Inspirational News / ପରିବାରକୁ ବଞ୍ଚାଇବା ପାଇଁ ୪ ଘଣ୍ଟା ପହଁରି "ସୁପରହ୍ୟୁମାନ" ସାଜିଲେ ୧୩ ବର୍ଷର ବାଳକ
·5 months ago·2 min read

Key Points
୪ ଘଣ୍ଟା ସମୁଦ୍ରରେ ପହଁରି ପରିବାର ଲୋକଙ୍କୁ ବଞ୍ଚାଇଲେ
ପ୍ରାୟ ୧୦ ଘଣ୍ଟା ପାଣିରେ ବିତାଇ ସାରିଥିଲେ
ବହୁ କଷ୍ଟରେ ସଂଘର୍ଷ କରି ଜୀବନ ବଞ୍ଚାଇଲେ
ପ୍ରାୟ ୧୦ ଘଣ୍ଟା ପାଣିରେ ବିତାଇ ସାରିଥିଲେ
ବହୁ କଷ୍ଟରେ ସଂଘର୍ଷ କରି ଜୀବନ ବଞ୍ଚାଇଲେ
ସମୁଦ୍ରରେ ପହଁରିବା କଥା ଶୁଣିଲାବେଳକୁ ବି ଡର ଲାଗୁଛି। କାରଣ ଅଥଳ ପାଣିରେ ପହଁରିବା ଜୀବନ ପ୍ରତି ମଧ୍ୟ ବିପଦ ଥାଏ କିନ୍ତୁ ପରିବାର ଲୋକଙ୍କ ବୋଟ ବୁଡ଼ିଯିବାରୁ ନିଜ ଜୀବନକୁ ଭ୍ରୂକ୍ଷେପ ନ କରି ଜଣେ ୧୩ବର୍ଷର ନାବାଳକ ସିଧା ପାଣିକୁ ଡେଇଁପଡ଼ିଥିଲେ। ଆଉ ପୁରା ପରିବାର ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଆଉ ପରିବାର ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷ ବାଳକଙ୍କ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ନିକଟରେ ହାର୍ ମାନିଛି ସମସ୍ତ ପ୍ରତିକୂଳ ପରିସ୍ଥିତି। ଶେଷରେ ସମୁଦ୍ରର ବଡ଼ ବଡ଼ ଲହଡ଼ିକୁ ଭୟ ନ କରି ୪ ଘଣ୍ଟା ଧରି ପହଁରି ପହଁରି ନିଜ ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି ଅଷ୍ଟିନ୍ ଆପେଲବି। ଅଷ୍ଟିନ ଶୁକ୍ରବାର ନିଜ ପରିବାର ସହିତ ଛୁଟି କାଟିବାକୁ ପର୍ଥରୁ ପଶ୍ଚିମ ଅଷ୍ଟ୍ରେଲିଆର କ୍ୱିଣ୍ଡାଲପରେ ଯାଇଥିଲେ। ସେଠାରେ ରହୁଥିବା ହୋଟେଲରୁ କାୟାକ୍ ଏବଂ ପ୍ୟାଡେଲ୍ ବୋର୍ଡ ଭଡ଼ାରେ ନେଇ ସମୁଦ୍ରକୁ ଯାଇଥିଲେ। କିନ୍ତୁ ପବନ ଅଧିକ ହେଉଥିବାରୁ ଅଷ୍ଟିନ, ତାଙ୍କ ମାଆ ଏବଂ ଦୁଇ ସାନ ଭାଇଭଉଣୀ ସମୁଦ୍ରର ବହୁ ଭିତରକୁ ଚାଲି ଯାଇଥିଲେ।
ଗଭୀର ସମୁଦ୍ରରେ ଅଷ୍ଟିନ ଓ ତାଙ୍କ ପରିବାର ଫସି ଯାଇଥିବାବେଳେ ସମୁଦ୍ର କୂଳକୁ ଫେରି ପାରିନଥିଲେ। ଶେଷରେ ସମୁଦ୍ରରେ ଫସି ରହିଥିବା ନିଜ ପରିବାରକୁ ଉଦ୍ଧାର କରିବାକୁ ଅଷ୍ଟିନଙ୍କୁ ଏକାକୀ ସଂଘର୍ଷ କରିବାକୁ ପଡ଼ିଥିଲା। ସହାୟତା ମାଗିବାକୁ ଅଷ୍ଟିନ ତାଙ୍କ କାୟାକରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କାୟାକରେ ପାଣି ଭରି ଯିବାରୁ ସେ ପିନ୍ଧିଥିବା ଲାଇଫ୍ ଜ୍ୟାକେଟ୍କୁ ଫିଙ୍ଗି ଦେଇ ପହଁରି ପହଁରି ସମୁଦ୍ର କୂଳକୁ ଯିବାକୁ ଚିନ୍ତା କରିଥିଲେ। ପଶ୍ଚିମ ଅଷ୍ଟ୍ରେଲିଆର ଅଶାନ୍ତ ଜଳରାଶିରେ ପ୍ରାୟ ଚାରି ଘଣ୍ଟା ଧରି ପହଁରି ସନ୍ଧ୍ୟା ପ୍ରାୟ ୬ଟାରେ ଉପକୂଳରେ ପହଞ୍ଚିଥିଲେ।
ପହଁରି ପହଁରି ନିଜ ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି ବାଳକ
ମଙ୍ଗଳବାର ଅଷ୍ଟିନ୍ ତାଙ୍କ ସଂଘର୍ଷ କଥା କହିଥିଲେ, ସମୁଦ୍ରରେ ବହୁତ ବଡ଼ ବଡ଼ ଲହଡ଼ି ଆସୁଥିଲା, ମୋ ପାଖରେ ଲାଇଫ୍ ଜ୍ୟାକେଟ୍ ମଧ୍ୟ ନଥିଲା। ମୁଁ କେବଳ ପହଁରିବା ଜାରି ରଖିବି ବୋଲି ଭାବୁଥିଲି ଓ ଶେଷରେ କୂଳରେ ପହଞ୍ଚି ମା’ ଓ ଭାଇଭଉଣୀ ସମୁଦ୍ର ଭିତରକୁ ଭାସି ଯାଇଥିବା କଥା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲି। ପୋଲିସ ହେଲିକପ୍ଟର ଅଷ୍ଟିନଙ୍କ ମା’ ୪୭ ବର୍ଷୀୟ ଜୋଆନ୍ ଆପେଲବି, ତାଙ୍କର ୧୨ ବର୍ଷର ପୁଅ ବ୍ୟୁ ଓ ୮ ବର୍ଷର ଝିଅ ଗ୍ରେସ୍ଙ୍କୁ ରାତି ୮ଟା ୩୦ ମିନିଟରେ ଗଭୀର ସମୁଦ୍ର ଭିତରୁ ଠାବ କରିବା ପରେ ଉଦ୍ଧାର କରିଥିଲା। ଏହି ତିନିଜଣ ସେମାନଙ୍କ ଆରମ୍ଭ ସ୍ଥାନରୁ ପ୍ରାୟ ୧୪ କିଲୋମିଟର (୯ ମାଇଲ) ଦୂରକୁ ଭାସି ଯାଇଥିଲେ।
ସେମାନଙ୍କୁ ଉଦ୍ଧାର କରାଯିବାବେଳକୁ ସେମାନେ ପ୍ରାୟ ୧୦ ଘଣ୍ଟା ପାଣିରେ ବିତାଇ ସାରିଥିଲେ। ଉଦ୍ଧାରକାରୀମାନେ ପହଞ୍ଚିବା ବେଳକୁ ତିନିଜଣ ଶୀତରେ ଥରୁ ଥିଲେ। ଥଣ୍ଡା ଯୋଗୁଁ ବ୍ୟୁଙ୍କ ଗୋଡ଼ ଶିଥିଳ ପଡ଼ିଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି। ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପକୁ ସାକ୍ଷାତକାର ଦେଇ ଜୋଆନ କହିଛନ୍ତି, ଅଷ୍ଟିନଙ୍କୁ ସହାୟତା ମାଗିବାକୁ ପଠାଇବା ମୋ ପାଇଁ ସବୁଠୁ କଠିନ ନିଷ୍ପତ୍ତି ଥିଲା। ସେହି ସମୟରେ ଆମେ ସକାରାତ୍ମକ ରହିଥିଲୁ। ଅଷ୍ଟିନ ନିଶ୍ଚୟ କୂଳରେ ପହଞ୍ଚି ଯିବେ ବୋଲି ମୋର ବିଶ୍ବାସ ଥିଲା। ସନ୍ଧ୍ୟା ହୋଇଯିବାରୁ ଭୟ ଲାଗୁଥିଲା। ତଥାପି ଆମେ ଗୀତ ଗାଇ ମଜା କରୁଥିଲୁ ଓ ଏହାକୁ ଏକ ଖେଳ ଭାବରେ ଗ୍ରହଣ କରିଥିଲୁ ଜୋଆନ୍ କହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories