Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କଜାନ ସହରରେ 3ଟି ବହୁତଳ ଅଟ୍ଟାଳିକାରେ ୟୁକ୍ରେନର ଡ୍ରୋନ୍ ଆଟାକ୍

Smruti parija
Browse all articles by Smruti parija
·1 year ago·2 min read
କଜାନ ସହରରେ 3ଟି ବହୁତଳ ଅଟ୍ଟାଳିକାରେ ୟୁକ୍ରେନର ଡ୍ରୋନ୍ ଆଟାକ୍

Key Points

ଋଷ ଉପରେ 9/11 ଭଳି ଆକ୍ରମଣ । କଜାନ ସହରରେ 3ଟି ବହୁତଳ ଅଟ୍ଟାଳିକାରେ ୟୁକ୍ରେନର ଡ୍ରୋନ୍ ଆଟାକ୍ ।

ଅର୍ଗସ ବ୍ୟୁରୋ: ଋଷ ଉପରେ 9/11 ଭଳି ଆକ୍ରମଣ । କଜାନ ସହରରେ 3ଟି ବହୁତଳ ଅଟ୍ଟାଳିକାରେ ୟୁକ୍ରେନର ଡ୍ରୋନ୍ ଆଟାକ୍ । ଜଣେ ଶିଶୁ ସମେତ 6 ଜଣଙ୍କର ମୃତ୍ୟୁ, 10 ଆହତ । ଦୁଇ ଦିନ ତଳେ ଋଷର ପରମାଣୁ ଫୋର୍ସ ମୁଖ୍ୟଙ୍କୁ କରାଯାଇଥିଲା ହତ୍ୟା । ଋଷ ରାଷ୍ଟ୍ରପତି ପୁଟିନଙ୍କ କ୍ଷତରେ ଚୋଟ ଉପରେ ଚୋଟ ମାରୁଛି ୟୁକ୍ରେନ୍ ।


ଏ ଘଟଣା ଭୟଙ୍କର । ଏ ଦୃଶ୍ୟ ଲୋମହର୍ଷକ । ଆକାଶ ମାର୍ଗରେ ଏମିତି ଆକ୍ରମଣର ଚିତ୍ର ପ୍ରଥମ ଥର ସାରା ବିଶ୍ବ ଦେଖିଥିଲା ଆଜିଠାରୁ 23 ବର୍ଷ ତଳେ। ସେତେବେଳେ ଟାର୍ଗେଟ୍ ଥିଲା ଆମେରିକା। ଆଉ ଏଥର ଋଷିଆ। ଋଷିଆରେ ହୋଇଛି ଠିକ୍ 9/11 ଭଳି ଆକ୍ରମଣ। କଜାନ ସହରରେ ଥିବା 3ଟି ବହୁତଳ ଆବାସିକ ଅଟ୍ଟାଳିକାରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍। ବିଲଡିଂରେ ଡ୍ରୋନ୍ ଆଟାକ୍ ଫଳରେ ବିସ୍ଫୋରଣ, ଅଗ୍ନିକାଣ୍ଡର ଏ ଚିତ୍ର ସାରା ବିଶ୍ବକୁ ଆନ୍ଦୋଳିତ କରିଛି । ପ୍ରାୟ 3 ବର୍ଷ ହେଲା ଚାଲିଆସିଥିବା ଋଷ ୟୁକ୍ରେନ୍ ଯୁଦ୍ଧର ଇଏ ସବୁଠାରୁ ଭୟାନକ ଦୃଶ୍ୟ । ଯାହା ବିଶ୍ବର ଅନ୍ୟତମ ସର୍ବଶକ୍ତିମାନ ଦେଶ ଋଷିଆର ଏୟାର ଡିଫେନ୍ସ ସିଷ୍ଟମର ଦୁର୍ବଳତା ସାମ୍ନାକୁ ଆଣିଛି । ଏହି ଆକ୍ରମଣରେ ଜଣେ ଶିଶୁ ସମେତ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 10 ଜଣ ଆହତ ହୋଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ କାମିକେଜ୍ ଡ୍ରୋନର ବ୍ୟବହାର କରାଯାଇଛି । କିଛି ଦିନ ପୂର୍ବରୁ ଋଷର ରାଜଧାନୀ ମସ୍କୋରେ ଋଷର ନ୍ୟୁକ୍ଲିୟର ଫୋର୍ସର ମୁଖ୍ୟଙ୍କୁ ବିସ୍ଫୋରଣ କରି ହତ୍ୟା କରିଥିଲା ୟୁକ୍ରେନ୍। କୁହାଯାଉଛି ତାର ବଦଲା ନେବାକୁ ଶୁକ୍ରବାର ରାତିରେ ଋଷ ୟୁକ୍ରେନର କିବ୍ ସମେତ ବହୁ ସହରରେ ଘନ ଘନ ଆକ୍ରମଣ କରିଥିଲା। ଋଷ ପ୍ରାୟ 60ଟି ଡ୍ରୋନ୍ ଓ 5ଟି ବାଲାଷ୍ଟିକ୍ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। କୁହାଯାଉଛି ଏହାର ଜବାବ ଦେବାକୁ ୟୁକ୍ରେନ୍ କରିଛି ଏହି ପାଲଟା ଡ୍ରୋନ୍ ଆକ୍ରମଣ।


2022 ଫେବ୍ରୁଆରୀ 22ତାରିଖରେ ଯେଉଁଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ୟୁକ୍ରେନ୍ ବିରୋଧରେ ସ୍ପେଶାଲ୍ ମିଲିଟାରୀ ଅପରେସନ୍ ପାଇଁ ତାଙ୍କ ସେନାବାହିନୀକୁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ପୁଟିନ୍ ଭାବିନଥିଲେ ଏହି ଛୋଟ ଦେଶକୁ ହରାଇବା ତାଙ୍କ ପାଇଁ ଏତେ ବଡ଼ ଚ୍ୟାଲେଞ୍ଜ ପାଲଟିବ। 2 ବର୍ଷ ପରେ ଋଷ ୟୁକ୍ରେନ୍ ଯୁଦ୍ଧକୁ 3 ବର୍ଷ ପୂରିବ। ଏବେ ବି ଋଷ ୟୁକ୍ରେନକୁ ହରାଇ ପାରିନାହିଁ। ଅନ୍ୟପଟେ ଜେଲେସ୍କିଙ୍କ ନେତୃତ୍ବରେ ୟୁକ୍ରେନ୍ ପୁଟିନ୍ ଓ ତାଙ୍କ ଦେଶକୁ ଦିନ ପ୍ରତିଦିନ ନୂଆ ନୂଆ କ୍ଷତ ଦେଉଛି। ଯାହାର ତାଜା ଉଦାହରଣ ହେଉଛି ଏହି ଡ୍ରୋନ୍ ଆକ୍ରମଣ।

Sponsored
9/11-like attack on Russia-Ukrainian drone attack on 3 high-rise buildings in Kazan city | Argus News