ମହାନ ଦେଶ ଭାରତ ଭ୍ରମଣ କରି ମୁଁ ନିଶ୍ଚୟ ଖୁସି ହେବି କହିଲେ ଜେଲେନସ୍କି

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ରହିଥିଲା ପୁରା ବିଶ୍ବର ନଜର । ୟୁକ୍ରେନରେ ପହଞ୍ଚି ଯୁଦ୍ଧଗ୍ରସ୍ତ ଦେଶକୁ ଶାନ୍ତି ଓ ସମାଧାନର ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।
ପଡ଼ିବ କି ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ବିରାମ ?
ଜେଲେନସ୍କି ମଧ୍ୟ ଏହି ନିମନ୍ତ୍ରଣ ସ୍ବୀକାର କରଥିବାର କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଏ ମହାନ ଦେଶ ଭାରତ ଭ୍ରମଣ କରି ମୁଁ ନିଶ୍ଚୟ ଖୁସି ହେବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଜେଲେନସ୍କି । ରୁଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭାରତର ସମର୍ଥନ ଲୋଡିଛନ୍ତି । 2022 ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଜେଲେନସ୍କି ସର୍ବଦା ଭାରତର ପକ୍ଷ ଲୋଡି ଆସିଛନ୍ତି । ଭାରତ ପରୋକ୍ଷରେ ସହାୟତାର ହାତ ବଢାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ଭ୍ରମଣ କରିନଥିଲେ । ଏହା ତାଙ୍କର ପ୍ରଥମ ଗସ୍ତ ଥିଲା ।