Videos
|
International

ବିଶ୍ବର ବିରଳତମ ଏୟାରପୋର୍ଟ, ଯେଉଁଠି ଚାଲୁଛି ଟ୍ରେନ...

Sudeshna Mishra
Browse all articles by Sudeshna Mishra
·1 year ago·2 min read
ବିଶ୍ବର ବିରଳତମ ଏୟାରପୋର୍ଟ, ଯେଉଁଠି ଚାଲୁଛି ଟ୍ରେନ...

Key Points

ନ୍ୟୁଜିଲାଣ୍ଡର ଗିଜବୋର୍ନ ବିମାନବନ୍ଦର

ଉପକୂଳରେ ଅବସ୍ଥିତ ଏକ ଛୋଟିଆ ସହର ଗିଜବୋର୍ନ

ସେହିଠାରେ ହିଁ ଅଛି ଏଭଳି ବିରଳ ଏୟାରପୋର୍ଟ

ବିଶ୍ବର ବିରଳତମ ଓ ବିପଦଜନକ ଏୟାରପୋର୍ଟ, ଯେଉଁଠି ପ୍ଲେନ ଓ ଟ୍ରେନ ଉଭୟ ଚାଲିଥାନ୍ତି 

"ରନୱେ ଆଲର୍ଟ! “ଦୟାକରି ଧ୍ୟାନ ଦିଅନ୍ତୁ। ଠିକ ୧୦:୪୦ରେ ଟ୍ରେନ୍ ଆସିଯାଉଅଛି! ଆପଣଙ୍କ ଉଡାଣ ସ୍ଵପ୍ନକୁ ଦିଅନ୍ତୁ ଟିକେ ବିରତି। ଯାତ୍ରୀଗଣ ଏହି ଦୁର୍ଲଭ ଦୃଶ୍ୟକୁ ଉପଭୋଗ କରନ୍ତୁ । ଟ୍ରେନ୍ ଓ ପ୍ଲେନ ରନଓ୍ବେରେ! କେବଳ ଗିଜବୋର୍ନ ବିମାନବନ୍ଦରରେ ପାଇପାରିବେ ଏପରି ଅନୁଭବ!"ଏଭଳି ଆନାଉନ୍ସମେଣ୍ଟ ଆପଣ କେବଳ ଗିଜବୋର୍ନ ଏୟାରପୋର୍ଟରେ ହିଁ ଶୁଣିବାକୁ ପାଇବେ। କାରଣ ଏହା ଏକ ଟୁରିଷ୍ଟ ସ୍ପଟ ଭାବେ ଉଭା ହେଇଛି ଓ ନିଆରା ଅନୁଭୁତି ସାଉଁଟୁଛନ୍ତି ଯାତ୍ରୀମାନେ ।


ବିଶ୍ବରେ ଏମିତି ଏକ ଏୟାରପୋର୍ଟ ଅଛି ଯାହାର ରନଓ୍ବେର ମଝିରେ ଟ୍ରେନ ଯାତାୟାତ କରିଥାଏ। ବିଶ୍ବର ବିରଳତମ ଓ ବିପଦଜନକ ଏୟାରପୋର୍ଟ, ଯେଉଁଠି ପ୍ଲେନ ଓ ଟ୍ରେନ ଉଭୟ ଚାଲିଥାନ୍ତି । ତେବେ ଏହାକୁ ପରିଚାଳନା କରିବା ଏକ ବଡ଼ ଚ୍ୟାଲେଂଜ air ଓ train traffic ବିଭାଗ ପାଇଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହିଭଳି ଅଦଭୁତ ଏୟାରପୋର୍ଟ ହେଉଛି ନ୍ୟୁଜିଲାଣ୍ଡର ଗିଜବୋର୍ନ ବିମାନବନ୍ଦର । ଗିଜର୍ବୋନ ହେଉଛି ନ୍ୟୁଜିଲ୍ୟାଣ୍ଡର ପୂର୍ବ ଉପକୂଳରେ ଅବସ୍ଥିତ ଏକ ଛୋଟିଆ ସହର । ସେହିଠାରେ ହିଁ ଅଛି ଏଭଳି ବିରଳ ଏୟାରପୋର୍ଟ । ବିମାନବନ୍ଦରରେ ସୁରକ୍ଷା ବି ସବୁବେଳେ କଡ଼ାକଡ଼ି ରହିଥାଏ। ରନଓ୍ବେ ଉପରେ ମଧ୍ୟ ସବୁ ବେଳେ କର୍ମଚାରୀଙ୍କ ନଜର ଥାଏ। ପ୍ଲେନ ଓ ଟ୍ରେନର ପରିଚାଳନା ଅତ୍ୟନ୍ତ ସମନ୍ବୟ ରକ୍ଷାକରି କରାଯାଏ । ଯାହା ପାଇଁ ବିମାନ ଓ ରେଳ ଦୁହେଁ ସୁରକ୍ଷିତ ଭାବେ ଚାଲିପାରନ୍ତି।


ଏହି ବିମାନମବନ୍ଦରରେ ସକାଳ ୬.୩୦ରୁ ରାତ୍ରି ୮.୩୦ଯାଏଁ ଟ୍ରେନ-ରୂଟ ଓ ପ୍ଲେନ-ରୂଟ ଉଭୟ ବ୍ୟସ୍ତ ରୁହେ। ରାତି ୮.୩୦ପରେ ରନଓ୍ବେକୁ ବନ୍ଦ କରିଦିଆଯାଏ। ଏୟାରପୋର୍ଟରୁ ୬୦ରୁ ଅଧିକ ଡୋମେଷ୍ଟିକ ଫ୍ଲାଇଟ ଉଡ଼ାଣ ଭରେ । ପ୍ରତ୍ୟେକ ବର୍ଷ ୧୫ଲକ୍ଷରୁ ଅଧିକ ଯାତ୍ରୀ ଏହି ବିମାନନ୍ଦରରୁ ଯାତ୍ରା କରନ୍ତି।


ବିମାନ ଓ ରେଳ-ଦୁଇଟି ଅଲଗା-ଅଲଗା ଯାତାୟାତର ମାଧ୍ୟମ। କିନ୍ତୁ ବିଶ୍ୱର ଏହା ଏମିତି ଏକ ବିମାନବନ୍ଦର ଯେଉଁଠାରେ ଏହି ଦୁଇ ଯାତାୟାତ ମାଧ୍ୟମ ଏକାଠି ଚାଲିଥାଏ।


-Gisborne-airport-newzeland-train-plane | Argus News