Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

US Girls Like Indians Boys / ଭାରତୀୟ ଯୁବକଙ୍କୁ ସ୍ବାମୀ ଭାବେ ପାଇବାକୁ ଚାହୁଁଛନ୍ତି ଆମେରିକୀୟ ଯୁବତୀ

Sarada Prasanna Jena
Browse all articles by Sarada Prasanna Jena
·9 months ago·2 min read
ଭାରତୀୟ ଯୁବକଙ୍କୁ ସ୍ବାମୀ ଭାବେ ପାଇବାକୁ ଚାହୁଁଛନ୍ତି ଆମେରିକୀୟ ଯୁବତୀ

Key Points

ଆମେରିକୀୟ ଯୁବତୀଙ୍କ ପସନ୍ଦ ଭାରତୀୟ ଯୁବକ

ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଧ୍ୟାନ ଆକର୍ଷଣ କଲେ ଯୁବତୀ

ପ୍ଲା କାର୍ଡ଼ ଦେଖାଇ ଜଣାଇଦେଲେ ନିଜ ମନର କଥା

ପ୍ରେମ ହେଉଛି ଅଢେଇ ଅକ୍ଷରର ଏକ ଶବ୍ଦ । କିନ୍ତୁ ଏହାର ଅନୁଭବ କେତେବେଳେ, କେଉଁଠି, କେମିତି ଓ କାହାକୁ ହୁଏ, ତାହା କେହି ବି କହିପାରିବେନି। ପ୍ରେମ ନା ଦେଖେ ବୟସର ପରିଭାଷା, ନା ମାଲେ କୌଣସି ବାଧା ବନ୍ଧନ । ପ୍ରକୃତ ପ୍ରେମ କେଉଁଠି ମିଳେ ତାହା କେହି ନିର୍ଦ୍ଦିଷ୍ଟ ଭାବେ କହିପାରିବେନି। କିଏ ସ୍କୁଲ କଲେଜରେ ପଢ଼ିବା ବେଳେ ହିଁ ନିଜର ଜୀବନସାଥୀ ବାଛି ନେଇଥାନ୍ତି ତ ଆଉ କେହି କେହି ନିଜ କର୍ମକ୍ଷେତ୍ରରେ ମନର ମଣିଷକୁ ଖୋଜିନିଅନ୍ତି । କିନ୍ତୁ ଏମିତି କି ଅନେକ ଲୋକ ଥାନ୍ତି, ଯେଉଁମାନେ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ, ଜୀବନସାଥୀ ଖୋଜିବାରେ ବିଫଳ ହୁଅନ୍ତି । ଏପରି ପରିସ୍ଥିତିରେ, ଲୋକମାନେ ଡେଟିଂ ଆପ୍ସ, ମ୍ୟାଟ୍ରିମୋନିଆଲ୍ ସାଇଟ୍ କିମ୍ବା ସୋସିଆଲ ମିଡିଆର ସାହାଯ୍ୟ ନିଅନ୍ତି । କିନ୍ତୁ ଯଦି ଏତେ ସବୁ କରିବା ପରେ ବି କେହି ଥକି ପଡନ୍ତି ଆଉ ନିଜ ମନ ପସନ୍ଦର ସାଥୀଟିଏ ନପାଆନ୍ତି, ତେବେ କ'ଣ ହେବ ? ହୁଏତ ସେ ଏମିତି କରିବେ ଠିକ୍ ଯେମିତି ଏ ଯୁବତୀ ଜଣକ କରିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ, ଜଣେ ଝିଅ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ଠିଆ ହୋଇଥିବାର ଦେଖାଯାଉଛି। ସେ ଏକ ପ୍ଲାକାର୍ଡ ଧରିଛନ୍ତି ଯାହା ଉପରେ ଇଂରାଜୀରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଲୁକିଂ ଫର ଇଣ୍ଡିଆନ୍ ହଜବ୍ୟାଣ୍ଡ ଅର୍ଥାତ୍ "ଭାରତୀୟ ସ୍ୱାମୀ ଖୋଜୁଛି। ତେବେ ରାସ୍ତା ଉପରେ ଲୋକଙ୍କ ଭିଡ଼ ଭିତରେ ଝିଅଟି ଏଭଳି ଏକ ପ୍ଲା କାର୍ଡ ଧରି ଛିଡ଼ା ହେବା ଦ୍ୱାରା ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ପ୍ଲା କାର୍ଡ ଲେଖାକୁ ଦେଖି ରାସ୍ତାରେ ଯାଉଥିବା ଲୋକମାନଙ୍କର ଯୁବତୀଙ୍କ ଆଡ଼କୁ ଧ୍ୟାନ ଆକର୍ଷିତ ହୋଇଥିଲା । ଲୋକମାନେ ଜାଣିବାକୁ ଚେଷ୍ଟା କରୁଥିଲେ, ଝିଅଟି ପ୍ରକୃତରେ କଣ ଚାହୁଁଛି ? ଏହି ସମୟରେ ହଠାତ୍, ସ୍ପାଇଡର-ମ୍ୟାନ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ମଧ୍ୟ ସେହି ଆଡ଼କୁ ଧାଇଁ ଆସିଥିଲେ । ଦୃଶ୍ୟଟି ଏତେ ମଜାଦାର ଥିଲା ଯେ ଲୋକମାନେ ତୁରନ୍ତ ଏହାକୁ କ୍ୟାମେରାରେ କଏଦ କରିଥିଲେ ।

ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରକାର ଆଲୋଚନା। ସବୁଠାରୁ ବଡ଼ ପ୍ରଶ୍ନ ଥିଲା, ଏହି ଝିଅଟି କିଏ ? କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ। ଆଉ ଏକ ପ୍ରଶ୍ନ ଥିଲା, ସେ କାହିଁକି ଜଣେ ଭାରତୀୟ ସ୍ୱାମୀ ଚାହୁଁଥିଲେ ? ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ଭାରତୀୟ ପୁରୁଷମାନେ ପରିବାର ଏବଂ ପରମ୍ପରାକୁ ପ୍ରାଥମିକତା ଦିଅନ୍ତି। ସେଥିପାଇଁ ହୁଏତ ଯୁବତୀ ଜଣକ ଜଣେ ଭାରତୀୟ ସ୍ବାମୀ ଚାହୁଁଛନ୍ତି।


ତେବେ ଏହି ଘଟଣାକୁ ନେଇ କିଛି ଲୋକ ମଜାଦାର କଥା ସବୁ କହିଛନ୍ତି। କେହି କହୁଛନ୍ତି, ଝିଅଟିର ରୋମାଣ୍ଟିକ୍ ସ୍ବପ୍ନ ପାଇଁ ଭାରତୀୟ ହିନ୍ଦି ଫିଲ୍ମ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଦାୟୀ। ତ ଆଉ କେହି କହୁଛନ୍ତି ଯେ ସ୍ୱାମୀମାନେ ସାରା ବିଶ୍ୱରେ ସମାନ, ବିବାହ ପରେ ସମସ୍ତ ପୁରୁଷ ସମାନ ହୋଇଯାଆନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored