Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

`ଡିଙ୍ଗା ଡିଙ୍ଗା' ରୋଗରେ 300 ଜଣ ଆକ୍ରାନ୍ତ

Smruti parija
Browse all articles by Smruti parija
·1 year ago·1 min read
 `ଡିଙ୍ଗା ଡିଙ୍ଗା' ରୋଗରେ 300 ଜଣ ଆକ୍ରାନ୍ତ

Key Points

ଉଗାଣ୍ଡାରେ `ଡିଙ୍ଗା ଡିଙ୍ଗା' ଆତଙ୍କ । ମୁଖ୍ୟତଃ ମହିଳା ଓ ଯୁବତୀମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । `ଡିଙ୍ଗା ଡିଙ୍ଗା' ଆକ୍ରାନ୍ତଙ୍କୁ ଜ୍ବର ହେବା ସହ ସେମାନେ ନାଚୁଥିବା ଦେଖିବାକୁ ମିଳୁଛି ।

ଅର୍ଗସ ବ୍ୟୁରୋ: ଉଗାଣ୍ଡାରେ `ଡିଙ୍ଗା ଡିଙ୍ଗା' ଆତଙ୍କ । ମୁଖ୍ୟତଃ ମହିଳା ଓ ଯୁବତୀମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । `ଡିଙ୍ଗା ଡିଙ୍ଗା' ଆକ୍ରାନ୍ତଙ୍କୁ ଜ୍ବର ହେବା ସହ ସେମାନେ ନାଚୁଥିବା ଦେଖିବାକୁ ମିଳୁଛି । କିଛି କ୍ଷେତ୍ରରେ ଏହି ରୋଗରେ ଆକ୍ରାନ୍ତ ହେଲେ ପକ୍ଷାଗତ ହେଉଥିବା ମଧ୍ୟ ନଜର ଆସିଛି । ଏବେ ସୁଦ୍ଧା ଏହି ରୋଗରେ 300 ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଜ୍ବର କିମ୍ବା ଶରୀରରେ ଦୁର୍ବଳତା ଦେଖା ଦେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାକୁ ଆଡଭାଇଜରି ଜାରି କରାଯାଇଛି ।


ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହଯାଇଛି । ଏହି ରୋଗର କାରଣ କ'ଣ ତାହା ଅସ୍ପଷ୍ଟ ରହିଥିବାବେଳେ ଏବେ ବି କାରଣ ଖୋଜା ଚାଲିଛି । ଏହି ରୋଗ ବିଶେଷ କରି ମହିଳା ଓ ଝିଅମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଖୁବ ଜୋର୍ ରେ ଜ୍ୱର ହେଉଥିବା ଦେଖିବାକୁ ମିଳୁଛି । ଏହାସହ ମୁଣ୍ଡବ୍ୟଥା, କାଶ, ଥଣ୍ଡା, ଦେହହାତ ଦରଜ ହେବା ଭଳି ଲକ୍ଷଣ ମାନ ଦେଖିବାକୁ ମିଳୁଛି । ଯେଉଁମାନଙ୍କ କ୍ଷେତ୍ରରେ ଏହି ଲକ୍ଷଣମାନ ଦେଖାଯାଉଛି, ସେମାନେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dinga Dinga Virus Outbreak-in-uganda | Argus News