Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଅଫିସ ଡେସ୍କ ତଳେ ୮ ଫୁଟ୍‌ର ବିଶାଳ ସାପ, ଭାଇରାଲ ହେଲା ଭିଡିଓ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଅଫିସ ଡେସ୍କ ତଳେ ୮ ଫୁଟ୍‌ର ବିଶାଳ ସାପ, ଭାଇରାଲ ହେଲା ଭିଡିଓ...

Key Points

ଅଫିସ୍ ଡେସ୍କ ତଳେ ୮ ଫୁଟର ବିଶାଳ ସାପ । ଏମିତି ଏକ ଭିଡିଓ ଜଣେ ସୋସିଆଲ ମିଡିଆ ଇନଫ୍ଲ୍ୟୁନ୍ସର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଅଫିସ୍ ଡେସ୍କ ତଳେ ୮ ଫୁଟର ବିଶାଳ ସାପ । ଏମିତି ଏକ ଭିଡିଓ ଜଣେ ସୋସିଆଲ ମିଡିଆ ଇନଫ୍ଲ୍ୟୁନ୍ସର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଆମେରିକ କୋଲୋରାଡୋରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କୋଲୋରାଡୋର ମିରାକିଲ ମ୍ୟାନ ଭାବେ ଜଣାଶୁଣା ଜଣେ ବ୍ୟକ୍ତି ନିଜ ଅଫିସ ଡେସ୍କ ତଳେ ଶୋଇଥିବା ଏକ ୮ ଫୁଟ ଲମ୍ବର ବିଶାଳ ସାପର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପ୍ରଥମେ ସେ ଏହି ସାପକୁ ଆମେରିକାର ବିଷଧର ସାପ ରୈଟେଲ ସ୍ନେକ ବୋଲି ଭାବି ଭୟବୀତ ହୋଇଥିଲେ । ପରେ ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ଏହାକୁ କ୍ଷତି କରୁନଥିବା ସାପ ବୋଲି କମେଣ୍ଟ ସେକ୍ସନରେ ଲେଖିଥିଲେ ।

ସେ କହିଥିଲେ, ସେ ଏକ ପ୍ରୋଜେକ୍ଟରେ କାମ କରୁଥିଲେ, ଏହି ସମୟରେ ସେ ଦେଖିବାକୁ ପାଇଥିଲେ, ସାପଟି ପ୍ରଥମେ ତାଙ୍କ ଡେସ୍କ ତଳେ ଶୋଇଥିଲା । ଯାହାକୁ ଦେଖି ସେ ଖୁବ ଭୟବୀତ ହୋଇଯାଇଥିଲେ । ତାଙ୍କୁ ଏକ ପ୍ରକାର ହାର୍ଟ ଆଟାକ୍ ଆସିଯାଇଥିବା ସେ ଲେଖିଥିଲେ । ପରେ ସାପଟି ଆପେ ଆପେ ସେଠାରେ ଯିବାକୁ ବାହାରିବା ବେଳେ, ସେହି ବ୍ୟକ୍ତି ଜଣକ ଖୁସି ହୋଇଥିଲେ । ସାପଟି ଧିରୋଧିରେ କାନ୍ଥ କଡରେ ଗ୍ଲାସ ଡୋର ଦେଇ ବାହାରକୁ ଚାଲି ଯାଇଥିଲା । ତେବେ ସାପଟିର ଲମ୍ବ ୮ ଫୁଟ ବୋଲି ସେ ଶେୟାର କରିଛନ୍ତି । ଏହି ସାପଗୁଡିକ ବିଶେଷ କ୍ଷତି କରିନଥାନ୍ତି , କିମ୍ବା ବିଶେଷ କ୍ଷତିକର ନୁହନ୍ତି । ଏହି ସାପ ତାର ଲମ୍ବ ପାଇଁ ହିଁ ବିଶେଷ ପରିଚିତ । ଏହା ଖୁବ ସହଜରେ ନିଜର ଶିକାର କରିବା ସହ ଇକୋସିଷ୍ଟମରେ ସନ୍ତୁଳନ ରଖିଥାନ୍ତି ।ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ସାପର କୌଣସି କ୍ଷତି କରିନଥିବାରୁ ସମସ୍ତେ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8-foot giant snake found under office desk, video goes viral | Argus News