Saudi Arabia / ଆଖି ଆଗରେ ଜଳିଗଲେ ୪୨ ଯାତ୍ରୀ, କେମିତି ବଞ୍ଚିଗଲେ ସୋଏବ ?
·10 months ago·2 min read

Key Points
ଆଖି ଆଗରେ ଜଳିଗଲେ ୪୨ ଯାତ୍ରୀ
କିନ୍ତୁ ମୃତ୍ୟୁକୁ ମାତ୍ ଦେଇ ଖସିଆସିଲେ ସୋଏବ୍
କିନ୍ତୁ ମୃତ୍ୟୁକୁ ମାତ୍ ଦେଇ ଖସିଆସିଲେ ସୋଏବ୍
ମକ୍କାରୁ ମଦିନା ଅଭିମୁଖେ ଯାଉଥିବା ଏକ ବସ୍ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ୪୨ ହଜ୍ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତୀର୍ଥଯାତ୍ରୀଙ୍କୁ ଉମରା ନେଇ ଯାଉଥିବା ବେଳେ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହେବା ପରେ ବସ୍ରେ ନିଆଁ ଲାଗିଯାଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ହୋଇଥିବା ସୂଚନା ରହିଥିଲା। ତେବେ ଏତେ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ଜଣେ ଯୁବକ । ସେ ହେଉଛନ୍ତି ୨୪ ବର୍ଷୀୟ ମହମ୍ମଦ ଅବଦୁଲ ସୋଏବ । ସେ ମକ୍କାରୁ ମଦିନା ଯାଉଥିବା ବସରେ ମଦିନା ଯାତ୍ରା କରୁଥିଲେ ।
ହେଲେ ଭଗବାନ ତାଙ୍କୁ ଦେଇଛନ୍ତି ନୂଆ ଜୀବନ । କାରଣ ଯେତେବେଳେ ଅନ୍ୟ ସମସ୍ତ ଯାତ୍ରୀ ଗଭୀର ନିଦ୍ରାରେ ଶୋଇଥିଲେ, ସେତେବେଳେ ଏକମାତ୍ର ଚେଇଁ ରହିଥିଲେ । ଆଉ ତାଙ୍କ ଆଖି ଆଗରେ ସବୁ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା।ସୋଏବଙ୍କ ପରିବାର ଲୋକଙ୍କ କହିବା କଥା ସକାଳ ପ୍ରାୟ ୫.୩୦ରେ ସୋଏବଙ୍କଠାରୁ ଏକ ଫୋନ୍ ପାଇଲୁ । ଯେଉଁଥିରେ ଶୁଣିବାକୁ ମିଳିଥିଲା ବଡ ଧରଣର ଦୁର୍ଘଟଣା ଘଟିଛି । ତେବେ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଛନ୍ତି । ପରେ, ଆମକୁ ସୂଚନା ଦିଆଯାଇଥିଲା ଯେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେଣୁ ଆମେ ତାଙ୍କ ସହିତ ଯୋଗାଯୋଗ କରିପାରିଲୁ ନାହିଁ," ତେବେ ଦୁଃଖର କଥା ତାଙ୍କ ଅନ୍ୟ ପରିବାର ସଦସ୍ୟ ନିଆଁର ଆଁରୁ ବର୍ତ୍ତି ପାରିନଥିଲେ । ସୋଏବ କାହାକୁ ବଞ୍ଚାଇପାରିଲେ ନାହିଁ ବୋଲି କାନ୍ଦି କାନ୍ଦି ପ୍ରକାଶ କରୁଛନ୍ତି।କହିବାକୁ ଗଲେ ତୀର୍ଥଯାତ୍ରୀମାନେ ମକ୍କାରେ ସେମାନଙ୍କର ଉମରା ରୀତି ସମାପ୍ତ କରିଥିଲେ । ଦୁର୍ଘଟଣା ଘଟିବା ସମୟରେ ବସ୍ ଯୋଗେ ମଦିନା ଯାତ୍ରା କରୁଥିଲେ। ସମସ୍ତ ମୃତ ଯାତ୍ରୀ ହାଇଦ୍ରାବାଦର ଥିଲେ। ହାଇଦ୍ରାବାଦର ଝିରାର ନଟରାଜନଗର କଲୋନିର ବାସିନ୍ଦା ସୋଏବ ତାଙ୍କ ପିତାମାତା ଅବଦୁଲ କାଦିର (୫୬) ଏବଂ ଗୌସିଆ ବେଗମ (୪୬), ତାଙ୍କ ଜେଜେବାପା ମହମ୍ମଦ ମୌଲାନା ଏବଂ ତାଙ୍କ ମାମୁଁ ପରିବାରର ଅନ୍ୟ ଚାରି ସଦସ୍ୟଙ୍କ ସହିତ ଉମରା ପାଇଁ ସାଉଦି ଆରବ ଯାଇଥିଲେ। ତାଙ୍କ ସମ୍ପର୍କୀୟ ତହସୀନ କହିଛନ୍ତି, "ତାଙ୍କ ଅଞ୍ଚଳର ଅନ୍ୟ ଚାରି ଜଣ ଲୋକ ମକ୍କାରେ ରହିଥିଲେ ।
ଏଥିସହ ପଢ଼ନ୍ତୁ: ସାଉଦିରେ ଜଳିଗଲା ବସ୍: ୪୨ ଭାରତୀୟ ମୃତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ଘଟଣା ପରେ ତୁରନ୍ତ ସୋଏବ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଫୋନ୍ କରି ଦୁର୍ଘଟଣା ବିଷୟରେ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୋଏବ ବସ୍ ରୁ ଡେଇଁ ପଡ଼ି ଆହତ ହୋଇଛନ୍ତି ।ଯେତେବେଳେ ସମସ୍ତ ଯାତ୍ରୀ ଶୋଇପଡ଼ିଥିଲେ, ଡ୍ରାଇଭରଙ୍କ ପାଖରେ ଥିବା ସିଟ୍କୁ ଚାଲିଯାଇଥିଲେ ସୋଏବ । ସମୟ ବିତାଇବା ପାଇଁ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ । ଯେଉଁଥିପାଇଁ ତାଙ୍କର ଜୀବନ ବଞ୍ଚିଯାଇଥିଲା ।
ସୂଚନା ଥାଉକି, ତେଲ ଟ୍ୟାଙ୍କର ସହିତ ଧକ୍କା ହେବା ପରେ, ବସରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଥିଲେ । ଦୁଇଜଣ ବିଦେଶୀ ସହାୟକଙ୍କ ସମେତ ଅନ୍ୟ ୪୫ ଜଣ ଯାତ୍ରୀ ଶୋଇଥିଲେ । ତେବେ ଦୁର୍ଘଟଣା ଘଟିବା ସମୟରେ, ସୋଏବ ଓ ବସ୍ ଡ୍ରାଇଭର ବସରୁ ଡେଇଁ ପଡ଼ିବାରୁ ରକ୍ଷା ପାଇଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories