Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡୋନାଲ୍ଡ ଟ୍ରମ୍ପଙ୍କୁ ପସନ୍ଦ କରନ୍ତିନି ସ୍ତ୍ରୀ

International

ଡୋନାଲ୍ଡ ଟ୍ରମ୍ପଙ୍କୁ ପସନ୍ଦ କରନ୍ତିନି ସ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଡୋନାଲ୍ଡ ଟ୍ରମ୍ପଙ୍କୁ ପସନ୍ଦ କରନ୍ତିନି ସ୍ତ୍ରୀ

ଅର୍ଗସ ବ୍ୟୁରୋ:  ଚଳିତବର୍ଷ ନଭେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନର ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ସ ପାର୍ଟି ନେତା ବାଇଡେନ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି । ତାଙ୍କ ସ୍ଥାନରେ ତାଙ୍କର ଡେପୁଟି ତଥା ଆମେରିକାର ଉପରାଷ୍ଟ୍ରପତି ଥିବା କମଲା ହାରିସଙ୍କୁ ଦଳ ପ୍ରାର୍ଥୀ କରିଛି । କମଲାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଚଳିତଥର କ୍ରମାଗତ ତିନିଥର ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ଗତଥର ବାଇଡେନଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ତାଙ୍କର ମୁକାବିଲା ହାରିସଙ୍କ ସହ ହେବାକୁ ଯାଉଛି । ଯାହା ଉପରେ ବିଶ୍ବର ପ୍ରାୟ ସମସ୍ତ ଦେଶଙ୍କ ନଜର ରହିଛି । ଏଭଳିୀ ସମୟରେ ଟ୍ରମ୍ପଙ୍କୁ ନେଇ ଯେଉଁ କବର ସାମ୍ନାକୁ ଆସିଛି, ତାହା ଶୁଣିଲେ ଆପଣ ଆଶ୍ଚର୍ଯ ହୋଇଯିବେ। କୁହାଯାଉଛି କି ଟ୍ରମ୍ପଙ୍କୁ ତାଙ୍କ ପତ୍ନୀ ପସନ୍ଦ କରନ୍ତି ନାହିଁ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଅଭିଯାନରୁ ମେଲାନିଆ ଟ୍ରମ୍ପଙ୍କ ସମ୍ପୂର୍ଣ୍ଣ ଅନୁପସ୍ଥିତି ମନ୍ତବ୍ୟ ଆସିଛି। କିଛି ବିବୃତ୍ତି ବ୍ୟତୀତ ମେଲାନିଆ ଏହି ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିଛନ୍ତି।

ଆନ୍ଥୋନି ସ୍କାରାମୁସି, ‘ଦ ମୁଚ’ ଭାବରେ ଜଣାଶୁଣା। ସେ ଜୁଲାଇ ୨୧ରୁ ଜୁଲାଇ ୩୧, ୨୦୧୭ ପର୍ଯ୍ୟନ୍ତ ହ୍ବାଇଟ ହାଉସରେ ଯୋଗାଯୋଗ ଦାୟିତ୍ୱରେ ଥିଲେ। ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଅବିଶ୍ୱନୀୟତା ଜୁଲାଇ ୩୧ରେ ଚାକିରିରୁ ବରଖାସ୍ତ କରିଥିଲେ।

ଆମେରିକା ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଆନ୍ଥୋନି ସ୍କାରାମୁଚି ଏକ ବଡ଼ ଦାବି କରିଛନ୍ତି। ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ ଆନ୍ଥୋନୀ ସ୍କାରାମୁସି ଦାବି କରିଛନ୍ତି, କମଲା ହାରିସଙ୍କ ବିଜୟକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ତାଙ୍କ ଅପେକ୍ଷା ଅଧିକ ଉତ୍ସାହିତ ଅଛନ୍ତି। ମେଲାନିଆ ଟ୍ରମ୍ପ ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏତେ ପସନ୍ଦ କରନ୍ତି ନାହିଁ। ସେ ତାଙ୍କୁ ଘୃଣା କରନ୍ତି। ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ବିଦେଶ ଖବର:
 

Sponsored
"Melania Trump Hates Donald Trump, Wants Kamala Harris To Win | Argus News