୍ତା ପାଇଁ ବିଶ୍ୱର ପ୍ରଭାବଶାଳୀ ନେତାମାନେ ଥିଲେ! କିନ୍ତୁ, ସେଇ ମିଟିଂରେ ସ୍ବଟଲାଇଟରେ ରହିଲା କଣ? ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କିଙ୍କ କଳା suit…!
ଡୋନାଲ୍ଡ ଟ୍ରମ୍ପ, ଯିଏ ପୂର୍ବରୁ ଭୋଲୋଦିମିର୍ ଜେଲେନସ୍କିଙ୍କୁ ‘ଅସମ୍ମାନଜନକ’ କହିଥିଲେ, ସେଇ ଟ୍ରମ୍ପ,ଏବେ ତାଙ୍କ ପୋଷାକକୁ ଦେଖି ତାଙ୍କ ଉପରେ ପ୍ରଶଂସାର ବର୍ଷା କରୁଛନ୍ତି!
📱 Get Argus News App
✨ସୋମବାର, ଆମେରିକାର ହ୍ୱାଇଟ ହାଉସ
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ସାଧାରଣତଃ ଯିଏ କାମୋଫ୍ଲେଜ୍-ଶର୍ଟ୍, ସେନା-ଷ୍ଟାଇଲ ପୋଷାକରେ ଦେଖାଯାଆନ୍ତି...ଏହି ବୈଠକରେ ପୂର୍ବ ଲୁକ ଅପେକ୍ଷା କିଛି ଭିନ୍ନ ଦେଖାଗଲେ । ଏଥର, ବ୍ଲେଜର୍, କଲାର୍ଶର୍ଟ୍, ପାଣ୍ଟ୍, କମ୍ବା ବୁଟ।ଜଣେ ସେନା ନାୟକରୁ…ସୋଫିସଟିକେଟେଡ ପଲିଟିସିଆନ୍!
“ଟ୍ରମ୍ପଙ୍କ ନଜର ପଡ଼ିଲା ଓ ସେ କହିଦେଲେ-‘I don’t believe it! I love it!’
ଜେଲେନସ୍କି ସ୍ମିତହାସ୍ୟରେ ଉତ୍ତର ଦେଲେ, ‘This is the best I had!’
କିନ୍ତୁ, ମାତ୍ର କିଛି ମାସ ପୂର୍ବେ, ଫେବ୍ରୁଆରୀରେ, ସେଇ ହ୍ୱାଇଟ ହାଉସ ମାଟି…
ତୀବ୍ରତା, ତର୍କ, ଅସମ୍ମାନରେ ଭରିଥିଲା। ଟ୍ରମ୍ପ ଓ ତାଙ୍କ ଉପରାଷ୍ଟ୍ରପତି JD Vance, ଜେଲେନସ୍କିଙ୍କୁ ‘ଡିସ୍ରେସପେକ୍ଟଫୁଲ୍’ କହିଥିଲେ। ପ୍ରଶ୍ନ ପଚାରିଲେ- ‘ସୁଟ ପିନ୍ଧିଲେ ନାହିଁ କାହିଁକି?’ ତେବେ ଜେଲେନସ୍କିଙ୍କ ଭାବଭଙ୍ଗୀ କ୍ଷୁବ୍ଧ ଥିଲା ଭଳି ଲାଗୁଥିଲା।
“କିନ୍ତୁ ସୋମବାରର ସେହି ‘ବ୍ଲେଜର୍-ଲୁକ୍’ ସମସ୍ତକୁ ବଦଳାଇଦେଲା। ହସ, ଆନନ୍ଦ ଏବଂ କିଛି ପ୍ରଶ୍ନର ଭିତରେ ଟ୍ରମ୍ପ ଓ ଜେଲେନସ୍କିଙ୍କ କଥାବାର୍ତ୍ତା ଆଗକୁ ବଢ଼ିଚାଲିଥିଲା।
ରିପୋର୍ଟର୍ ବ୍ରାୟାନ୍ ଗ୍ଲେନ୍ ‘You look fabulous in that suit!’
ଟ୍ରମ୍ପ ସତେଜ ଭାବରେ ଉତ୍ତର ଦେଲେ-“ମୁଁ ମଧ୍ୟ ସେହି ସମାନ କଥା ଜେଲେନସ୍କିଙ୍କୁ କହୁଥିଲି !” "ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଜେଲେନସ୍କି ହ୍ୱାଇଟ୍ହାଉସରେ ପହଞ୍ଚିଲେ। ଯେଉଁଠାରେ ୟୁରୋପିୟ ପ୍ରତିନିଧି ଦଳ ମଧ୍ୟ ଥିଲେ।
ରାଜନୀତିର କଠିନ୍ଖେଳରେ,କେବେ ଦୃଷ୍ଟି/ନଜର, କେବେ ପୋଷାକ…କେବେ ମିଳିଟାରି ବୁଟ୍…କେବେ ବ୍ଲେଜର୍…ସବୁକିଛି…ଡିପ୍ଲୋମାସୀର ଗୋଟିଏ ‘ସଫ୍ଟ ପାୱାର୍’।