ପଦରୁ ହଟିବା ପରେ ସିଢ଼ି ଲଗାଇ ଘରେ ପଶି ରାଷ୍ଟ୍ରପତିଙ୍କୁ ବାନ୍ଧିଲା ପୋଲିସ

ଅର୍ଗସ ବ୍ୟୁରୋ: ଗିରଫ ହେଲେ ରାଷ୍ଟ୍ରପତି । ଶତାଧିକ ପୋଲିସ ସିଢ଼ି ଲଗାଇ ରାଷ୍ଟ୍ରପତିଙ୍କ ଘରେ ପଶି ତାଙ୍କୁ ଗିରଫ କରିଛନ୍ତି । ଏଭଳି ଘଟଛି ଦକ୍ଷିଣ କୋରିଆରେ । ପ୍ରଥମଥର ଲାଗି ଦକ୍ଷିଣ କୋରିଆରେ କୌଣସି ରାଷ୍ଟ୍ରପତି ଗିରଫ ହୋଇଛନ୍ତି । ପଦରୁ ହଟିବା ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍-ୟୋଲଙ୍କୁ ତାଙ୍କ ବାସଭବନରୁ ବୁଧବାର ଗିରଫ କରିଛି ପୋଲିସ ।
୨୦୨୪ ଡିସେମ୍ବର ୩ରେ ଦେଶରେ ମାର୍ଶଲ ଲ' ଲାଗୁ କରିବା ଲାଗି ୟୋଲଙ୍କ ଉପରେ ଅପରାଧିକ ଯାଞ୍ଚ ଚାଲିଛି । ଗତ ମାସରେ ଦକ୍ଷିଣ କୋରିଆରେ ଜରୁରୀ କାଳୀନ ସ୍ଥିତି ଲାଗୁ କରିଥିଲେ ୟୋଲ । ଯାହାକୁ ସଂସଦରେ ଅଗ୍ରାହ୍ୟ କରା ଯାଇଥିଲା । ଏହା ପରେ ଡିସେମ୍ବର ୧୪ରେ ୟୋଲଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଆଉ ରାଷ୍ଟ୍ରପତି ପଦରୁ ହଟିଥିଲେ ୟୁନ ସୁକ୍-ୟୋଲ ।
ଅନାସ୍ଥା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା । ୟୋଲ ମଧ୍ୟ କୋର୍ଟରେ ହାଜର ହୋଇଥାନ୍ତେ । ତେବେ ୟୋଲ କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ବୁଧବାର ସକାଳୁ ଗିରଫ ୱାରେଣ୍ଟ ଜାରି କରା ଯାଇଥିଲା । ପ୍ରବଳ ବିରୋଧ ସତ୍ତ୍ଵେ ୟୋଲଙ୍କୁ ପୋଲିସ ଗିରଫ କରିଛି । ୟୋଲଙ୍କୁ ଗିରଫ କରିବା ଲାଗି ହଜାରେରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ ।
📱 Get Argus News App
✨ରିପୋର୍ଟ ଅନୁସାରେ, ରାଷ୍ଟ୍ରପତିଙ୍କ ବାସଭବନରେ ମୁତୟନ ସୁରକ୍ଷାକର୍ମୀ ପୋଲିସକୁ ରୋକିବା ଲାଗି ବ୍ୟାରିକେଡ୍ କରିଥିଲେ । ୟୋଲଙ୍କ ସମର୍ଥକ ମଧ୍ୟ ବାସଭବନ ବାହାରେ ପ୍ରଦର୍ଶନ କରୁଥିଲେ । ପ୍ରବଳ ବିରୋଧ ଭିତରେ ପୋଲିସ ସିଢ଼ି ପକାଇ ରାଷ୍ଟ୍ରପତିଙ୍କ ବାସଭବନ ଭିତରେ ପଶି ୟୋଲଙ୍କୁ ଗିରଫ କରିଛି ।
ଏହା ପୂର୍ବରୁ ଦୁର୍ନୀତି ମାମଲାରେ ୟୋଲଙ୍କୁ ଗିରଫ ଲାଗି ଜାନୁଆରୀ ୩ରେ ପୋଲିସ ପ୍ରୟାସ କରିଥିଲା । ସେତେବେଳେ ରାଷ୍ଟ୍ରପତିଙ୍କ ୨୦୦ ଗାର୍ଡସ୍ ପୋଲିସକୁ ଅଟକାଇ ଥିଲେ । ସମର୍ଥକଙ୍କ ବିରୋଧ ଭିତରେ ୬ ଘଣ୍ଟାର ଗିରଫ ଉଦ୍ୟମ ପରେ ବିଫଳ ହୋଇ ଖାଲି ହାତରେ ଫେରିଥିଲା ପୋଲିସ ।