Videos
|
International

ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ

ଅର୍ଗସ ବ୍ୟୁରୋ:  ପାକିସ୍ତାନ ନିର୍ବାଚନ ପରେ ଫଳାଫଳକୁ ନେଇ ଗତ ୪ ଦିନ ହେଲା ଜାରି ଅନିଶ୍ଚିତତା ଆଜି ଦୂର ହୋଇଛି। ପାକିସ୍ତାନ ନିର୍ବାଚନ କମିଶନ ଆଜି ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛନ୍ତି। ଅଧିକାରୀକ ଭାବେ ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ପରେ କେଉଁ ପାର୍ଟିକୁ କେତୋଟି ଆସନ ମିଳିଛି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି।  ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଜେଲରେ ବନ୍ଦୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ ହୋଇଛନ୍ତି।

ସେହିପରି ୩ ଥର ପ୍ରଧାନମନ୍ତ୍ରୀ ଥିବା ମିଆଁ ନୱାଜ ସରିଫଙ୍କ ପିଏମଏଲ-ଏନ ପାର୍ଟି ପ୍ରାର୍ଥୀମାନେ ୭୫ଟି ଆସନରେ ବିଜୟୀ ହୋଇଥିବା ବେଳେ ସଂସଦରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପ୍ୟୁପିଲସ ପାର୍ଟିକୁ ୫୪ଟି ଆସନ ମିଳିଛି। ସେହିପରି ମୁତ୍ତାହିଦା କୌମୀ ମୁଭମେଣ୍ଟ ପାକିସ୍ତାନକୁ ୧୭ଟି ଆସନ ମିଳିଛି। ଏହା ଛଡା ଦେଶର ୧୨ଟି ଆସନରେ ଛୋଟଛୋଟ ଦଳମାନେ ମଧ୍ୟ ବିଜୟୀ ହୋଇଛନ୍ତି। ଇସିପି ୨୬୫ଟି ଆସନରୁ ୨୬୪ଟିର ଫଳାଫଳ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: