ଆମେରିକାରୁ ଆସି ଭାରତରେ ପହଞ୍ଚିଲେ ୧୦୪ ଜଣ ଭାରତୀୟ

ଆମେରିକାରୁ ଆସି ଭାରତରେ ପହଞ୍ଚିଲେ ୧୦୪ ଜଣ ଭାରତୀୟ । ୧୩ ପିଲା, ୧୯ ମହିଳା ଓ ୭୨ ଜଣ ପୁରୁଷ। ବିନା ବୈଧ ଦସ୍ତାବିଜରେ ରହୁଥିବା ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରମ୍ପ୍ ପ୍ରଶାସନ। ପଞ୍ଜାବ ଅମୃତସରରେ ପହଞ୍ଚିଲା ଆମେରିକା ସେନାର C-17 ଏୟାରକ୍ରାଫ୍ଟ ।
ବେଆଇନ ଭାବେ ଆମେରିକାରେ ରହୁଥିବା ଲୋକଙ୍କ ଉପରେ ଟ୍ରମ୍ପ୍ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ। ପ୍ରବାସୀଙ୍କୁ ଖୋଜି ଖୋଜି ନିଜ ଦେଶକୁ ପଠାଉଛନ୍ତି ଆମେରିକା ସରକାର। ଆମେରିକାରେ ହଜାର ହଜାର ସଂଖ୍ୟାରେ ବିନା ବୈଧ ଦସ୍ତାବିଜରେ ରହୁଥିବାବେଳେ ସେମାନଙ୍କୁ ଭାରତ ପଠାଇବା ଆରମ୍ଭ ହୋଇଛି।
📱 Get Argus News App
✨ପ୍ରଥମ ଖେପାରେ ୧୦୪ ଜଣ ଭାରତୀୟଙ୍କୁ ନେଇ ଆସିଥିବା ଆମେରିକା ସେନାର C-17 ଏୟାରକ୍ରାଫ୍ଟ କିଛି ସମୟ ତଳେ ପଞ୍ଜାବ ଅମୃତସରରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ମହିଳା, ୧୩ ଜଣ ପିଲା ଓ ୭୨ ଜଣ ପୁରୁଷ। ଏମାନଙ୍କୁ ଆମେରିକା ମେକ୍ସିକୋ ସୀମାରୁ ଧରାଯାଇଥିଲା। ଏମାନଙ୍କ ମଧ୍ୟରୁ ୩୩ ଜଣ ଗୁଜରାଟର ବାସିନ୍ଦା। ସେମାନେ ବିମାନବନ୍ଦର ଭିତରେ ହିଁ ରହିବେ। ଏମାନଙ୍କୁ ସେଠାରୁ ହିଁ ଗୁଜରାଟ ପଠାଇ ଦିଆଯିବ।
ସେହିପରି ୧୦୪ ଜଣଙ୍କ ମଧ୍ୟରେ ୩୦ ଜଣ ପଞ୍ଜାବର, ହରିୟାଣାର ୩୩ ଜଣ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ୩ ଜଣ ଲେଖାଏଁ ଏବଂ ୨ ଜଣ ଚଣ୍ଡୀଗଡ଼ର ବାସିନ୍ଦା ବୋଲି ସୂଚନା ମିଳିଛି। କୁହାଯାଉଛି ଏମାନେ ଭାରତରୁ ବୈଧ ଭାବେ ଯାଇଥିଲେ, କିନ୍ତୁ ସେମାନେ ଡଙ୍କି ରୁଟ୍ ମାଧ୍ୟମରେ ଆମେରିକାରେ ପଶିବାକୁ ଉଦ୍ୟମ କରିଥିଲେ। ଆମେରିକାରେ ବିନା ବୈଧ ଦସ୍ତାବିଜରେ ୧୮ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ରହୁଥିବା ସୂଚନା ମିଳିଛି।