Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·2 years ago
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ:  ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ । ପ୍ରବଳ ବର୍ଷା, ବଜ୍ରପାତ ସହ ଭୂସ୍ଖଳନରେ ଶହ ଶହ ଲୋକ ବାସହରା ହେବା ସହ 30ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ  ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ରେକର୍ଡ ପରିମାଣ ବର୍ଷା ହୋଇଛି । ଭୂସ୍ଖଳନରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବଜ୍ରପାତରେ ୫ ଓ ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଛି ।

NDRRMA ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୪ ଟି ଘଟଣା ପଞ୍ଜିକୃତ ହୋଇଛି । ନେପାଳ ଗୃହ ମନ୍ତ୍ରଣାଳୟ ରପୋର୍ଟ ଅନୁଯାୟୀ, ମୌସୁମୀ ସକ୍ରିୟ ହେବାର ୧୭ ଦିନ ମଧ୍ୟରେ ୨୮ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷାରେ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
14 killed in Nepal as heavy rain triggers landslides | Argus News