Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୭୦ ମାଇଲ୍ ବେଗରେ ମାଡୁଛି ନିଆଁ: ୫ ଜୀବନ୍ତ ଦଗ୍ଧ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୭୦ ମାଇଲ୍ ବେଗରେ ମାଡୁଛି ନିଆଁ: ୫ ଜୀବନ୍ତ ଦଗ୍ଧ

Key Points

ଅର୍ଗସ ବ୍ୟୁରୋ:  ଜଳୁଛି ହଲିଉଡ୍ ହିଲ୍ । ଏହି ନିଆଁରେ ୫ଜଣ ଜୀବନ୍ତ ଦଗ୍ଧ । ଶତାଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ୭୦ ହଜାର ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ସୂଚନା। ଆମେରିକାରେ ହାହାକାର । ରଡ଼ ନିଆଁରେ ଜଳୁଛି ପୂରା ଲସ୍ ଆଞ୍ଜେଲ୍ସ ଜଙ୍ଗଲ । ପବନର ଗତି ସହିତ ତାଳ ଦେଇ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ନିଆଁ । ଘଣ୍ଟାପ୍ରତି ପ୍ରାୟ ୭୦ ମାଇଲ୍ ବେଗରେ ଏହା ଜନବସତି ମୁହାଁ ହୋଇ ମାଡ଼ିଚାଲିଛି ।ହଜାରେରୁ ଅଧିକ ଘର ପୋଡ଼ି ପାଉଁଶ । ଲସ୍ ଆଞ୍ଜେଲ୍ସରେ ଏର୍ମଜେନ୍ସି ।ପବନର ବେଗରେ ବ୍ୟାପୁଛି ଜଙ୍ଗଲ ନିଆଁ । ଲସ୍ ଏଞ୍ଜଲ୍ସର ଉତ୍ତର-ପଶ୍ଚିମ ସୋନା ଫର୍ଣ୍ଣାଡୋ ଘାଟିକୁ ମଧ୍ୟ ବନାଗ୍ନି ଡିଆଁ ମାରିଛି ।


ନିଆଁ ନିୟନ୍ତ୍ରଣ କରିବାକୁ ପ୍ରାୟ ୫ ୟୁଏଏସ୍ ବନସେବା ଏୟାର ଟ୍ୟାଙ୍କର, ୧୦ ହେଲିକପ୍ଟର ମୁତୟନ ହୋଇଛି । ଅଗ୍ନିଶମ ବାହିନୀ ସହିତ ଅନ୍ୟ ଫାୟାର ଫାଇଟିଂ କମ୍ପାନିର ଯବାନମାନେ ନିଆଁକୁ ଆୟତ୍ତ କରିବାରେ ଲାଗିପଡ଼ିଛନ୍ତି । ସେପଟେ ଭୀଷଣ ଅଗ୍ନିକାଣ୍ଡକୁ ଦେଖି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ବିଦେଶ ଗସ୍ତକୁ ରଦ୍ଦ କରିଛନ୍ତି । ଅନ୍ୟପଟେ ନିବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ବିପନ୍ନ ପାଇଁ ଜରୁରୀ ବ୍ୟବସ୍ଥା କରିବାକୁ କହିଛନ୍ତି । ବନାଗ୍ନିର ଆଁରେ ଆସି ଗଛପତ୍ର, ଘରଦ୍ବାର, ବିଲ୍ଡିଂ ସବୁକିଛି ଛାରଖାର ହୋଇଛି । ଜୀବଜନ୍ତୁ ଠାରୁ ଆରମ୍ଭ କରି ସାଧାରଣ ଲୋକ, ଭିଭିଆଇପି, ହଲିଊଡ୍ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି । ବନାଗ୍ନିରେ ଲସ୍ ଆଞ୍ଜେଲ୍ସର ଅଧିକାଂଶ ଜଙ୍ଗଲରେ କାୟା ମେଲାଇଛି । ନିଆଁ ପ୍ରଥମେ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଲାଗିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଖୁ ଦେଖୁ କାଲିଫର୍ଣ୍ଣିଆର ପୂର୍ବପ୍ରାନ୍ତ ଏବଂ ହର୍ଷ୍ଟ ଜଙ୍ଗଲକୁ ବ୍ୟାପିଛି । ଲସ୍ ଆଞ୍ଜେଲ୍ସରେ ଥିବା ହଲିଉଡ୍ ସହରକୁ ମଧ୍ୟ ନିଆଁ କବଜା କରି ନେଇଛି । ହଲିଉଡ୍ ତାରକାଙ୍କ ଅଲିଶାନ ବଙ୍ଗଳା ମଧ୍ୟରେ ଭସ୍ମୀଭୂତ ହୋଇଛି । ଏଥିରେ ସେଲିବ୍ରିଟି ବିଲି କ୍ରିଷ୍ଟାଲ, ମଣ୍ଡି ମୂର, ଜେମି ଲି କାର୍ଟିଲ୍ ଏବଂ ପ୍ୟାରିସ୍ ହିଲଟନଙ୍କ ଘର ସାମିଲ୍ ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିଜର ବଡ଼ ଷୁଡ଼ିଓ ଛାରଖାର ହୋଇଛି । ପ୍ରାୟ ୭୦ ହଜାର ଏକର ଏରିଆରେ ଜଙ୍ଗଲ ଏବଂ ଜନବସତି ଅଞ୍ଚଳ ଜଳ ପୋଡ଼ି ପାଉଁଶ ହୋଇଛି । ବନାଗ୍ନି ଜୋର୍‌ରେ ବ୍ୟାପୁଥିବାରୁ ଲସ୍ ଆଞ୍ଜେଲ୍ସ ପ୍ରଶାସନ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ।


ଅଧିକ ପଢ଼ନ୍ତୁ ବିଦେଶ ଖବର:

Sponsored