ସିରିଆ ରାଷ୍ଟ୍ରପତି ବାସର ଅଲ୍- ଆସାଦଙ୍କୁ ଆଶ୍ରୟ ଦେଲା ରୁଷିଆ

ଅର୍ଗସ ବ୍ୟୁରୋ: ସିରିଆ ରାଷ୍ଟ୍ରପତିଙ୍କ ରୁଷିଆରେ ଆଶ୍ରୟ । ସିରିଆ ରାଷ୍ଟ୍ରପତି ବାସର ଅଲ୍- ଆସାଦଙ୍କୁ ଆଶ୍ରୟ ଦେଲା ରୁଷିଆ । ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଆଶ୍ରୟ ନେଇଛନ୍ତି ଆସାଦ । ସିରିଆ ପରିସ୍ଥିତିକୁ ନେଇ ଜାତିସଂଘର ମଧ୍ୟସ୍ଥତା ଲାଗି ଆହ୍ବାନ ଦେଇଛି ରୁଷିଆ । ବିଦ୍ରୋହୀ ରାଜଧାନୀକୁ କବ୍ଜା କରିବା ପରେ ପଳାଇଛନ୍ତି ଆସାଦ୍ ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଦ୍ରୋହୀମାନେ ହୋମ୍ସ ସହରକୁ ଦଖଲ କରିଛନ୍ତି । ହୋମ୍ସରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ପିତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭଙ୍ଗାଯାଇଛି । ଲୋକଙ୍କୁ ସୁରକ୍ଷା ଦେବାରେ ସିରିଆ ସେନା ବିଫଳ ହୋଇଛି । ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ସିରିଆର ରାଷ୍ଟ୍ରପତି ଥିଲେ ଅସାଦ । ଇସଲାମିଷ୍ଟ ଗ୍ରୁପ୍ ହୟାତ ତାହାରିର ଅଲ-ଶାମ୍ -HTS ନେତୃତ୍ବରେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଦ୍ରୋହୀ । ହମ୍ସ ସହର ଅକ୍ତିଆର ପରେ ଆଜି ଦାମାସ୍କସରେ ପଶିଥିଲେ । ଦାମାସ୍କସରେ ଟିଭି ଓ ରେଡିଓ ଷ୍ଟେସନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ବିଦ୍ରୋହୀ । ଦାମାସ୍କସ ଏୟାରପୋର୍ଟରେ ଅରାଜକତାର ଦୃଶ୍ୟ ଦେଖିବାକୁ ମିଳୁଛି । ସହରରେ ବିଦ୍ରୋହୀଙ୍କ ପ୍ରବେଶ ପରେ ଲୋକେ ପଳାଇ ଯିବାକୁ ବ୍ୟଗ୍ର ହେଉଛନ୍ତି । ବିମାନ ବନ୍ଦରକୁ ଛୁଟିଛନ୍ତି ବହୁ ସଂଖ୍ୟାରେ ଲୋକ । ଗୋଟିଏ ସପ୍ତାହ ପୂର୍ବରୁ ହଠାତ ଆକ୍ରମଣ ଆରମ୍ଭ କରିଥିଲେ ବିଦ୍ରୋହୀ । ପ୍ରଥମ ଆଲେପ୍ପୋ ସହର ଉପରେ ଆରମ୍ଭ କରିଥିଲେ ହମଲା ।
ବିଦ୍ରୋହୀମାନେ ଜେଲରେ କଏଦୀଙ୍କୁ ମୁକ୍ତ କରୁଛନ୍ତି । ଲୋକମାନେ ସରକାର ବିରୋଧରେ ପ୍ରଦର୍ଶନ ଜାରି କରିଛନ୍ତି । ବିଦ୍ରୋହୀମାନେ କବଜା କରିବାରୁ ସୈନିକ ନିଜର ଅସ୍ତ୍ରଶସ୍ତ୍ର ଡିପୋ ଉଡାଇ ଦେଇଛନ୍ତି ।