Cyclone Ditwah / ‘ଡିଟୱା’ର ତାଣ୍ଡବ: ଫସି ରହିଛନ୍ତି ୩୦୦ ଭାରତୀୟ
·9 months ago·2 min read

Key Points
ଶ୍ରୀଲଙ୍କାରେ ଘୂର୍ଣ୍ଣିବାତ୍ୟା ‘ଡିଟୱା’ର ତାଣ୍ଡବ
କଲମ୍ବୋ ଏୟାରପୋର୍ଟରେ ୩ ଦିନ ହେଲା ଫସି ରହିଛନ୍ତି ୩୦୦ ଭାରତୀୟ

ବାତ୍ୟା 'ଡିଟୱା' ପରେ ଶ୍ରୀଲଙ୍କାରେ ବନ୍ୟା ସ୍ଥିତି । ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଶ୍ରୀଲଙ୍କାରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ୧୩୦ ଜଣ ନିଖୋଜ ଅଛନ୍ତି । ଶନିବାର ଏହି ସୂଚନା ଦେଇଛି ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର । ଫସିଛନ୍ତି ୩୦୦ ଭାରତୀୟ। କଲମ୍ୱୋ ଏୟାରପୋର୍ଟରେ ଦୀର୍ଘ ୩ ଦିନ ହେବ ଫସି ରହିଛନ୍ତି। ଘୂର୍ଣ୍ଣିବାତ୍ୟା ‘ଡିଟୱା’ ଶ୍ରୀଲଙ୍କାରେ ତାଣ୍ଡବ ରଚିଛି। ବାତ୍ୟା ଓ ତତ୍ ଜନିତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଣୁ ଗତ ୩ ଦିନ ହେଲା ୩୦୦ ଭାରତୀୟ କଲମ୍ବୋ ବିମାନ ବନ୍ଦରରେ ଫସି ରହିଛନ୍ତି।
ଏହି ଯାତ୍ରୀମାନେ ଦୁବାଇରୁ ଶ୍ରୀଲଙ୍କା ରାସ୍ତାରେ ଭାରତ ଆସୁଥିଲେ। ତେବେ ବାତ୍ୟା ଯୋଗୁ ସେମାନଙ୍କ ଉଡାଣ ରଦ୍ଦ ହୋଇଯାଇଛି। ଘୂର୍ଣ୍ଣିବାତ୍ୟା ଡିଟୱା ଏବେ ଭାରତ ମୂହାଁ ହୋଇଛି। ବାତ୍ୟା ଯୋଗୁ ଅନେକ ଫ୍ଲାଇଟ୍ ବାତିଲ ହୋଇଛି। ଘୂର୍ଣ୍ଣିବାତ୍ୟା ଡିଟୱା ରବିବାର ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ଏହି ସମୟରେ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଉଛି। ଏଣୁ ଲୋକଙ୍କୁ ଅସୁରକ୍ଷିତ ସ୍ଥାନରୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ପବନ ଓ ବର୍ଷା ଦୁର୍ବଳ ନିର୍ମାଣ, କଚ୍ଚାଘର ଓ ଉଚ୍ଚ ବୃକ୍ଷ ପାଇଁ ବିପଦର କାରଣ ହୋଇପାରେ। ଏଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ପଢ଼ନ୍ତୁ: ବାତ୍ୟା ପରେ ଶ୍ରୀଲଙ୍କାରେ ପ୍ରଳୟଙ୍କରୀ ବନ୍ୟା; ୨ ଦଶନ୍ଧିରେ ସବୁଠାରୁ ଖରାପ ସ୍ଥିତି
ସେପଟେ ଏୟାରପୋର୍ଟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଯାତ୍ରୀଙ୍କ ସହାୟତା ନିମନ୍ତେ ତାମିଲନାଡୁ ସରକାର ନିବେଦନ କରିଛନ୍ତି। ଭାରତ ପକ୍ଷରୁ ଘୂର୍ଣ୍ଣିବାତ୍ୟା ଡିଟୱା ପ୍ରଭାବିତ ଶ୍ରୀଲଙ୍କ ଲାଗି ମାନବୀୟ ସହାୟତା ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇକ୍ଲୋନରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ବେଦନା ଜ୍ଞାପନ କରିବା ସହିତ ଏମର୍ଜେନ୍ସୀ ସହାୟତା ପଠାଯିବାର ପୁଷ୍ଟି କରିଥିଲେ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଘୂର୍ଣ୍ଣିବାତ୍ୟା ଏବେ ଶ୍ରୀଲଙ୍କା ପରେ ଉତ୍ତର ତାମିଲନାଡୁ ଆଡକୁ ଦ୍ରୁତ ବେଗରେ ମୁହାଁଇଛି। ଏଣୁ ଆଇଏମଡି ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ସତର୍କତା ଜାରି କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଯାତ୍ରୀମାନେ କଲମ୍ବୋ ବନ୍ଦରନାୟକେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅଟକି ରହିଛନ୍ତି। ଏମାନଙ୍କ ମଧ୍ୟରୁ ପାଖାପାଖି ୧୫୦ ଜଣ ତାମିଲ ବୋଲି ଜଣାପଡିଛି। ପାଗ ଖରାପ ଯୋଗୁ ବିମାନ ଯାତ୍ରା ରଦ୍ଦ ହୋଇଥିବା ବେଳେ ଯାତ୍ରୀଙ୍କୁ ଠିକ୍ ରୂପେ ଖାଦ୍ୟ, ପାନୀୟ ଓ ଅନ୍ୟ ମୌଳିକ ସୁବିଧା ମିଳି ପାରୁନଥିବା ଅଭିଯୋଗ କରିଛନ୍ତି। ଏଣୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ପବ୍ଲିକ୍ ଡିପାର୍ଟମେଣ୍ଟ ସେକ୍ରେଟାରୀଙ୍କୁ କଲମ୍ବୋସ୍ଥିତ ଭାରତୀୟ ଦୂତାବାସ ସହିତ କୋ-ଅର୍ଡିନେଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ''ଅଧିକାରୀମାନେ କଲମ୍ବୋରେ ଫଶି ରହିଥିବା ତାମିଲଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପକ୍କା କରିବା ପାଇଁ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ କଥା ହୋଇଛନ୍ତି। ଖୁବଶୀଘ୍ର ସେମାନଙ୍କୁ ସେଠାରୁ ରକ୍ଷା କରାଯିବ। ସମସ୍ତେ ନିଜ ନିଜ ସ୍ଥାନରୁ ସୁରକ୍ଷିତ ଫେରିବାର ପ୍ରତିଶୃତି ଦିଆଯାଇଛି। ''
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories