Videos
|
International

Shocking Marriage Proposal / ୧୪୫୪ ଫୁଟ୍ ଉଚ୍ଚରେ ପ୍ରେମ ନିବେଦନ…ସାରା ଦୁନିଆ ଦେଖିଲା ଏହି ରୋମାଞ୍ଚକର ମୁହୂର୍ତ୍ତ

Ritu Das
Browse all articles by Ritu Das
·2 weeks ago·2 min read
୧୪୫୪ ଫୁଟ୍ ଉଚ୍ଚରେ ପ୍ରେମ ନିବେଦନ…ସାରା ଦୁନିଆ ଦେଖିଲା ଏହି ରୋମାଞ୍ଚକର ମୁହୂର୍ତ୍ତ
India

Key Points

୧୪୫୪ ଉଚ୍ଚକୁ ଚଢ଼ି ଜଣେ କପଲ ନିଜ ପ୍ରେମିକାକୁ ଆଣ୍ଠୁ ମାଡ଼ି ପ୍ରପୋଜ କରିବାର
ଶୁଣିବାକୁ ତ ହଲିଉଡ ସିନେମା ଭଳି ଲାଗୁଥିବ କିନ୍ତୁ ଏହା ସତରେ ଘଟିଛି
କିଏ ସମୁଦ୍ର କୂଳରେ ପ୍ରପୋଜ କରୁଛି ତ କିଏ ବରଫ ପାହାଡ଼ରେ ପ୍ରପୋଜ କରୁଛି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ୧୪୫୪ ଉଚ୍ଚକୁ ଚଢ଼ି ଜଣେ କପଲ ନିଜ ପ୍ରେମିକାକୁ ଆଣ୍ଠୁ ମାଡ଼ି ପ୍ରପୋଜ କରିବାର। ଶୁଣିବାକୁ ତ ହଲିଉଡ ସିନେମା ଭଳି ଲାଗୁଥିବ କିନ୍ତୁ ଏହା ସତରେ ଘଟିଛି। ଘଟଣାଟି ଆମେରିକାର ନ୍ୟୟର୍କ ଷ୍ଟେଟ ବିଲ୍ଡିଂରେ। ୧୪୫୪ ଫୁଟ ତଳୁ ତାଙ୍କୁ ଦେଖୁଥିଲେ ହଜାର ହଜାର ଲୋକ। କିଏ ଆତଙ୍କବାଦୀ କହୁଥିଲେ ତ କିଏ ଆନ୍ଦୋଳନକାରୀ । ଆଉ ଏତିକିବେଳେ ହଠାତ ଝିଅ ଆଗରେ ଆଣ୍ଠୁମାଡି ବସି ପଡିଥିଲା ପୁଅ । ସାରା ଦୁନିଆ ସାମ୍ନାରେ ନିଜ ପ୍ରେମିକାକୁ ମୁଦି ପିନ୍ଧାଇ କରିଥିଲା ପ୍ରେମ ନିବେଦନ । ଉଡାଇଥିଲେ ପତାକା । ଯେଉଁଥିରେ ଲେଖାଥିଲା, ଯେବେ ପ୍ରେମର କ୍ଷମତା, କ୍ଷମତାର ପ୍ରେମକୁ ଅତିକ୍ରମ କରିଯିବ, ସେବେ ପୃଥିବୀରେ ହେବ ଶାନ୍ତି ପ୍ରତିଷ୍ଠା ।

ଗୋଟେ ପଟେ ପ୍ରେମକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଏକ ନିଆରା ପ୍ରେମ କାହାଣୀ । ନ୍ୟୁୟର୍କର ବିଶ୍ବପ୍ରସିଦ୍ଧ କୋଠା ‘ଏମ୍ପାୟାର୍ ଷ୍ଟେଟ୍ ବିଲ୍ଡିଂ’ର ଶୀର୍ଷ (୧,୪୫୪ ଫୁଟ୍)ରେ ଥିବା ଆଣ୍ଟେନାକୁ ଚଢିଥିଲେ କଣ୍ଟେଣ୍ଟ କ୍ରିଏଟର ଇବାନ ବାନ୍ୟା ବିରକୁସ ଏବଂ ତାଙ୍କ ପ୍ରେମିକା ଏଞ୍ଜେଲା ନିକୋଲାଉ । ସେଇଠି ନିଜ ପ୍ରେମିକାକୁ ପ୍ରେମ ନିବେଦନ କରି ଆଙ୍ଗୁଠି ପିନ୍ଧାଇଥିଲେ ଇବାନ । ଆଉ ହସି ହସି ପ୍ରେମ ନିବେଦନକୁ ସ୍ଵୀକାର କରିଥିଲେ ଏଞ୍ଜେଲା। ପୁଣି ପତାକା ଉଡାଇ ପ୍ରେମ ଆଉ ଶାନ୍ତିର ସନ୍ଦେଶ ମଧ୍ୟ ଦେଇଥିଲେ ।

ଏହି ପ୍ରେମୀଯୁଗଳ ଅନେକ ସମୟରେ ଷ୍ଟଣ୍ଟ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଯେବେ ସେ ନିଜ ପ୍ରେମିକାକୁ ପ୍ରେମ ନିବେଦନ କରିବାକୁ କହିଥିଲେ, ପ୍ରେମିକା କିଛି ଚାହିଁଥିଲେ ଏକ ନିଆରା ପ୍ରେମ ନିବେଦନ । ସେଥିପାଇଁ ସେ ନିଜର ଏହି ସ୍ଵତନ୍ତ୍ର ମୁହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଏମିତି ନିବେଦନ କରିଥିଲେ । ହେଲେ ଏପରି ବିପଦପୂର୍ଣ୍ଣ ଯାଗାରେ ଏମିତି ଷ୍ଟଣ୍ଟ କରିଥିବାରୁ ଏହି ପ୍ରେମୀଯୁଗଳଙ୍କୁ ଗିରଫ କରିଛି ପୋଲିସ ।
ସେମାନେ ପୂର୍ବରୁ ମଧ୍ୟ ସେମାନେ ମାଲେସିଆରେ ଅବସ୍ଥିତ ପୃଥିବୀର ଦ୍ବିତୀୟ ସର୍ବୋଚ୍ଚ କୋଠା ‘ମେର୍ଡେକା ୨,୨୨୭ ଫୁଟ୍ , ଚୀନର ସର୍ବୋଚ୍ଚ
ଅସଂପୂର୍ଣ୍ଣ କୋଠା ‘ଗୋଲ୍ଡିନ୍ ଫାଇନାନ୍ସ ୧,୯୫୭ ଫୁଟ୍ ପରି ନଭଶ୍ଚୁମ୍ଭୀ କୋଠା ଶୀର୍ଷକୁ ଚଢ଼ିସାରିଛନ୍ତି ।

ଦୁହେଁ ଏହି ରୋମାଞ୍ଚକର ଘଟଣାର ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ପୋଷ୍ଟଟି ଆସିବା ମାତ୍ରେ ଲକ୍ଷ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି ଏବଂ କମେଣ୍ଟ ସେକ୍ସନରେ ଦମ୍ପତିଙ୍କୁ ସେମାନଙ୍କ ନିର୍ବନ୍ଧ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅନେକ ୟୁଜର୍ସ ଏହାକୁ ବିଶ୍ୱର ସବୁଠାରୁ ସାହସିକ ଷ୍ଟଣ୍ଟ ବୋଲି କହିଥିବାବେଳେ ବେଳେ କିଛି ଲୋକ ଏତେ ଉଚ୍ଚତାରେ କରାଯାଇଥିବା ଏହି ଷ୍ଟଣ୍ଟକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କହିଛନ୍ତି କାହାର ବି ଜୀବନ ଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Couple Proposes At 1454 Feet Creating Unforgettable Romantic Moment | Argus News