Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଅପରାଧୀ ଭାବି ଲୋକଙ୍କ ଉପରେ ବିମାନରୁ ଗୁଳି ବର୍ଷା କଲା ସେନା, ୧୬ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଅପରାଧୀ ଭାବି ଲୋକଙ୍କ ଉପରେ ବିମାନରୁ ଗୁଳି ବର୍ଷା କଲା ସେନା, ୧୬ ଜଣଙ୍କ ମୃତ୍ୟୁ

Key Points

ଜମ୍ଫାରାରେ ସେନାର ଏୟାର ଷ୍ଟ୍ରାଇକ୍ ଏୟାର ଷ୍ଟ୍ରାଇକ୍‌ରେ ୧୬ ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଆଫ୍ରିକୀୟ ଦେଶ ନାଇଜେରିଆର ଉତ୍ତର-ପଶ୍ଚିମ ରାଜ୍ୟ ଜମ୍ଫାରାରେ ସେନାର ଏୟାର ଷ୍ଟ୍ରାଇକ୍ । ରବିବାର ସେନା କରିଥିବା ଏୟାର ଷ୍ଟ୍ରାଇକ୍‌ରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ, ପାଇଲଟ୍ ସ୍ଥାନୀୟ ଲୋକଙ୍କୁ ଅପରାଧୀ ଗ୍ୟାଙ୍ଗ ଭାବି ଭୁଲ୍ ବଶତଃ ଗୁଳିମାଡ଼ କରିଛନ୍ତି । ଏହି ଅଞ୍ଚଳରେ ନାଇଜେରିଆ ସେନା ଦୀର୍ଘଦିନ ହେଲା ଅପରାଧୀ ଗ୍ୟାଙ୍ଗଙ୍କ ସହ ଲଢ଼ି ଆସୁଛି । ସ୍ଥାନୀୟ ଅଞ୍ଚଳରେ ଏହି ଗ୍ୟାଙ୍ଗକୁ ଡାକୁ କୁହାଯାଏ ।


ଗ୍ୟାଙ୍ଗର ସଦସ୍ୟ ଗାଁ ଉପରେ ଆକ୍ରମଣ କରି ଲୁଟ୍‌ପାଟ୍ କରିବା ସହ ଲୋକଙ୍କୁ ଅପହରଣ କରି ନିଅନ୍ତି । ଏପରିକି ଅପହରଣ ପରେ ଘରେ ନିଆଁ ମଧ୍ୟ ଲଗାଇ ଦେଇଥାନ୍ତି । ଯେଉଁଥିପାଇଁ ସେ ଅଞ୍ଚଳରେ ରହୁଥିବା ସାଧାରଣ ଲୋକ ନିଜ ସୁରକ୍ଷା ଲାଗି ବନ୍ଧୁକ ରଖି ଅପରାଧୀଙ୍କ ମୁକାବିଲା କରିଥାନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶନିବାର ମଧ୍ୟ ଜମ୍ଫାରାର ଡାଙ୍ଗେଵେ ଗାଁ ଉପରେ ଗ୍ୟାଙ୍ଗ ଆକ୍ରମଣ କରି ଗୃହ ପାଳିତ ପଶୁଙ୍କୁ ନେଇ ଯାଇଥିଲା । ଏହା ପରେ ଗ୍ରାମବାସୀ ମଧ୍ୟ ଗ୍ୟାଙ୍ଗ ଉପରକୁ ଗୁଳିମାଡ଼ କରିଥିଲେ । ଆଉ ସେହି ସମୟରେ ସେନାର ଯୁଦ୍ଧ ବିମାନ ତୁଙ୍ଗର କାରା ନିକଟରେ ଗୁଳିମାଡ଼ କରିଛି । ଯେଉଁଥିରେ ପ୍ରାୟ ୧୬ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା କୁହା ଯାଉଛି ।


ତେବେ ନାଇଜେରିଆରେ ସେନାର ଏଭଳି ଆକ୍ରମଣ ନୂଆ ନୁହେଁ । ଏହା ପୂର୍ବରୁ ବି ସେନା ସାଧାରଣ ଲୋକଙ୍କ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ କରିଛି । ୨୦୨୩ରେ ମଧ୍ୟ ନାଇଜେରିଆ ସେନା ଭୁଲ୍ ବଶତଃ କଡ୍ଡନା ରାଜ୍ୟର ଧାର୍ମିକ ସଭା ଉପରେ ବିମାନରୁ ଗୁଳି ବର୍ଷା କରିଥିଲା । ଯେଉଁଥିରେ ୮୫ ଜଣଙ୍କ ଜୀବନ ଯାଇଥିଲା । ଏହାଛଡ଼ା ୨୦୧୭ରେ ଏକ ଶରଣାର୍ଥୀ ଶିବିର ଉପରେ ବିମାନରୁ ହୋଇଥିବା ଆକ୍ରମଣରେ ଆଖି ବୁଜିଥିଲେ ୧୧୨ ଜଣ ।

Sponsored
Nigerian Military Pilot Mistakenly Airstrike On Self Defence Force | Argus News