Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୧୫୦ ଗବେଷଣା, ୯ ଥର ସ୍ପେସ୍ ୱାକ୍... ନାସା ବତାଇଲା ସୁନୀତାଙ୍କ ୯ ମାସର ସଂଘର୍ଷ

Sushanta Sahoo
Browse all articles by Sushanta Sahoo
·1 year ago·2 min read
୧୫୦ ଗବେଷଣା, ୯ ଥର ସ୍ପେସ୍ ୱାକ୍... ନାସା ବତାଇଲା ସୁନୀତାଙ୍କ ୯ ମାସର ସଂଘର୍ଷ

୮ ଦିନର ମିଶନରେ ଯାଇଥିଲେ, କିନ୍ତୁ ମହାକାଶରେ ୯ ମାସ ବିତାଇଲେ । ୨୮୬ ଦିନ ଅନ୍ତରୀକ୍ଷରେ ରହିବା ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଫ୍ଲୋରିଡା ସମୁଦ୍ରରେ ସ୍ପେସଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ଲ୍ୟାଣ୍ଡ କରିବା ସହ ଏହି ଐତିହାସିକ ଅନ୍ତରୀକ୍ଷ ମିଶନ ସଫଳ ହୋଇଛି । ୮ ଦିନର ମିଶନକୁ ୯ ମାସ ଲାଗିଥିବା ବେଳେ କ୍ୟାମେରାରେ କଏଦ ହୋଇଛି ସମୁଦ୍ରରେ ସଫଳ ଲ୍ୟାଣ୍ଡିଂର ଦୃଶ୍ୟ ।


ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୁଧବାର ଭୋର୍ ୩ଟା ୨୭ରେ ପୃଥିବୀକୁ ଫେରିଛନ୍ତି । ସୁନୀତାଙ୍କ ସହ ଫେରିଛନ୍ତି ସହଯାତ୍ରୀ ନିକ୍ ହେଗ୍ ଓ ଋଷର ଆଲେକ୍ସଜେଣ୍ଡର । ୪ ମହାକାଶଚାରୀ ଫ୍ଲୋରିଡା ସମୁଦ୍ରରେ ଲ୍ୟାଣ୍ଡିଂ କରିବା ପରେ ନାସା ଓ ସ୍ପେସ୍‌ଏକ୍ସ ଟିମ୍ କ୍ୟାପସୁଲରୁ ବାହାରକୁ ଆଣିଛି ।


୨୦୨୪ ଜୁନ୍ ୫ ତାରିଖରେ ୮ ଦିନର ମିଶନ ଲାଗି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନୀତା ଓ ବୁଚ୍ । କିନ୍ତୁ ବୈଷୟିକ ସମସ୍ୟା ପାଇଁ ସେମାନଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଲା । ଆଉ ଏହି ସମୟରେ ସୁନୀତା ମହାକାଶରେ କରୁଥିଲେ ଭିନ୍ନ ଭିନ୍ନ କାମ ।


ନାସା ଅନୁସାରେ, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସ ରହଣୀ କାଳରେ ସୁନୀତା ୱିଲିୟମ୍ସ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ମରାମତି ଓ ସଫେଇରେ ରହିଛି ସୁନୀତାଙ୍କୁ ବଡ଼ ଭୂମିକା । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଆକାର ଗୋଟିଏ ଫୁଟବଲ୍ ଷ୍ଟାଡିୟମ୍ ସହ ସମାନ । ଏତେବଡ଼ କ୍ଷେତ୍ରଫଳରେ ପୁରୁଣା ଯନ୍ତ୍ରକୁ ପରିବର୍ତ୍ତନ କରି ଗବେଷଣା କରିଥିଲେ ସୁନୀତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୨୮୬ ଦିନ ରହିବା ସମୟରେ ସୁନୀତା ଓ ତାଙ୍କ ଟିମ୍ ୯୦୦ ଘଣ୍ଟାର ରିସର୍ଚ୍ଚ କରିଥିବା ନାସା କହିଛି । ଏକାକୀ ସୁନୀତା କରିଛନ୍ତି ୧୫୦ ଗବେଷଣା । ଅନ୍ତରୀକ୍ଷରେ ଦୀର୍ଘ ଦିନ ରହିବାରେ ସୁନୀତା ୱିଲିୟମ୍ସ ହେଉଛନ୍ତି ଦୁନିଆର ପ୍ରଥମ ମହିଳା । ସ୍ପେସ୍ ଷ୍ଟେସନ ବାହାରେ ସୁନୀତା ୬୨ ଘଣ୍ଟା କାଟିଥିବା ବେଳେ ୯ ଥର ସ୍ପେସ୍ ୱାକ୍ ମଧ୍ୟ କରିଥିଲେ ।


ସ୍ପେସ୍ ଷ୍ଟେସନରେ ୯ ମାସର ରହଣୀରେ ସୁନୀତା କରିଥିବା ଗବେଷଣା ଆଗକୁ ଅନ୍ୟ ମହାକାଶଚାରୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । କାରଣ ସୁନୀତାଙ୍କ ଗବେଷଣାରୁ ମହାକାଶ ଯାତ୍ରୀଙ୍କୁ ମିଳିବ ତାଜା ପୋଷଣ ତତ୍ତ୍ଵ ପ୍ରଦାନରେ ସହାୟତା । ଏବେ ପୃଥିବୀକୁ ସୁନୀତା ଫେରିଛନ୍ତି । ଆଉ ନାସା ସହ ସାରା ବିଶ୍ଵ ତାଙ୍କ ସାହସିକତାକୁ ସାଲ୍ୟୁଟ୍ କରୁଛି ।


Sponsored
9 Months In Space, Astronaut Sunita Williams Done What Nasa Told | Argus News