Videos
|
International

ଟ୍ରମ୍ପଙ୍କୁ ଭେଟିଲେ ଜେଲେନ୍ସକି ,ଜେଲେନସ୍କିଙ୍କୁ ଚେତାବନୀ ଦେଲେ ଟ୍ରମ୍ଫ୍

Swoyang prajna Mishra
Browse all articles by Swoyang prajna Mishra
·1 year ago
ଟ୍ରମ୍ପଙ୍କୁ ଭେଟିଲେ ଜେଲେନ୍ସକି ,ଜେଲେନସ୍କିଙ୍କୁ ଚେତାବନୀ ଦେଲେ ଟ୍ରମ୍ଫ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଜେଲେନ୍ସକି । ଉଭୟ ନେତା ଆମେରିକା ପାଇଁ ଏକ ଖଣିଜ ଚୁକ୍ତି ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା । ୟୁକ୍ରେନରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଏକ ସମ୍ଭାବ୍ୟ ଯୁଦ୍ଧବିରାମ ପାଇଁ ହୋଇଛି ଆଲୋଚନା ।ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କୁ "ଏକଛତ୍ରବାଦୀ" କହି ତାଙ୍କୁ ଦାୟୀ କରିବା ପରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।


ହ୍ବାଇଟ୍ ହାଉସରେ ଉଭୟ ନେତାଙ୍କ ଭେଟ୍‌ଘାଟ୍ ବେଳେ କଥା କଟାକଟି । ଯୁଦ୍ଧ ରୋକିବାକୁ ନେଇ ଦୁଇରାଷ୍ଟ୍ରପତିଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ସୂଚନା ମିଳଛି । ରୁଷ୍‌କୁ ରୋକିବାକୁ ନେଇ ଟ୍ରମ୍ଫଙ୍କ ଋଣନୀତିକୁ ବିରୋଧ କଲେ ଜେଲେନସ୍କି । ଯୁଦ୍ଧ ବିରାମରେ ସହମତି ପ୍ରକାଶ ପାଇଁ ଜେଲେନସ୍କିଙ୍କୁ ଚେତାବନୀ ଦେଲେ ଟ୍ରମ୍ଫ୍ । ଆମେରିକା ପାଇଁ ଖଣିଜ ଚୁକ୍ତି ଉପରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Zelensky met US President Donald Trump | Argus News