Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ବୀକାର କଲା ଇସ୍ରାଏଲ , ହମାସ ମୁଖ୍ୟଙ୍କୁ ହତ୍ୟା କରିଥିଲା ଇସ୍ରାଏଲ

International

ସ୍ବୀକାର କଲା ଇସ୍ରାଏଲ , ହମାସ ମୁଖ୍ୟଙ୍କୁ ହତ୍ୟା କରିଥିଲା ଇସ୍ରାଏଲ

Swoyang prajna Mishra
Browse all articles by Swoyang prajna Mishra
·1 year ago
ସ୍ବୀକାର କଲା ଇସ୍ରାଏଲ , ହମାସ ମୁଖ୍ୟଙ୍କୁ ହତ୍ୟା କରିଥିଲା ଇସ୍ରାଏଲ

ଅର୍ଗସ ବ୍ୟୁରୋ : ହମାସ ମୁଖ୍ୟଙ୍କୁ ହତ୍ୟା କରିଥିଲା ଇସ୍ରାଏଲ । ଏନେଇ ପ୍ରଥମଥର ପାଇଁ ସ୍ବୀକାର କରିଛି ଇସ୍ରାଏଲ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଜୁଲାଇରେ ଇରାନରେ ହମାସର ନେତା ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଥିବା ମାନିଛନ୍ତି । ଏଥିସହ ସେ ଇରାନକୁ ଚେତାବନୀ ଦେଇଛନ୍ତି । ଯିଏ ଇସ୍ରାଏଲ୍‌ର ରଣନୈତିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବ, ଆମେ ସେମାନଙ୍କ ନେତାଙ୍କ ମୁଣ୍ଡ କାଟିଦେବୁ ।


ଯେପରି ଆମେ ତେହେରାନ, ଗାଜା ଏବଂ ଲେବାନନରେ ହନିହେ, ସିନୱାର ଏବଂ ନାସରାଲ୍ଲାଙ୍କୁ କରିଥିଲୁ । ତେବେ ଜୁଲାଇ ଶେଷରେ ପାଲେଷ୍ଟାଇନ ଇସଲାମବାଦୀ ଗୋଷ୍ଠୀ ହମାସର ରାଜନୈତିକ ନେତାଙ୍କୁ ତେହେରାନରେ ଇସ୍ରାଏଲ୍ ହତ୍ୟା କରିଥିବା ନେଇ ଇରାନ କର୍ତ୍ତୃପକ୍ଷଙ୍କ ଦ୍ବାରା ଦୋଷାରୋପ କରାଯାଇଥିଲା। ସେତେବେଳେ ହନିୟେଙ୍କ ହତ୍ୟା ପାଇଁ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନଥିବା ସ୍ପଷ୍ଟ କରିଥିଲା ଇସ୍ରାଏଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Israel admitted, Israel killed the head of Hamas | Argus News