Videos
|
International

ପାକିସ୍ତାନ ଗଲେ, ପାକିସ୍ତାନକୁ ଧୋଇଲେ ଜୟଶଙ୍କର, କହିଲେ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାକିସ୍ତାନ ଗଲେ, ପାକିସ୍ତାନକୁ ଧୋଇଲେ ଜୟଶଙ୍କର, କହିଲେ...

Key Points

  • ପାକିସ୍ତାନରେ ପାକିସ୍ତାନକୁ ଧୋଇଲେ ଜୟଶଙ୍କର
  • ବିକାଶ ପାଇଁ ଶାନ୍ତି ଦରକାର
  • ଏସସିଓ ସମ୍ମିଳନୀ : ପାକିସ୍ତାନ ଓ ଚୀନ୍‌କୁ ଆଇନା ଦେଖାଇଲେ ଜୟଶଙ୍କର

ଅର୍ଗସ ବ୍ୟୁରୋ : ଏସିସିଓ ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ଦୀର୍ଘ ୯ ବର୍ଷ ପରେ ଜୟଶଙ୍କର ପାକିସ୍ତାନ ଗସ୍ତ କରିଥିବାରୁ ପୁରା ବିଶ୍ଵ ଏହା ଉପରେ ନଜର ରଖିଥିଲା । ଆଉ ଅପେକ୍ଷା କରିଥିଲା ପ୍ରେସ ବିବୃତ୍ତିରେ ଜୟଶଙ୍କର କଣ କହିବେ ? ଆଉ ସମ୍ମିଳନୀରେ ସବୁଦେଶ ସାମ୍ନାରେ ଯେଉଁ ଭାଷଣ ଦେଲେ ଜୟଶଙ୍କର ତାହା କେବଳ ପାକିସ୍ତାନକୁ ନୁହେଁ ବରଂ ଚାଇନର ବି ମୁଣ୍ଡ ବିନ୍ଧିଛି ।

ଏସସିଓ ଶିଖର ସମ୍ମିଳନୀରେ ପାକିସ୍ତାନକୁ କଡ଼ା ସମାଲୋଚନା କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଯଦି ଦୁଇଦେଶ ମଧ୍ୟରେ ସୀମାପାର କାର୍ଯ୍ୟକଳାପରେ ଉଗ୍ରବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦିଆଯାଏ, ତେବେ ଏହା ଦ୍ୱିପାକ୍ଷିକ ବାଣିଜ୍ୟ, ସମ୍ପର୍କ ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସହାୟକ ହେବାର ସମ୍ଭାବନା ନାହିଁ । ବିକାଶ ଓ ଅଭିବୃଦ୍ଧି ପାଇଁ ଶାନ୍ତି ଓ ସ୍ଥିରତା ଦରକାର । ତେଣୁ ‘ତିନିଟି କୁକର୍ମ’ର ମୁକାବିଲା କରିବାକୁ ପଡ଼ିବ । ଯଦି ସୀମାପାର କାର୍ଯ୍ୟକଳାପରେ ଆତଙ୍କବାଦ, ଉଗ୍ରବାଦ ଓ ବିଚ୍ଛିନ୍ନତାବାଦର ଝଲକ ଦେଖିବାକୁ ମିଳେ, ଏହା ସିଧାସଳଖ ବାଣିଜ୍ୟ, ଶକ୍ତିପ୍ରବାହ, ଯୋଗାଯୋଗ ଓ ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବ ।

ପୁରା ବିଶ୍ଵରେ କେମିତି ଆତଙ୍କବାଦ କମିବ ସେନେଇ ସମସ୍ତେ ଚିନ୍ତା କରିବା ଦରକାର । ଖାଲି ଚିନ୍ତା କରିବା ଦରକାର ତାହା ନୁହେଁ ବରଂ ଏସ୍‌ସିଓର ପ୍ରାଥମିକ ଲକ୍ଷ୍ୟ ବୋଲି ଜୟ କହିଛନ୍ତି । ଏହାସହ ଚୀନ୍‌ର ଭାରତ ବିରୋଧୀ ଆଭିମୁଖ୍ୟକୁ ଇଙ୍ଗିତ କରି ଜୟଶଙ୍କର କହିଛନ୍ତି, ଏଥିପାଇଁ ସଚ୍ଚୋଟ କଥାବାର୍ତ୍ତା, ବିଶ୍ୱାସ, ଉତ୍ତମ ପଡ଼ୋଶୀପଣ ଏବଂ ଏସ୍‌ସିଓ ଚାର୍ଟର ପ୍ରତି ପ୍ରତିବଦ୍ଧତା ଆବଶ୍ୟକ । ଚଳିତବର୍ଷ ଏସ୍‌ସିଓ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି ପାକିସ୍ତାନ ।  ତେଣୁ ପାକ୍‌କୁ ଅଭିନନ୍ଦନ ଜଣାଇବା ସହ ସଫଳ ଅଧ୍ୟକ୍ଷତା ପାଇଁ ଭାରତ ସମ୍ପୂର୍ଣ୍ଣ ସମର୍ଥନ ଦେଇଛି ବୋଲି ଜୟଶଙ୍କର ସ୍ପଷ୍ଟ କରିଛନ୍ତି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ତିକ୍ତତା ଜାରି ରହିଛି । ଏମିତିକି ପାକ୍‌ ସହ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କ ବି ଛିନ୍ନ କରିଛି । ତେଣୁ ପାକିସ୍ତାନର ଅବସ୍ଥା ଏକପ୍ରକାର ଖରାପ । ଖାଲି ଏତିକି ନୁହେଁ ବରଂ ଭାରତକୁ ଘେରିବାକୁ ପାକିସ୍ତାନ ପାଖରେ କୌଣସି ପ୍ରସଙ୍ଗ ନଥିବା ବେଳେ ଜାତିସଂଘରେ ଅଯଥାରେ କାଶ୍ମୀର ପ୍ରସଙ୍ଗ ଉଠାଇ ଘେରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏହା ଫଳପ୍ରଦ ହୋଇନଥିଲା । ସୂଚନା ଅନୁସାରେ, ଏସ୍‌ସିଓ ସମ୍ମିଳନୀ ୨୦୨୪ର ଦ୍ୱିତୀୟ ଦିନରେ ଅର୍ଥାତ୍‌ ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ଜିନ୍ନା ସମ୍ମିଳନୀ କେନ୍ଦ୍ରରେ ସ୍ବାଗତ ଭାଷଣ ପ୍ରଦାନ କରିବେ ଏବଂ ପ୍ରତ୍ୟେକ ନେତାଙ୍କୁ ସ୍ଵାଗତ କରିବେ। ସମ୍ମିଳନୀରେ ଭାରତ, ଚାଇନା, ରୁଷିଆ, ବେଲାଋଷ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିନିଧୀମାନେ ଅଂଶଗ୍ରହଣ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ଆଜିର ଅଧିବେଶନରେ ହୋଇଥିବା ଆଲୋଚନାରେ ଆର୍ଥିକ ସହଯୋଗ, ବାଣିଜ୍ୟ, ପରିବେଶ ସମସ୍ୟା ଏବଂ ସାମାଜିକ-ସାଂସ୍କୃତିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯିବ। ଆଶା କରାଯାଉଛି ଯେ, ନେତାମାନେ ଏସସିଓ ସଦସ୍ୟଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ତଥା ସଂଗଠନର ବଜେଟକୁ ଅନୁମୋଦନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ।
 

S Jaishankar | Argus News