Italy Flight Issue / ଇଟାଲୀରେ ଫଶିଛନ୍ତି ଦୀପାବଳିରେ ଘରକୁ ଆସୁଥିବା ୨୦୦ ଭାରତୀୟ

Key Points
ଏୟାର ଇଣ୍ଡିଆ ଅନୁସାରେ ସବୁ ଯାତ୍ରୀଙ୍କୁ ୨୦ ଅକ୍ଟୋବର ଓ ଏହାର ପରବର୍ତ୍ତି ଫ୍ଲାଇଟ୍ ପାଇଁ ବୁକ୍ କରାଯାଇଛି।
ଇଟାଲୀ ମିଲାନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭ ଅକ୍ଟୋବର ଶୁକ୍ରବାର ଉଡାଣ କରିବାର ଥିଲା, କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ବିମାନର ଯାତ୍ରା ରଦ୍ଦ କରି ଦିଆଯାଇଥିଲା। ଏହିକାରଣରୁ ଶତାଧିକ ଭାରତୀୟ ଯାତ୍ରୀଙ୍କ ଦୀପାବଳି ପ୍ଲାନ ଖରାପ ହୋଇଯାଇଛି। ଏହି ଫ୍ଲାଇଟ୍ ନମ୍ବର ଏଆଇ-୧୩୮ ଥିଲା। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସବୁ ଯାତ୍ରୀଙ୍କୁ ହୋଟେଲରେ ରଖିବାର ବ୍ୟବସ୍ଥା କରାଯାଇଛି। ଏହି ବିମାନରେ ୨୫୬ ଯାତ୍ରୀ ଓ ୧୦ କ୍ରୁମେମ୍ବର ଯାତ୍ରା କରିବାର ଥିଲା। ସେମାନେ ଏବେ ନୂଆ ଉଡାଣକୁ ଅପେକ୍ଷା କରିଛନ୍ତି।
ଏୟାର ଇଣ୍ଡିଆ ଅନୁସାରେ ସବୁ ଯାତ୍ରୀଙ୍କୁ ୨୦ ଅକ୍ଟୋବର ଓ ଏହାର ପରବର୍ତ୍ତି ଫ୍ଲାଇଟ୍ ପାଇଁ ବୁକ୍ କରାଯାଇଛି। ତେବେ ସେହି ଦିନ ଭାରତରେ ଦୀପାବଳି ପାଳିତ ହେଉଥିବ। ତେବେ ଏୟାର ଲାଇନ୍ସ ପକ୍ଷରୁ ସବୁ ଯାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ଜଣେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତାଙ୍କର ଶେଙ୍ଗେନ ଭିସା ଅକ୍ଟୋବର ୨୦ରେ ସମାପ୍ତ ହେଉଥିଲା। ଏଣୁ ଏହି ଯାତ୍ରୀଙ୍କୁ ୧୯ ଅକ୍ଟୋବର ଫ୍ଲାଇଟରେ ଭାରତ ପଠାଇବାର ବ୍ୟବସ୍ଥା କରାଯାଇଛି।
ଏଥି ସହ ପଢ଼ନ୍ତୁ: ବର୍ଷ ପରେ ପୁଣି ଚୀନ୍କୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍
ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ଏୟାର ଇଣ୍ଡିଆ ଫ୍ଲାଇଟ୍ କୁ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିମାନକୁ ବାତିଲ କରାଯାଇଥିବା କୁହାଯାଇଛି। ବିମାନରେ ଦେଖା ଦେଇଥିବା ଟେକ୍ନିକାଲ ଫଲ୍ଟକୁ ଦୂର କରିବା ପାଇଁ ସମୟ ଦରକାର ଥିଲା। ତେବେ ସବୁ ଯାତ୍ରୀଙ୍କ ନିମନ୍ତେ ହୋଟେଲ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ଏୟାରପୋର୍ଟରେ ପର୍ଯ୍ୟାପ୍ତ କୋଠରୀ ନ ମିଳିବାରୁ କିଛି ଯାତ୍ରୀଙ୍କୁ ଦୂରରେ ରଖା ଯାଇଛି ଏବଂ ଯାତ୍ରୀଙ୍କୁ ନିୟମିତ ଖାଦ୍ୟ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର...
📱 Get Argus News App
✨Related Topics
Explore more stories