|
logo
Live

Argus News - ହିରୋସୀମା ପରମାଣୁ ଆକ୍ରମଣକୁ ପୁରିଲା 79 ବର୍ଷ

International

ହିରୋସୀମା ପରମାଣୁ ଆକ୍ରମଣକୁ ପୁରିଲା 79 ବର୍ଷ

Smruti Parija
Browse all articles by Smruti Parija
·1 year ago·2 min read
ହିରୋସୀମା ପରମାଣୁ ଆକ୍ରମଣକୁ ପୁରିଲା 79 ବର୍ଷ

ଅର୍ଗସ ବ୍ୟୁରୋ: ଇତିହାସ ପୃଷ୍ଠାରେ ଆଜିର ଦିନଟି ଥିଲା ଖୁବ ଭୟଙ୍କର । ପରମାଣୁ ବୋମାରେ ଥରିଥିଲା ଜାପାନର ହିରୋସୀମା ଓ ନାଗାସାକି । ପୁରା ବିଶ୍ୱ ଆତଙ୍କିତ ହୋଇ ଉଠିଥିଲା । ନିମିଷକରେ ପ୍ରାଣ ହରାଇଥିଲେ ଲକ୍ଷ ଲକ୍ଷ ଲୋକ । ଛାରଖାର ହୋଇଯାଇଥିଲା ପୁରା ସହର । 

 

୧୯୪୫ ମସିହା ଅଗଷ୍ଟ ୬... ରାତି ପ୍ରାୟ ୮ଟା । ଯୁକ୍ତରାଷ୍ଟ୍ର ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଥିଲା । ହିରୋସିମାରେ ପରମାଣୁ ବୋମା ପଡିବା ପରେ ସେଠାରେ ସଙ୍ଗେ ସଙ୍ଗେ ୩୦ ପ୍ରତିଶତ ଲୋକ ପ୍ରାଣ ହରାଇଥିଲେ । ପରମାଣୁ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଯୁଦ୍ଧ ସରିଲାପରେ ସେଠାର ଅନେକ ଲୋକ ବିକଳାଙ୍ଗ ହୋଇ ପଡିଥିଲେ । କେବଳ ଏତିକିରେ ମୃତ୍ୟୁର ବିଭିଷିକା ସରିନଥିଲା ଏହାର ୩ ଦିନ ପରେ ଅର୍ଥାତ ଅଗଷ୍ଟ ୯ ରେ ପୁଣି ଥରେ ଜାପାନର ନାଗାସାକି ସହରରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଦୁଇ ସହରର ପ୍ରାୟ ସାଢେ 3 ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଥିଲେ ସାଧାରଣ ନାଗରିକ । ଏହା ହେଉଛି ଏବେ ସୁଦ୍ଧା ପ୍ରଥମ ଓ ଶେଷ ପରମାଣୁ ଆକ୍ରମଣ । 

ସେହି ଦୁଃଖଦ ଦିବସକୁ ମନେ ପକାଇବାକୁ ଆଜି ହିରୋସୀମା ଦିବସ ଭାବେ ପାଳନ କରାଯାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାପାନର ଦୁଇ ସହର ଉପରେ ଯେଉଁ ବୋମା ପଡିଥିଲା ତାହାର ଓଜନ ଥିଲା ୯୭୦୦ ପାଉଣ୍ଡ ଅର୍ଥାତ ୪୪୦୦ କିଲୋଗ୍ରାମ । ଲମ୍ବ ୧୦ ଫୁଟ ଓ ଚଉଡା ୨୮ ଇଞ୍ଚ । ତେବେ ଏହି ପରମାଣୁ ବୋମାକୁ ଯେଉଁ ସ୍ଥାନରେ ପକାଯିବାର କଥା ଥିଲା ସେଠାରେ ପଡିନଥିଲା ବୋଲି କୁହାଯାଏ । ବୋମା ପଡିବା ସମୟରେ ପବନ ବହୁଥିବାରୁ ଏହାର ଲକ୍ଷ୍ୟରେ ପରିବର୍ତ୍ତନ ହୋଇଥିଲା । ଆଉ ପରମାଣୁ ଆକ୍ରମଣରେ ଆଜି ବି ଜାପାନର ୨ ଲକ୍ଷ ଲୋକଙ୍କ ଦେହରେ ପରମାଣୁ ବିକିରଣ ହେଉଥିବା ଜଣାଯାଏ । 

ହିରୋସିମା ସହର ଜାପାନର ଶିଳ୍ପ ଏବଂ ସାମରିକ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଥିଲା । ନାଜି ଜର୍ମାନୀ ଏବଂ ଇଟାଲୀ ରାଜ୍ୟ ସମେତ ଆକ୍ସିସ୍ ମିଳିତ ମଞ୍ଚର ଏକ ଅଂଶ । ବ୍ରିଟେନ, ଆମେରିକା, ସୋଭିଏତ ସଂଘ ଏବଂ ଚୀନ୍ ଅନ୍ତର୍ଭୁକ୍ତ ଆକ୍ସିସ୍ ସହଯୋଗୀମାନଙ୍କ ବିରୁଦ୍ଧରେ ଛିଡ଼ା ହୋଇଥିଲେ ।

ଦକ୍ଷିଣ ପୂର୍ବ ଏସିଆରେ ୟୁରୋପୀୟ ଏବଂ ଆମେରିକୀୟ ଉପନିବେଶ ଏବଂ ସେମାନଙ୍କ ସମ୍ବଳକୁ ନିୟନ୍ତ୍ରଣ କରିବା ପାଇଁ ଜାପାନ ଆମେରିକା ଏବଂ ବ୍ରିଟିଶ ସୈନ୍ୟ ବିରୁଦ୍ଧରେ ଅନେକ ଆକ୍ରମଣ କରିଥିଲା । ଡିସେମ୍ବର ୭ ଏବଂ ଡିସେମ୍ବର ୮, ୧୯୪୧ ରେ ଯଥାକ୍ରମେ ଜାପାନ ପର୍ଲ ହାର୍ବର୍, ହାୱାଇ ଏବଂ ବ୍ରିଟିଶ ଅଧିକୃତ ହଂକଂ ଉପରେ ଆକ୍ରମଣ କରି ଆମେରିକା ଏବଂ ବ୍ରିଟେନ ଜାହାଜରେ ଅନେକ ଆହତ ତଥା ବ୍ୟାପକ କ୍ଷତି ଘଟାଇଥିଲା । 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା । ଯାହାର ବିଧ୍ୱଂସକାରୀ କ୍ଷମତା ସାଧାରଣ ବୋମା ତୁଳନାରେ 15 ହଜାର ଗୁଣ ଅଧିକ ଥିଲା । ନିମିଷକରେ ସବୁକିଛି ଛାରଖାର ହୋଇଯାଇଥିଲା । ଶେଷରେ ଆମେରିକା ଆଗରେ ଆତ୍ମସମର୍ପଣ କରିଥିଲା ଜାପାନ । ସରିଥିଲା ବିଶ୍ୱଯୁଦ୍ଧ । 

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
ହିରୋସୀମା ପରମାଣୁ ଆକ୍ରମଣକୁ ପୁରିଲା 79 ବର୍ଷ | Argus News