Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୦୨୪ରେ ଆନ୍ତର୍ଜାତୀୟ ସ୍ତରରେ ଅନେକ ଘଟଣା ଓ ଦୁର୍ଘଟଣା

International

୨୦୨୪ରେ ଆନ୍ତର୍ଜାତୀୟ ସ୍ତରରେ ଅନେକ ଘଟଣା ଓ ଦୁର୍ଘଟଣା

Ritu Das
Browse all articles by Ritu Das
·1 year ago·3 min read
୨୦୨୪ରେ ଆନ୍ତର୍ଜାତୀୟ ସ୍ତରରେ ଅନେକ ଘଟଣା ଓ ଦୁର୍ଘଟଣା

୨୦୨୪ରେ ଆନ୍ତର୍ଜାତୀୟ ସ୍ତରରେ ଅନେକ ଘଟଣା ଓ ଦୁର୍ଘଟଣା ଘଟିଛି । ଯାହାକୁ ନେଇ ବର୍ଷ ସାରା ଚର୍ଚ୍ଚା ଚାଲିଥିଲା ।
ୟୁଏସ୍ ଇଲେକ୍ସନ
ଆନ୍ତଜାର୍ଜାତୀୟ ସ୍ତରରେ ୨୦୨୪ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ୟୁଏସ୍‌ ଇଲେକ୍ସନ । ଟ୍ରମ୍ପ ଏବଂ କମଲା ହ୍ୟାରିସ୍‌ଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର । ହେଲେ ବାଜି ମାରିନେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟ ଥର ପାଇଁ ସେ ଅମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ଆଉ ଏହାରି ଭିତରେ ଅଧିକ ଚର୍ଚ୍ଚାରେ ଥିଲା ତାଙ୍କ ପାଇଁ ପ୍ରଚାର କରିଥିଲେ ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ।
ଟ୍ରମ୍ପଙ୍କୁ ଆକ୍ରମଣ
ୟୁଏସ୍‌ ଇଲେକ୍ସନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି ମାଡ଼ । ଥରେ ନୁହେଁ ଦୁଇ ଦୁଇ ଥର ତାଙ୍କ ଉପରକୁ ଆକ୍ରମଣ କରାଯାଇଛି । ଯାହାକୁ ନେଇ ସାରା ବିଶ୍ବରେ ଖୁବ୍‌ ଚର୍ଚ୍ଚା ହୋଇଥିଲା ।
ହମାସ ପାଲେଷ୍ଟାଇନ୍ ଯୁଦ୍ଧ
ଇସ୍ରାଏଲ ଓ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ‘ହମାସ’ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ଲଢ଼େଇ । ଉଭୟଙ୍କ ମଧ୍ୟରେ ମିସାଇଲ ମାଡ଼, ରକେଟ ମାଡ଼, ଏୟାର ଷ୍ଟ୍ରାଇକ୍‌ ଦେଖିବାକୁ ମିଳିଥିଲା । ଏଥିରେ ଉଭୟ ଦେଶର ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ମୃତକଙ୍କ ମଧ୍ୟରେ ଅନେକ ମହିଳା, ଶିଶୁ ଓ ରୋଗୀ ମଧ୍ୟ ଥିଲେ । ବର୍ଷ ଶେଷ ସୁଦ୍ଧା ମଧ୍ୟ ଏହି ଯୁଦ୍ଧ ଜାରି ରହିଥିଲା । ଯାହାକି ସମଗ୍ର ବିଶ୍ବ ଉପରେ ଏହା ନକରାତ୍ମକ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।
ହାରିଲେ ଋଷି ସୁନକ
୨୦୨୪ରେ ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ। ବ୍ରିଟେନ୍ ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଥିଲା। ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଥିଲା।
ଋଷ ଉପରେ ଆଟାକ
ଡିସେମ୍ବର ୨୦ରେ ରୁଷର କାଜାନ ସହରରେ ହୋଇଥିଲା ଏକ ଭୟଙ୍କର ଆକ୍ରମଣ । ଯାହା ପୁଣି ଥରେ ଆମେରିକାର ଇତିହାସରେ ଘଟିଥିବା 9/11 ଆକ୍ରମଣକୁ ମନେ ପକାଇ ଦେଇଥିଲା। ରୁଷର କାଜାନ ସହରରେ ସିରିଏଲ ଡ୍ରୋନ୍ (UAV) ଦ୍ୱାରା ଆକ୍ରମଣ ହୋଇଥିଲା। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକୁ ଟାର୍ଗେଟ୍ କରାଯାଇଥିଲା।
ୟାହ୍ୟା ସିନୱାର ନିହତ
୨୦୨୪ରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଆତଙ୍କୀ ସଙ୍ଗଠନ ହମାସ୍ ଚିଫ୍ ୟାହ୍ୟା ସିନୱାର ମଧ୍ୟ ନିହତ ହୋଇଛି । ଆତଙ୍କର ଏକ କ୍ରୁର ଚେହେରା ଥିଲା ୟାହ୍ୟା ସିନୱାର। ଯାହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହୋଇଥିଲା । ଫିଲ୍ମ ଷ୍ଟାଇଲରେ ତାକୁ ନିହତ କରିଥିଲା ଇସ୍ରାଏଲ । ଯହାର ଭିଡିଓ ମଧ୍ୟ ଢ଼େର ଭାଇରାଲ ହୋଇଛି ।
ପେଜର ବ୍ଲାଷ୍ଟ
ଲେବାନନ ଏବଂ ସିରିୟାରେ ପେଜର ବ୍ଲାଷ୍ଟ ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ଏହି ବିସ୍ଫୋରଣରେ ଅନେକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩ ୦୦୦ରୁ ଅଧିକ ଗୁରୁତର ହୋଇଥିଲେ । ଇରାନ ସମର୍ଥିତ ହିଜବୁଲ୍ଲା ଉପରେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । ଏହି ଘଟଣା ପରେ ହିଜବୁଲ୍ଲା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା ।
ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ
ହିଂସା-ହମଲା-ଜୁଲମ୍ । ଅଶାନ୍ତ ବାଂଲାଦେଶରେ ଅସୁରକ୍ଷିତ ସଂଖ୍ୟାଲଘୁ । ଆକ୍ରମଣକାରୀଙ୍କ ନିଶାନାରେ ହିନ୍ଦୁ, ହିନ୍ଦୁ ମାନଙ୍କ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବିଭିନ୍ନ ଦେବଦେବୀ ମନ୍ଦିର। କେଉଁଠି ଆକ୍ରମଣକାରୀ ନିଆଁ ଲଗାଇଛନ୍ତି ତ କେଉଁଠି ଲଙ୍କାକାଣ୍ଡ ଭିଆଇଛନ୍ତି। ହିନ୍ଦୁଙ୍କୁ ଖୋଜି ଖୋଜି ବର୍ବୋରଚିତ ଜୁଲମ କରିଛନ୍ତି । ୨୦୨୪ରେ ଏହି ଖବର ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଦୀର୍ଘ ଦିନ ଧରି ଏଭଳି ହିଂସା ବାଂଲାଦେଶରେ ଦେଖିବାକୁ ମିଳିଥିଲା । ହିନ୍ଦୁ ସାଧୁ ସନ୍ଥଙ୍କୁ ଉପରେ ଅକ୍ରମଣ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।
ବାଂଲାଦେଶରେ ହିନ୍ଦୁ ପୂଜକଙ୍କୁ ଜେଲ
ବାଂଲାଦେଶରେ ଏବେ ଭୟଙ୍କର ସ୍ଥିତି । ସେଠାରେ ନୂଆ ସରକାର ଦମନଲୀଳା ଚଳାଇଥିବା ବେଳେ ଜଣେ ହିନ୍ଦୁ ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କୁ ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି । ଯାହାକୁ ନେଇ ଅଶାନ୍ତି ବଢ଼ି ଚାଲିଛି । ଏହାକୁ ସାରା ବିଶ୍ବରୁ ନିନ୍ଦା କରାଯାଇଛି । ଚିନ୍ମୟଙ୍କ ପାଇଁ କେଶ୍ ଲଢିବାକୁ ବି କୌଣସି ଓକିଲ ରାଜି ହେଉନାହାନ୍ତି । ଯିଏ ବି ଆସୁଛନ୍ତି ତାଙ୍କୁ ମିଛ ମାମଲାରେ ଛନ୍ଦି ଦିଆଯାଉଛି । ପ୍ରାୟ ୭୦ ଜଣ ଓକିଲଙ୍କ ନାମରେ ଏବେ ମିଛ କେଶ୍ ରହିଥିବା କୁହାଯାଉଛି । ଏହି ଘଟଣା ଏବେ ବାଂଲାଦେଶ ସମେତ ସମ୍ପୂଣ୍ଣର୍ଣ୍ଣ ଏସିଆ ମହାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୁନୀତା ଓ୍ବିଲିୟମ
୨୦୨୪ ଜୁନ୍ ୫ ତାରିଖରେ ୮ ଦିନ ପାଇଁ ଆଇଏସ୍‌ଏସ୍‌କୁ ଯାଇଥିଲେ ସୁନୀତା ଓ ବୁଚ୍ । ହେଲେ ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏବେ ସୁଦ୍ଧା ଉଭୟ ପୃଥିବୀକୁ ଫେରିପାରିନାହାନ୍ତି । ସେ ମହାକାଶରେ ଥାଇ ୟୁଏସ୍‌ ଇଲେକ୍ସନରେ ନିଜର ମତଦାନ କରିଥିଲେ । ସେମାନେ ମହାକାଶରେ ଫସିରହିବାର ପ୍ରାୟ ୬ ମାସ ବିତିସାରିଲାଣି । କିନ୍ତୁ ଫେରିବା ବାଟ ଏବେ ବି ଫିଟିପାରିନି । କୁହାଯାଉଛି ୨୦୨୫ ମସିହା ଫେବ୍ରୁଆରୀ ବେଳକୁ ସେ ପୃଥିବୀକୁ ଲେଉଟି ପାରନ୍ତି।
ହିଜବୁଲ୍ଲା ମୁଖ୍ୟ ନସରଲ୍ଲାହ ନିହତ
ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ହସନ ନସରଲ୍ଲାହ ମଧ୍ୟ ୨୦୨୪ରେ ନିହତ ହୋଇଛି । ଯାହାକି ଏକ ବଡ଼ ଖବର ପାଲିଟିଥିଲା । ଇସ୍ରାଏଲର ଘନ ଘନ ମିଜାଇଲ ଓ ରକେଟ ମାଡରେ ହିଜବୁଲ୍ଲାର ମୁଖ୍ୟାଳୟ ଧ୍ବଂସବିଧ୍ବସ୍ତ ହୋଇଯାଇଛି । ଲେବାନନ୍‌ର ରାଜଧାନୀ ବେୟରୁତରେ ଏକ ଗୁପ୍ତ ଘରେ ହସନ ଥିବା ବେଳେ ଇସ୍ରାଏଲ ସେନା ରାର୍ଡାରରେ ଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଏହି ମୁଖ୍ୟାଳୟ ଉପରକୁ ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ଇସ୍ରାଏଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In 2024, there were many incidents and accidents at the international level | Argus News