Videos
|
International

୧୦୦ ଟଙ୍କାରେ ୪ ବଖରା ଘର ଆଉ ୭ ଲକ୍ଷ ପୁରସ୍କାର

Arpita Mohanty
Browse all articles by Arpita Mohanty
·2 years ago·1 min read
୧୦୦ ଟଙ୍କାରେ ୪ ବଖରା ଘର ଆଉ ୭ ଲକ୍ଷ ପୁରସ୍କାର

ଅର୍ଗସ ବ୍ୟୁରୋ : ଯଦି ଆମେ ଆପଣଙ୍କୁ କହିବୁ ମାତ୍ର ୧୦୦ ଟଙ୍କାରେ ଆପଣଙ୍କୁ ୪ ବଖରା ଘର , ଗ୍ୟାରେଜ ଏବଂ ବଗିଚା ତା ସହିତ 7 ଲକ୍ଷ ଟଙ୍କାର ପୁରସ୍କାର ମିଳିବ ତାହେଲେ ଆପଣଙ୍କ ପ୍ରତିକ୍ରିୟା କଣ ରହିବ? ଅସମ୍ଭବ ଲାଗୁଛି ନା କିନ୍ତୁ ଏହା ପୁରା ସତ। ଆଜି ଆମେ ଆପଣଙ୍କୁ ସେହି ଭଳି ଏକ ଘର ବିଷୟରେ କହିବୁ ଯାହା ଆପଣ ମାତ୍ର 105 ଟଙ୍କାରେ ପାଇପାରିବେ।

ଲୋକମାନେ ନିଜର ସାରା ଜୀବନ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣରେ ଲଗାଇ ଦେଉଛନ୍ତି କିନ୍ତୁ ଏଠି ଘର ମାତ୍ର ୧୦୦ ଟଙ୍କାରେ ମିଳୁଛି। ହଁ ଆଜ୍ଞା ଇଂଲଣ୍ଡର ନ୍ୟୂକସାଲରେ ଏହି ଘର ଅବସ୍ଥିତ। ପାଟିନ୍ସନ୍ ଇଷ୍ଟେଟ୍ ଏଜେନ୍ସି ଦ୍ୱାରା ଏହା ବିକ୍ରି ପାଇଁ ରଖାଯାଇଛି ।ଏଥିରେ ଯେଉଁ ଯେଉଁ ସୁବିଧା ଅଛି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦୁଇଟି ଫ୍ଲାଟ, ଦୁଇଟି ବାଥରୁମ, ଏକ ଲାଉଞ୍ଜ ଏବଂ ରୋଷେଇ ଘର , ଏକ ବାଲକୋନୀ  ଏବଂ ଏକ ଗ୍ୟାରେଜ ମଧ୍ୟ ଅଛି। 

ଏବେ ପ୍ରଶ୍ନ ହେଉଛି ଏତେ ସବୁ ସୁବିଧା ଥାଇ ମଧ୍ୟ ଘରର ମୂଲ୍ୟ ଏତେ କମ କେମିତି ? ବାସ୍ତବରେ ଏହି ଘର ଭିତରକୁ ପ୍ରବେଶ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ କାରଣ ଏହା ଅତ୍ୟନ୍ତ ମଇଳା । ଚଟାଣଗୁଡ଼ିକ ଉପୁଡ଼ି ଯାଇଛି, ୱାଲପେପରଗୁଡିକ ଛାଡିଯାଇଛି, ରୁମଠୁ ନେଇ ବାଥରୁମ ପର୍ଯ୍ୟନ୍ତ ସବୁ ମଇଳାରେ ଭର୍ତି। କବାଟ ଏବଂ ଝରକା ମଧ୍ୟ ଭାଙ୍ଗିଯାଇଛି । ଘରର ଏହି ଅବସ୍ଥା ଦେଖିବା ପରେ ହିଁ ଏହାର ନିଲାମ ମୂଲ୍ୟ 105 ଟଙ୍କା ରଖାଯାଇଛି। ତେବେ, ଘରେ ମଧ୍ୟ ଏକ ମୂଲ୍ୟବାନ ଜିନିଷ ଅଛି ତାହା ହେଉଛି ଏକ ପିଆନୋ ଯାହାର ବଜାର ମୂଲ୍ୟ 7 ଲକ୍ଷରୁ ଅଧିକ। ଯେଉଁ ବ୍ୟକ୍ତି ଘର କିଣିବ ତାଙ୍କୁ ଏହା  ବୋନସ୍ ଭାବରେ ଦିଆଯିବ। 

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
100 rupee's home | Argus News