Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Australian Doctor / ୯୩ ବର୍ଷରେ ବାପା ହେଲେ ଡାକ୍ତର, କହିଲେ ଆଉ ଏକ ଛୁଆର ଅଛି ଯୋଜନା..

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
୯୩ ବର୍ଷରେ ବାପା ହେଲେ ଡାକ୍ତର, କହିଲେ ଆଉ ଏକ ଛୁଆର ଅଛି ଯୋଜନା..
Australian Doctor

Key Points

୯୩ ବର୍ଷରେ ହେଲେ ବାପା | ପୁଅକୁ ଜନ୍ମ ଦେଲେ ୩୬ ବର୍ଷୀୟ ପତ୍ନୀ ୟାଙ୍ଗୟିଙ୍ଗ୍ | ସ୍ଵାମୀ ସ୍ତ୍ରୀଙ୍କ ଭିତରେ ୫୬ ବର୍ଷର ପାର୍ଥକ୍ୟ
ବାର୍ଦ୍ଧକ୍ୟ ଅବସ୍ଥାରେ ବାପା ହେଲେ ଡକ୍ଟର ଜନେ ଲେଭିନ । ଆଉ ପ୍ରମାଣ କରି ଦେଖାଇଲେ ଭଲ ପାଇବାରେ କୌଣସି ବୟସର ସୀମା ନଥାଏ ।

ଭାରତର ପରମ୍ପରା ଅନୁସାରେ ୬୦ ବର୍ଷ ଛୁଇଁଲେ ଲୋକେ ଘର ସଂସାର ପରିବାରରୁ ସାମାନ୍ୟ ବିରତି ନେଇ ଆଧ୍ୟାତ୍ମିକ ଦିଗ ଆଡେ ମୁହାଁଇଥାଆନ୍ତି । ସାଧାରଣତଃ ସେହି ବୟସରେ ସମସ୍ତ ବାର୍ଦ୍ଧକ୍ୟ ଲୋକମାନଙ୍କ ଜୀବନରେ ସାମାନ୍ୟ ପରିବର୍ତ୍ତନ ଆସିଥାଏ। ହେଲେ ବିଦେଶରେ ସେମିତି ହୋଇନଥାଏ । ସେଠାରେ ପ୍ରତ୍ୟେକ ବାର୍ଦ୍ଧକ୍ୟ ଲୋକମାନେ ମଧ୍ୟ ନିଜ ଜୀବନ ଖୋଲା ଭାବରେ ବଞ୍ଚିଥାନ୍ତି । ଏମିତି ହିଁ ଜଣେ ବ୍ୟକ୍ତି ୯୩ ବର୍ଷରେ ବାପା ହୋଇ ପ୍ରମାଣ କରିଛନ୍ତି ।

ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ଜଣ ୯୩ ବର୍ଷୀୟ ଡକ୍ଟର ଜନ ଲେଭିନ ଦୁନିଆର ସବୁଠୁ ବାଦ୍ଧକ୍ୟ ବାପା ହୋଇ ପରିଚୟ ସୃଷ୍ଟି କରିଛନ୍ତି। ଫେବୃଆରୀ ୨୦୨୪ରେ ସେ ନିଜ ପୁଅ ଗାବ୍ବିର ବାପା ହେବାର ସୁଯୋଗ ପାଇଛନ୍ତି । ତାଙ୍କର ୩୭ ବର୍ଷୀୟ ପତ୍ନୀ ଡକ୍ଟର ୟାଙ୍ଗୟିଙ୍ଗ ଲୁ ତାଙ୍କ ପୁଅକୁ ଜନ୍ମ ଦେଇଛନ୍ତି ।

ତେବେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ୫୬ ବର୍ଷର ପାର୍ଥକ୍ୟ । ଲେଭିନ କହିଛନ୍ତି, ସେ ଆଇଭିଏଫ ମାଧ୍ୟମରେ ପିତାମାତା ହେବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ଡାକ୍ତର କହିଛନ୍ତି, ଏହି ପ୍ରକ୍ରିୟା ଖୁବ କଷ୍ଟ ଥିଲା, ହେଲେ ସେମାନେ ୨ ଜଣ ଧୈର୍ଯ୍ୟ ଧରି ରହିଥିଲେ । ଏବେ ସେମାନେ ଆଉ ଏକ ଛୁଆ ପାଇଁ ପ୍ଲାନ କରୁଥିବା ଡାକ୍ତର କହିଛନ୍ତି ।

ଅଧିକ ପଢନ୍ତୁ : ସମସ୍ତଙ୍କୁ ମିଛ କହି ଝିଅକୁ ୨୭ ବର୍ଷ ଘରେ ବନ୍ଦୀ କରି ରଖିଥିଲେ ବାପାମା', ପୋଲିସ କରିଲା ଉଦ୍ଧାର

୯୩ ବର୍ଷୀୟ ଲେଭିନ କହିଛନ୍ତି, ପୁଅର ଦେଖାଶୁଣା କରିବା ତାର ଯତ୍ନ ନେବାପାଇଁ ସେ ସମ୍ପୁର୍ଣ୍ଣ ଫିଟ୍ ଅଛନ୍ତି । ଏବଂ ପୁଅର ୨୧ତମ ଜନ୍ମଦିନ ଯାଏଁ ସେ ଫିଟ ରହିବାକୁ ଚେଷ୍ଟା କରଥିବା ପ୍ରକାଶ କରିଛନ୍ତି । ଗୌବି ତାଙ୍କର ଚତୁର୍ଥ ଛୁଆ ଅଟେ ।

ଏହା ପୂର୍ବରୁ ତାଙ୍କର ୩ଟି ସନ୍ତାନ ଅଛନ୍ତି । ୬୨ ବର୍ଷୀୟ ଆସ୍ଲେ, ୬୦ ବର୍ଷୀୟ ସାମନ୍ଥା ଆଉ ଜଣେ ୨୦୨୪ରେ ମୋଟର ନ୍ୟୁରାନ ଡିଜିଜ୍ ରେ ଚାଲି ଯାଇଛନ୍ତି । ତେବେ ଲେଭିନଙ୍କର ମୋଟ ୧୦ଟି ନାତି ନାତୁଣି ଏବଂ ଜଣେ ଅଣନାତି ଅଛନ୍ତି । ଆଉ ଏବେ ତାଙ୍କର ଆଉ ଏକ ପୁଅ ଯାହାକୁ ମାତ୍ର ୧ ବର୍ଷ ପୁରିଛି ।

ତେବେ ଏହାକୁ ନେଇ ତାଙ୍କ ପତ୍ନୀ ୟାଙ୍ଗ୍‌ୟିଙ୍ଗ୍ କହିଛନ୍ତି, ଏହି ବୟସରେ ମଧ୍ୟ ପିତାମାତା ହେବାର ସୌଭାଗ୍ୟ ପାଇ ସେମାନେ ବହୁତ ଖୁସି । ଅନେତ ଜଣ ଗୌବିକୁ ଲେଭିନଙ୍କ ନାତି ବୋଲି ଭାବନ୍ତି । କିନ୍ତୁ ପ୍ରକୃତରେ ସେ ତାଙ୍କ ପୁଅ ଅଟନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
93-Year-Old doctor john levin becomes Father | Argus News