Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମଥର ନିଜ ଗାର୍ଲଫ୍ରେଣ୍ଡ ବିଷୟରେ କହିଲେ ବିଲଗେଟ୍ସ

International

ପ୍ରଥମଥର ନିଜ ଗାର୍ଲଫ୍ରେଣ୍ଡ ବିଷୟରେ କହିଲେ ବିଲଗେଟ୍ସ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରଥମଥର ନିଜ ଗାର୍ଲଫ୍ରେଣ୍ଡ ବିଷୟରେ କହିଲେ ବିଲଗେଟ୍ସ

ପାଉଲା ମୋର ସିରିୟସ ଗାର୍ଲଫ୍ରେଣ୍ଡ
ତାଙ୍କୁ ପାଇ ମୁଁ ଭାଗ୍ୟବାନ
ଆମେ ଦୁଇଜଣ ବେଶ ଖୁସିରେ ଅଛୁ
ଗାର୍ଲଫ୍ରେଣ୍ଡ କଥା ପ୍ରଥମ ଥର କହିଲେ ବିଲଗେଟ୍ସ


ଅର୍ଗସ ବ୍ୟୁରୋ : ପ୍ରଥମ ଥର ଗଣମାଧ୍ୟମ ସାମ୍ନାରେ ନିଜ ଗାର୍ଲଫ୍ରେଣ୍ଡ କଥା କହିଛନ୍ତି ଅବରପତି ତଥା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ । ସେ ସାର୍ବଜନୀନ ଭାବେ ନିଜର ଏକ ସିରିୟସ ଗାର୍ଲଫ୍ରେଣ୍ଡ ଥିବା କଥା ଗଣମାଧ୍ୟମକୁ କହିଛନ୍ତି । ୬୯ ବର୍ଷୀୟ ବିଲ ଗେଟ୍ସ ଏକ ସାକ୍ଷାତକାରରେ କହିଛନ୍ତି, ପାଉଲା ହର୍ଡ ତାଙ୍କର ସିରିୟସ ଗର୍ଲଫ୍ରେଣ୍ଡ । ସେ ହର୍ଡଙ୍କ ପାଇ ଖୁବ ଭାଗ୍ୟବାନ । ସେମାନେ ଏକସହ ମଜା ମସ୍ତି କରୁଛନ୍ତି । ବୁଲୁଛନ୍ତି । ଅଲମ୍ପିକ ଯାଉଛନ୍ତି, ଏବଂ ଆହୁରି ଭଲଭଲ ଜିନିଷ ଉପଭୋଗ କରୁଛନ୍ତି ।

ତେବେ ପାଉଲା ହର୍ଡଙ୍କ କଥା ଯଦି କୁହାଯାଏ, ତେବେ ସେ ହେଉଛନ୍ତି ଜଣେ ସମାଜସେବୀ । ସେ ପୂର୍ବରୁ ଓରାକଲର ପୂର୍ବତନ ସିଇଓ ମାର୍କ ହର୍ଡଙ୍କୁ ବିବାହ କରିଥିଲେ । ଏବଂ ତାଙ୍କର ଦୁଇଜଣ ଝିଅ ମଧ୍ୟ ଅଛନ୍ତି । ୨୦୧୯ରେ ତାଙ୍କର ଦେହାନ୍ତ ହୋଇଥିଲା । ପରେ ବିଲ ଗେଟ୍ସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିଲ୍ ଗେଟ୍ସ ଏବଂ ପାଉଲାଙ୍କୁ ୨୦୨୨ ରେ ପ୍ରଥମେ ଏକାଠି ଦେଖିବାକୁ ମିଳିଥିଲା । ଅନେକ ବଡବଡ କାର୍ଯ୍ୟକ୍ରମ , ଅଲମ୍ପିକ୍ସରେରେ ଉଭୟ ଏକାଠି ନଜର ଆସିଥିଲେ । ହେଲେ ନିଜ ସମ୍ପର୍କକୁ ନେଇ କେବେ ବି ମୁହଁ ଖୋଲି କହି ନଥିଲେ ବିଲ୍ ଗେଟ୍ସ । ଅମ୍ବାନୀ ପରିବାରର ବିବାହକୁ ମଧ୍ୟ ଉଭୟ ଏକାଠି ଆସିଥିବାର ଦେଖିବାକୁ ମିଳିଥିଲା ।

ତେବେ ଯଦି ବିଲ ଗେଟ୍ସଙ୍କ କଥା କୁହାଯାଏ , ବିଲଗେଟ୍ସ ପୂର୍ବରୁ ମେଲିଣ୍ଡା ଫ୍ରେଞ୍ଚଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ବିଚ୍ଛେଦ ହୋଇଥିଲା ୨୦୨୧ ରେ । ଦୀର୍ଘ ୨୭ ବର୍ଷ ସେମାନେ ଏକାଠି ରହିବା ପରେ ପରସ୍ପରଠୁ ଛାଡପତ୍ର ନେଇଥିଲେ । ଗେଟ୍ସ ତାଙ୍କର ଏହି ବିଚ୍ଛେଦକୁ ସବୁଠୁ ଦୁଃଖର ସମୟ ବୋଲି ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ସେ ନିଜ ଗାର୍ଲଫ୍ରେଣ୍ଡ ସହ ଖୁସିରେ ଥିଲେ ମଧ୍ୟ ସେତେବେଳର ସମୟ ତାଙ୍କ ପାଇଁ ଏବଂ ମେଲିଣ୍ଡାଙ୍କ ପାଇଁ ଖୁବ କଷ୍ଟସାଧ୍ୟ ଥିଲା ।

ତେବେ ଛାଡପତ୍ର ପରେ ସେ ନିଜେ ତାଙ୍କ ପତ୍ନୀଙ୍କୁ ଖୁବ ଯନ୍ତ୍ରଣା ଦେଇଥିବା ସ୍ବୀକାର କରିଥିଲେ । ଏବଂ ତାଙ୍କର ଯୌନ ଅପରାଧି ଜେଫ୍ରି ଏପଷ୍ଟିନଙ୍କ ସହ ଅତୀତର ଅବୈଧ ସମ୍ପର୍କ ଥିଲା । ଯାହାକୁ ନେଇ ତାଙ୍କର ପୂର୍ବତନ ପତ୍ନୀ ମେଲିଣ୍ଡା ଏହାକୁ ତୀବ୍ର ବିରୋଧ କରିଥିଲେ । କିନ୍ତୁ ଏପଷ୍ଟିନଙ୍କ ସହ ଥିବା ତାଙ୍କର ସମ୍ପର୍କ ଭୁଲ ବୋଲି ସେ ଗଣମାଧ୍ୟମରେ କହିଥିଲେ ।
ଆଉ ଏବେ ପ୍ରଥମଥର ପାଇଁ ନିଜ ଗାର୍ଲଫ୍ରେଣ୍ଡ କଥା ସାକ୍ଷାତକାରରେ କହିଛନ୍ତି ବିଲ୍ ଗେଟ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bill Gates spoke about his girlfriend for the first time | Argus News