Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମେରିକାରେ ପୁଣି ଟ୍ରମ୍ପ୍ ଯୁଗର ଆରମ୍ଭ : ଦ୍ବିତୀୟ ଇନିଂସ ଆରମ୍ଭ କଲେ ଡୋନାଲଡ୍ ଟ୍ରମ୍ପ୍

International

ଆମେରିକାରେ ପୁଣି ଟ୍ରମ୍ପ୍ ଯୁଗର ଆରମ୍ଭ : ଦ୍ବିତୀୟ ଇନିଂସ ଆରମ୍ଭ କଲେ ଡୋନାଲଡ୍ ଟ୍ରମ୍ପ୍

Ritu Das
Browse all articles by Ritu Das
·1 year ago·2 min read
ଆମେରିକାରେ ପୁଣି ଟ୍ରମ୍ପ୍ ଯୁଗର ଆରମ୍ଭ : ଦ୍ବିତୀୟ ଇନିଂସ ଆରମ୍ଭ କଲେ ଡୋନାଲଡ୍ ଟ୍ରମ୍ପ୍

ଅର୍ଗସ ବ୍ୟୁରୋ: ପୁଣି ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆ ଭାବେ ଦାୟିତ୍ବ ନେଇଛନ୍ତି ଡୋନାଲଡ ଟ୍ରମ୍ପ୍। କାପିଟାଲ୍ ରୋଟୁଣ୍ଡା ହଲରେ ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ ସହ ଆମେରିକାର 47 ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜ ଦେଶବାସୀଙ୍କ ସହ ସାରା ବିଶ୍ବକୁ ବାର୍ତ୍ତା ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଆମେ ବିଶ୍ବରେ ଶାନ୍ତି ଚାହୁଁ। ଆମେରିକୀୟ ସେନା ଅନ୍ୟ କୌଣସି ଦେଶରେ ପଶିବ ନାହିଁ। ଆମେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବୁ। ଶପଥ ନେଉ ନେଉ ଆମେରିକାର ସ୍ବାର୍ଥ ପାଇଁ ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଅନୁପ୍ରବେଶ ରୋକିବାକୁ ଆମେରିକାର ଦକ୍ଷିଣ ସୀମାରେ ଜରୁରୀସ୍ଥିତି ଘୋଷଣା କରିଛନ୍ତି। ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ କରାଯିବ। ଆତଙ୍କବାଦୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।


ପୁଣି ଟ୍ରମ୍ପ କହିଛନ୍ତି ଆମେରିକା ସେନା ଆହୁରି ଶକ୍ତିଶାଳୀ ହେବ। ମାର୍ଟିନ୍ ଲୁଥର କିଙ୍ଗଙ୍କ ସ୍ବପ୍ନ ସାକାର ହେବ। ସାରା ବିଶ୍ବ ଦେଖିବ ଆମେରିକାର ଶକ୍ତି । ଆମେରିକାରେ ଆରମ୍ଭ ହୋଇଛି ସୁବର୍ଣ୍ଣ ଯୁଗ। ଆମେରିକାରେ ବାକ୍ ସ୍ବାଧୀନତା ନେଇ ବଡ଼ ଘୋଷଣା କରିଛନ୍ତି ଟ୍ରମ୍ପ। ଗଣମାଧ୍ୟମ ଉପରୁ ସବୁ କଟକଣା ଉଠାଇ ଦେଇଛନ୍ତି। କହିଛନ୍ତି, ଆମେରିକାରେ ସମସ୍ତଙ୍କୁ କହିବାର ସ୍ବାଧୀନତା ଅଛି। ନା ସମ୍ବିଧାନ ଭୁଲିବୁ ନା ଭଗବାନଙ୍କୁ ଭୁଲିବୁ। ଆମେରିକୀୟଙ୍କ ପାଇଁ ଲଢ଼ିବା ସହ ପୂର୍ବଠାରୁ ଆହୁରି ମହାନ ଆମେରିକା ନିର୍ମାଣ ଗଢ଼ିବାକୁ ଟ୍ରମ୍ପ୍ ଦେଇଛନ୍ତି ଆହ୍ବାନ। ପେନସିଲଭାନିଆରେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଟ୍ରମ୍ପ୍ କହିଛନ୍ତି ଭଗବାନଙ୍କ କୃପାରୁ ମୁଁ ବଞ୍ଚିଲି । ଆମେରିକାକୁ ଆହୁରି ଶକ୍ତିଶାଳୀ କରିବାକୁ ଭଗବାନ ବଞ୍ଚାଇଛନ୍ତି । ଶପଥ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏକ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି ଆଗାମୀ ଦିନରେ ଦୁଇ ରାଷ୍ଟ୍ର ପୁଣି ଥରେ ଏକାଠି ହୋଇ ବିଶ୍ବର କଲ୍ୟାଣ ପାଇଁ କାର୍ଯ୍ୟ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The beginning of the Trump era in America: Donald Trump started the second innings | Argus News