ଜନବସତିରେ ସୁଦାନ ସେନା ବିମାନ ଦୁର୍ଘଟଣା !

ଓମଡୁରମାନ ସହରରେ ସୁଦାନର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସାମରିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସେନାରେ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣା କେମିତି ଘଟିଲା, କାହିଁକି ହେଲା ଏବଂ ଏଥିପାଇଁ କିଏ ଦାୟୀ ? ସେନେଇ କୌଣସି ପ୍ରକାର ସୂଚନା ଦିଆଯାଇ ନାହିଁ ।
ସୁଦାନ ସେନା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ୱାଡି ସୟଦନା ଏୟାରବେସ୍ରୁ ଉଡ଼ାଣ ଭରିବା ସମୟରେ ସେନାର ଆଣ୍ଟୋନୋଭ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି। ତେବେ ସୁଦାନରେ ୨୦୨୩ ମସିହାରୁ ଗୃହଯୁଦ୍ଧ ଜାରି ରହିଛି । ଏଠାରେ ସେନା ଏବଂ କୁଖ୍ୟାତ ଅର୍ଦ୍ଧସାମରିକ ଦଳ ରାପିଡ୍ ସପୋର୍ଟ ଫୋର୍ସ (RSF) ମଧ୍ୟରେ ଉତ୍ତେଜନା, ଯୁଦ୍ଧରେ ପରିଣତ ହୋଇଥିଲା।
📱 Get Argus News App
✨ଏହି ସଂଘର୍ଷ ସହରାଞ୍ଚଳ, ବିଶେଷକରି ଦାରଫୁର ଅଞ୍ଚଳକୁ ଧ୍ୱଂସ କରୁଛି ଏବଂ ଜାତିଗତ ହିଂସା ଭଳି ଭୟଙ୍କର ଘଟଣାଗୁଡିକୁ ଜନ୍ମ ଦେଉଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ଅଧିକାର ସଂଗଠନଗୁଡ଼ିକ ଏହି ଘଟଣାଗୁଡ଼ିକୁ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ବୋଲି କହିଛନ୍ତି।
⚡️ A military plane crashed after takeoff from Wadi Sidna base in Omdurman, Sudan, killing three civilians.
— War Intel (@warintel4u) February 25, 2025
The Sudanese army confirmed casualties among soldiers and civilians. pic.twitter.com/CmMyDfnkpL
ସୂଚନାଯୋଗ୍ୟ, ଗତମାସରେ ମଧ୍ୟ ଦକ୍ଷିଣ ସୁଦାନରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ବିମାନରେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସହିତ ୨୧ ଲୋକ ରହିଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଜୀବନ ଚାଲିଯାଇଥିଲା । ବିମାନଟି ୟୁନିଟ ଅଏଲଫିଲ୍ଡ ଏୟାରପୋର୍ଟରୁ ଉଡାଣ ଭରି ରାଜଧାନୀ ଜୁବା ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।
ସେପଟେ ଚିକାଗୋ ମିଡୱେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଯାଇଛି ବିମାନ । ଖବର ମୁତାବକ, ବିମାନଟି ରନୱେରେ ଅବତରଣ କରିବା ପାଇଁ ଅନୁମତି ମିଳିଥିଲା । ହେଲେ ସେହି ରନୱେକୁ ଆଉ ଏକ ପ୍ରାଇଭେଟ ବିମାନ ବିନା ଅନୁମତିରେ ପ୍ରବେଶ କରିଥିଲା । ତେଣୁ ବିମାନକୁ ଉଡ଼ାଣ ଭରିବାକୁ ପାଇଲଟଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହାପରେ ତୁରନ୍ତ ପାଇଲଟ ବିମାନର ଲ୍ୟାଣ୍ଡିଂକୁ ରୋକିଦେଲେ ଓ ରନୱେର ମାତ୍ର ୫୦ ଫୁଟ ଦୂରରୁ ପୁଣି ଥରେ ବିମାନକୁ ଉପରକୁ ଉଠାଇ ଉଡାଣ ଭରିଲେ । ଫଳର ପ୍ରାଇଭେଟ ଜେଟ୍ ସହ ବିମାନର ଦୁର୍ଘଟଣାକୁ ଏଡାଇ ଆଯାଇପାରିଲା । ନଚେତ୍ ରନୱେରେ ଥିବା ଅନ୍ୟ ଏକ ପ୍ରାଇଭେଟ ଜେଟ ସହ ଧକ୍କା ହୋଇଥାନ୍ତା ବିମାନ ।