ଭୂମିକମ୍ପର ଫାଇଦା ଉଠାଇ ଜେଲରୁ ଖସିଗଲେ ୨୧୬ କଏଦୀ

Key Points
ପାକିସ୍ତାନ କରାଚି ମଲାର ଜିଲ୍ଲା ଜେଲରୁ ୨୧୬ କଏଦୀ ଫେରାର
ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା
ସର୍କିଲ ନଂ ୪ ଓ ୫ରୁ ୬୦୦ କଏଦୀ ବାହାରକୁ ବାହାରିଥିଲେ
ଭୂକମ୍ପର ଫାଇଦା ଉଠାଇ ଖସିଗଲେ ୨୧୬ ଜଣ କଏଦୀ । ଗତକାଲି ପାକିସ୍ତାନରେ ହୋଇଥିବା ଭୂମିକମ୍ପରେ କରାଚୀ ଜିଲ୍ଲାର ଜେଲ ମଲିରର ଏକ ଜିଲ୍ଲାରେ ପାଖାପାଖି ୨୧୬ ଜଣ କଏଦୀ ଫେରାର ହେବାକୁ ଚେଷ୍ଟା କରିଥିବା ଖବର ସାମ୍ନାକୁ ଆସିଛି । ଯେଉଁ କଏଦୀମାନେ ପୂର୍ବରୁ ହିଁ ବାହାରେ ଥିଲେ । ଏହି ସମୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ଜେଲର ସର୍କିଲ ନମ୍ବର ୪ ଓ ୫ରୁ ପାଖାପାଖି ୬୦୦ କଏଦୀ ବାହାରକୁ ବାହାରିଥିଲେ। ଭୂକମ୍ପ ଫଳରେ ଧାଁ ଦୌଡ ଆରମ୍ଭ ହୋଇଥିଲା। ଏହାର ଫାଇଦା ନେଇ ଜେଲରୁ ଚମ୍ଫଟ ମାରିଥିଲେ କଏଦୀ।
ଏହାପରେ ଜେଲ ପରିସରରେ ପ୍ରବଳ ଗୁଳିବର୍ଷା ହୋଇଥିଲା। ଜେଲ ପରିସରରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଓ ରେଞ୍ଜର୍ସଙ୍କ ଦ୍ବାରା ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ରାଷ୍ଟ୍ରୀୟ ରାଜମାର୍ଗ ସମେତ ଅନେକ ଅଞ୍ଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା।
ତେବେ ଏପରି ଫେରାର ହେଉଥିବା ସମୟରେ ୨୧୬ ଜଣ କଏଦୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା ।ସେମାନଙ୍କ ମଧ୍ୟରୁ ୮୦ ଜଣଙ୍କୁ ପୁନର୍ବାର ଗିରଫ କରାଯାଇଥିଲା । ଗୁଳିବର୍ଷା ବେଳେ ଆହତ ହୋଇଥିବା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ପୋଷ୍ଟଗ୍ରାଜୁଏଟ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି।