୭ ଆତଙ୍କବାଦୀ ନିପାତ
·1 year ago

ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ପୁଞ୍ଚ ଜିଲ୍ଲାର କୃଷ୍ଣା ଭ୍ୟାଲି ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ମୁହଁତୋଡ ଜବାବ । ୩ ପାକିସ୍ତାନୀ ଯବାନଙ୍କ ସହ ୭ ଆତଙ୍କବାଦୀ ନିପାତ । ନିହତ ଆତଙ୍କବାଦୀ ଅଲ-ବଦର ଆତଙ୍କବାଦୀ ସଂଗଠନର ସଦସ୍ୟ ।
ଗତ ୪ ଓ ୫ ତାରିଖ ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖାରେ ୭ ଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ସେନା ସାମିଲ ଥିବା ଜଣାପଡ଼ିଛି । ଆତଙ୍କବାଦୀ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ ସହଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ କରିଥିଲେ ବଡ଼ ଷଡ଼ଯନ୍ତ୍ର । ନିହତ ହୋଇଥିବା ଆତଙ୍କବାଦୀ ଅଲ-ବଦର ଆତଙ୍କବାଦୀ ସଂଗଠନର ସଦସ୍ୟ ।