Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବାଂଲାଦେଶରୁ ଆସୁଥିବା ରିପୋର୍ଟ ଚିନ୍ତାଜନକ: ମାର୍ଗାରେଟ୍‌ ମ୍ୟାକ୍‌ଲାଉଡ୍

Banajyotshna Ray
Browse all articles by Banajyotshna Ray
·1 year ago
ବାଂଲାଦେଶରୁ ଆସୁଥିବା ରିପୋର୍ଟ ଚିନ୍ତାଜନକ: ମାର୍ଗାରେଟ୍‌ ମ୍ୟାକ୍‌ଲାଉଡ୍

ଅର୍ଗସ ବ୍ୟୁରୋ:  ବାଂଲାଦେଶରେ ଏକ ସୁସ୍ଥ ଗଣତନ୍ତ୍ର ଦେଖିବାକୁ ଚାହୁଛି ଆମେରିକା  । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାର୍ଗାରେଟ୍‌ ମ୍ୟାକ୍‌ଲାଉଡ୍ କହିଛନ୍ତି,ବର୍ତ୍ତମାନ ବାଂଲାଦେଶରୁ ଆସୁଥିବା ରିପୋର୍ଟ ଚିନ୍ତାଜନକ। ଆମେ ଆଶା କରୁଛୁ ଯେ ବାଂଲାଦେଶର ଲୋକମାନେ ଧର୍ମ ନିର୍ବିଶେଷରେ  ସୁରକ୍ଷିତ ଜୀବନ ଯାପନ କରିବାକୁ ସକ୍ଷମ ହେବେ।  ଇସ୍କନ ଧାମ ସଭାପତି ଚିନ୍ମୟକୃଷ୍ଣ ପ୍ରଭୁ ଗିରଫ ହେବା ପରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହି  ଗିରଫଦାରୀକୁ ବିରୋଧ କରି ହିନ୍ଦୁ ସଂପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

 ଆନ୍ଦୋଳନରତ ହିନ୍ଦୁଙ୍କ ଉପରେ ଇସ୍‌ଲାମିକ କଠୋରପନ୍ଥୀଙ୍କ ସଂଘବଦ୍ଧ ଆକ୍ରମଣ ଯୋଗୁଁ ୫୦ ଜଣ ହିନ୍ଦୁ ଆହତ ହୋଇଥିଲେ। ଚିନ୍ମୟ ପ୍ରଭୁ ଗିରଫ ହେବା ପରେ ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସମାବେଶ କରୁଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"America wants to see healthy democracy for Bangladesh": US official Margaret MacLeod | Argus News