States Against Trump / ଇରାନ ସହ ଯୁଦ୍ଧ ଲଢ଼ୁଥିବା ଟ୍ରମ୍ପଙ୍କୁ କୋର୍ଟକୁ ଟାଣିଲେ ଆମେରିକାର ୨୪ ରାଜ୍ୟ
·6 months ago·2 min read

Key Points
ଇରାନ ବିରୋଧରେ ଯୁଦ୍ଧ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶରେ ହିଁ ଫସୁଥିବା ଦେଖା ଯାଉଛି । ଯୁଦ୍ଧ ଭିତରେ ୧୦ ପ୍ରତିଶତ ନୂଆ ଟାରିଫ୍କୁ ନେଇ ଟ୍ରମ୍ପଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଆମେରିକାର ୨୪ ରାଜ୍ୟ ।
ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ଇରାନ ବିରୋଧରେ ଯୁଦ୍ଧ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶରେ ହିଁ ଫସୁଥିବା ଦେଖା ଯାଉଛି । ଯୁଦ୍ଧ ଭିତରେ ୧୦ ପ୍ରତିଶତ ନୂଆ ଟାରିଫ୍କୁ ନେଇ ଟ୍ରମ୍ପଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଆମେରିକାର ୨୪ ରାଜ୍ୟ ।
ଡୋନାଲ୍ଡ ଟ୍ରମ୍ପ ଲାଗୁ କରିଥିବା ୧୦ ପ୍ରତିଶତ ନୂଆ ଟାରିଫ୍କୁ ବିରୋଧ କରି ୨୪ ରାଜ୍ୟରେ ମାମଲା ମକଦ୍ଦମା ରୁଜୁ କରାଯାଇଛି । ଗତମାସରେ ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପ ଲଗାଇଥିବା ବୈଶ୍ଵିକ ଟାରିଫ୍କୁ ରଦ୍ଦ କରି ଦେଇଥିଲେ । ଯାହା ପରେ ଟ୍ରମ୍ପ ଦୁନିଆର ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଟାରିଫ୍ ଉପରେ ସୁପ୍ରିମକୋର୍ଟଙ୍କ ଆକ୍ସନ୍ ପରେ ପଛକୁ ହଟୁ ନାହାନ୍ତି ଟ୍ରମ୍ପ; କହିଦେଲେ ବଡ଼ ପ୍ଲାନ୍
୨୪ ରାଜ୍ୟରେ ମାମଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋର୍ଟରେ ଟ୍ରମ୍ପଙ୍କ ବିରୋଧରେ ନ୍ୟୁୟର୍କ, କାର୍ଲିଫର୍ଣିଆ, ଓରେଗନ ଆଦି ରାଜ୍ୟରେ ମାମଲା ହୋଇଛି । ଆଟର୍ଣ୍ଣିଂ ଜେନରାଲ କହିଛନ୍ତି, "ଟ୍ରମ୍ପ ପୁଣି ଥରେ ଟାରିଫ୍ ଲଗାଇ କ୍ଷମତାର ଉପଯୋଗ କରିଛନ୍ତି, ଯାହାର ଅଧିକାର ତାଙ୍କ ପାଖରେ ନାହିଁ ।"
ଟ୍ରମ୍ପ ଲଗାଇଥିବା ପ୍ରଥମ ଟାରିଫ୍ ଅବୈଧ ପରେ ୧୦ ପ୍ରତିଶତ ନୂଆ ଟାରିଫ୍ ଲଗାଇବା ପରେ ଆମେରିକାରେ ଅସନ୍ତୋଷ ଜାରି ରହିଛି । ୨୪ ରାଜ୍ୟ ଏକାଠି ମିଶି ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତରେ ଆବେଦନ କରିଛନ୍ତି । ଯେଉଁଥିରେ, ଟାରିଫ୍କୁ ଅବୈଧ କହିବା ସହ... ଅଦାଲତ ଟାରିଫ୍କୁ ଲାଗୁ ହେବାରୁ ରୋକିବା ଏବଂ ଏବଂ ଲୋକଙ୍କୁ ଟଙ୍କା ଫେରସ୍ତ ଲାଗି ଆଦେଶ ଦେବାକୁ ଦାବି କରାଯାଇଛି ।
ଏଥିସହ ପଢ଼ନ୍ତୁ: କାର୍ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା
ଟ୍ରମ୍ପଙ୍କ ନୂଆ ଟାରିଫ୍ ବର୍ତ୍ତମାନ ୧୫୦ ଦିନ ପାଇଁ ଲାଗୁ ହୋଇଛି । ଯଦି ଆମେରିକା ସଂସଦ ଅନୁମତ ଦେବ ତାହେଲେ ଏହା ଦୀର୍ଘ ଦିନ ପାଇଁ ଲାଗିବ । ପୂର୍ବରୁ ଟ୍ରମ୍ପ କହି ସାରିଛନ୍ତି ଯେ, ଟାରିଫ୍କୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ ଏବଂ ସରକାର ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗୁ ରଖି ପାରିବେ ।
ବର୍ତ୍ତମାନ ୨୪ ରାଜ୍ୟରେ ଟ୍ରମ୍ପଙ୍କ ବିରୋଧରେ ମାମଲା ହୋଇଛି । ଯେଉଁଥିରେ ୧୯୭୪ ବାଣିଜ୍ୟ ଆଇନ୍ର ଧାରା ୧୨୨ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏତେ ବ୍ୟାପକ ଓ ନିୟମିତ ବଦଳୁଥିବା ଟାରିଫ୍ ଲଗାଇବାକୁ ଅନୁମତି ଦେଉ ନାହିଁ ।

Related Topics
Explore more stories