୧୪ ଘଣ୍ଟାରେ ୮୦୦ ଥର ଭୂମିକମ୍ପ: ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଅର୍ଗସ ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ରେକଜାନେସ୍ ପେନିନ୍ସୁଲାରେ ଲଗାତର ଭାବେ ଅନେକଗୁଡ଼ିଏ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଆଇସଲ୍ୟାଣ୍ଡରେ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ରିପୋର୍ଟରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ସରିଜ୍ ଭୂକମ୍ପ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଝଟ୍କା ଦେଇଛି।
ଭୂକମ୍ପ ପରେ ସିଭିଲ୍ ସୁରକ୍ଷା ଏବଂ ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଗ୍ରୀନଭିକର ଉତ୍ତରରେ ଥିବା ସୁନ୍ଦନଜୁକଗିଗରରେ ସିରିଜ୍ ଭୂକମ୍ପ ଯୋଗୁ ନାଗରିକମାନଙ୍କ ସୁରକ୍ଷା ପାଇଁ ଜାତୀୟ ପୋଲିସ ମୁଖ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଭୂକମ୍ପ ଆହୁରି ବଡ଼ ହୋଇପାରେ ଏବଂ ଏହି ସିରିଜ୍ ଭୂମିକମ୍ପ ବିସ୍ଫୋରଣର ରୂପ ନେଇପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଆଇସଲ୍ୟାଣ୍ଡ୍ ମେଟ୍ ଅଫିସ୍ କହିଛି ଯେ, କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ। ଏହିଠାରେ ହିଁ ଶୁକ୍ରବାର ଭୂକମ୍ପ ହୋଇ ସମଗ୍ରୀ ଅଞ୍ଚଳକୁ ଥରାଇ ଦେଇଛି। ଯଦି ଆଗାମୀ ଦିନରେ ଏହି ଭୂକମ୍ପ ହେତୁ ଲାଭା ବିସ୍ଫୋରଣ ପରିସ୍ଥିତି ସୃଷ୍ଟି ହୁଏ ତ ଲୋକମାନଙ୍କୁ ସ୍ଥାନାନ୍ତର ଯୋଜନା ବି ରହିଛି।
ରାଜଧାନୀ ରେକଜାଭିକଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏବଂ ଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ୧୭୩୦ ଜିଏମଟିରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ଘରର ଝରକା ଏବଂ ସାମଗ୍ରୀ ଏପଟସେପଟ୍ ହୋଇ ଯାଇଥିଲା। ପ୍ରାଥମିକ ଆଇଏମଓର ଆକଳନ ଅନୁଯାୟୀ, ଏହି ବଡ଼ ଭୂକମ୍ପ ୫.୨ ତୀବ୍ରତା ଥିଲା। ଆଇଏମଓ ଅନୁଯାୟୀ ଅକ୍ଟୋବର ମଧ୍ୟଭାଗରୁ ଉପଦ୍ୱୀପରେ ପ୍ରାୟ ୨୪,୦୦୦ ଭୂକମ୍ପ ସଂଗଠିତ ହୋଇ ସାରିଲାଣି।
📱 Get Argus News App
✨ବିଦେଶ ଖବର ଆହୁରି ପଢନ୍ତୁ