ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ ମଧ୍ୟ ହୋମ୍ ମିନିଷ୍ଟରଙ୍କ ଆଗରେ ସାଧାରଣ ମଣିଷ! ପତ୍ନୀ ବ୍ରିଜିଟ୍ ନେଇଛନ୍ତି କମାଣ୍ଡ୍

Key Points
ଫ୍ରାନ୍ସର ଶକ୍ତିଶାଳୀ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ବିଭିନ୍ନ ରାଷ୍ଟ୍ରମୂଖ୍ୟଙ୍କ ସହିତ ମିସି କାମ କରୁଛନ୍ତି, କିନ୍ତୁ ଘରେ ସେ ମଧ୍ୟ ସାଧାରଣ ପତ୍ନୀଙ୍କ ନିୟନ୍ତ୍ରଣରେ! ଏହି କଥା ଭାଇରାଲ୍ ଭିଡିଓରୁ ପ୍ରମାଣିତ ହେଲା, ଯେଉଁଠାରେ ବ୍ରିଜିଟ୍ ମାକ୍ରୋନ୍ ତାଙ୍କର ସ୍ବାମୀଙ୍କୁ ହଠାତ୍ ମୁହଁରେ ଧକ୍କା ଦେଇଛନ୍ତି
ଫ୍ରାନ୍ସର ଶକ୍ତିଶାଳୀ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ବିଭିନ୍ନ ରାଷ୍ଟ୍ରମୂଖ୍ୟଙ୍କ ସହିତ ମିସି କାମ କରୁଛନ୍ତି, କିନ୍ତୁ ଘରେ ସେ ମଧ୍ୟ ସାଧାରଣ ପତ୍ନୀଙ୍କ ନିୟନ୍ତ୍ରଣରେ! ଏହି କଥା ଭାଇରାଲ୍ ଭିଡିଓରୁ ପ୍ରମାଣିତ ହେଲା, ଯେଉଁଠାରେ ବ୍ରିଜିଟ୍ ମାକ୍ରୋନ୍ ତାଙ୍କର ସ୍ବାମୀଙ୍କୁ ହଠାତ୍ ମୁହଁରେ ଧକ୍କା ଦେଇଛନ୍ତି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ମାକ୍ରୋନ୍ ବିମାନ ଭିତରୁ ବାହାରକୁ ଯାଉଥିବା ସମୟରେ ତାଙ୍କର ପତ୍ନୀ ବ୍ରିଜିଟ୍ ମୁହଁରେ ଧକ୍କା ଦେଇ ତାଙ୍କୁ ଚମକାଇଦେଲେ। ଏହାର ପରେ ମାକ୍ରୋନ୍ ଶାନ୍ତ ହୋଇ କ୍ୟାମେରା ସାମ୍ନାରେ ହସି ହାତ ହଲାଇ ଦେଲେ, କିନ୍ତୁ ସେହି ସମୟରେ ପତୀ-ପତ୍ନୀଙ୍କ ମଧ୍ୟରେ ଏକ ସାଧାରଣ ଘରୋଇ କଥା-ବାର୍ତାର ପ୍ରମାଣ ଦେଖିବାକୁ ମିଳିଛି।
ସୋସିଆଲ୍ ମିଡିଆ ୟୁର୍ଜସ ମଜାଳିଆ ଅନ୍ଦାଜରେ କହୁଛନ୍ତି, "ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ଏକ ଜନସାଧାରଣ, ପତ୍ନୀ ହାତରେ! ହୋମ ମିନିଷ୍ଟର୍-ବ୍ରିଜିଟ୍ ରାଜ!"
📱 Get Argus News App
✨କେହି-କେହି କହିଛନ୍ତି, "ଫ୍ରେଞ୍ଚ କିସ୍ ରୁ ଫ୍ରେଞ୍ଚ ସ୍ଲାପ୍ ପର୍ଯ୍ୟନ୍ତର ଯାତ୍ରା!"ସୋସିଆଲ୍ ମିଡିଆରେ ବ୍ୟବହାରକାରୀ ମିମ୍, ଭିଡିଓ ଏବଂ କମେଣ୍ଟ୍ ଦ୍ବାରା ଏହାକୁ ଶେୟାର କରୁଛନ୍ତି। ଅନେକ କହିଛନ୍ତି, "ସମସ୍ତ ବିବାହିତ ଦମ୍ପତିଙ୍କ ପରି, ମାକ୍ରୋନ୍ ଓ ବ୍ରିଜିଟ୍ ମଧ୍ୟ ସାଧାରଣ ଦମ୍ପତି।"
ମାକ୍ରୋନ୍ ଏହି ଘଟଣାକୁ ମଜାକ ବୋଲି ବର୍ଣ୍ଣନା କରିଛନ୍ତି ଆଉ କହିଛନ୍ତି, ଏହା ମାତ୍ର ଏକ ମଜାକ, ଆମେ ମାନେ ଏହିପରି ହାସ୍ୟାସ୍ପଦ ଘଟଣା ବହୁତ କରୁଥାଉ।
ଏହି ଭିଡିଓ ଓ ମିମ୍ସ ତାଙ୍କର ଦକ୍ଷିଣ ପୂର୍ବ ଏସିଆ ଭ୍ରମଣ ସମୟରେ ସୋସିଆଲ୍ ମିଡିଆରେ ଧମାଳ କରୁଛି। ମାକ୍ରୋନ୍ ଏବେ ଭିଏତନାମ ଗସ୍ତରେ ଅଛନ୍ତି ଓ ଆଗକୁ ଇଣ୍ଡୋନେସିଆ ଓ ସିଙ୍ଗାପୁର ଗସ୍ତର କାର୍ଯ୍ୟକ୍ରମ ରହିଛି।